Horoscope 2026 July 29: ଜାଣନ୍ତୁ ଆଜିର ରାଶିଫଳ...

2 hours ago 2
ARTICLE AD BOX

ମେ‌ଷ: ଆପଣଙ୍କ ମନ ଆନନ୍ଦିତ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ମନର କଥା ସାଙ୍ଗଙ୍କୁ କହିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। 

ବୃଷ: ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଚାକିରି ବଦଳାଇବା ପାଇଁ ସ୍ଥିର କରିପାରନ୍ତି। ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ। 

ମିଥୁନ: ଆପଣ ଭାବିଚିନ୍ତି ଫଇସଲା କରିବା ଦରକାର। କାମରେ ଭାଇର ସହଯୋଗ ପାଇବେ। କଥା କହିବା ବେଳେ ନିଜର ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ‌ 

କର୍କଟ: ଆପଣ ସବୁ ଦୃଷ୍ଟିରୁ ନିଶ୍ଚିତ ରହିବେ। ମହିଳାଙ୍କ ଲାଗି ଦିନଟି ବହୁତ ଭଲ। କ୍ୟାରିୟରରେ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ। 

ସିଂହ: ଯେଉଁମାନଙ୍କର କୋର୍ଟ କଚେରିରେ ମାମଲା ରହିଛି ସେମାନେ କାଗଜପତ୍ର ପ୍ରସ୍ତୁତ କରି ରଖନ୍ତୁ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ନୂଆ ଜିନିଷ ଉପରେ ବିଚାର କରିବେ।

‌କନ୍ୟା: ଅଧୁରା ଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିପାରିବେ। ଅଫିସରେ ନୂଆ ଦାୟିତ୍ବ ପାଇବେ। ମନପସନ୍ଦ ଜାଗାକୁ ବଦଳିର ସୂଚନା ପାଇବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। 

ଆହୁରି ପଢ଼ନ୍ତୁ- Income tax return data: ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ବିଲିଓନେୟାରଙ୍କ ସଂଖ୍ୟା ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି

ତୁଳା: ପୂରା ଦିନ ଆପଣଙ୍କ ମନରେ ପ୍ରସନ୍ନତା ବଜାୟ ରହିବ। ନୂଆ କାରବାର ପାଇଁ ଭଲ ମଉକା ପାଇବେ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ଯୋଗ ଅଛି। ସମ୍ବନ୍ଧରେ ମଧୁରତା ବଢ଼ିବ। ‌ 

ବିଛା: ଆପଣଙ୍କ ଜୀବନରେ ନୂଆ ମୁକାମ ହାସଲ ହେବ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ। ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ। 

ଧନୁ: ବ୍ୟବସାୟରେ ସାହସର ସହିତ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ। ଜୀବନସାଥୀଙ୍କୁ ନିଜର ଅଶାନ୍ତି ଜଣାନ୍ତୁ ମନକୁ ଶାନ୍ତି ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ। 

ମକର: ଲେଖକଙ୍କ ବିଚାରର ସମ୍ମାନ ହେବ। ଘରର ବାତାବରଣ ଭଲ ରହିବ। ଅବିବାହିତଙ୍କର ଘରେ ବିବାହ ଚର୍ଚ୍ଚା ହେବ। ବିଦ୍ୟାର୍ଥୀ ନିଜର କ୍ୟାରିୟରକୁ ଆହୁରି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବେ। 

କୁମ୍ଭ: ଭାବିଥିବା କାମ ପୂରା କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହିତ ତାଳମେଳ ବଢ଼ିବ। ଇସ୍ପାତ କାମ କରୁଥିବା ଲୋକଙ୍କ କାମର ଗତି ବଢ଼ିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ। 

ମୀନ: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ଜୀବନସାଥୀ ସହ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.