Horoscope 2026 July 28: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

‌ମେଷ: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଦେଖା ହେବ। କୌଣସି ନୂଆ ସୁଯୋଗ ମିଳିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ। 

ବୃଷ: ମହତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତ ପାଇଁ ଇଚ୍ଛୁକ ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ‌ 

ମିଥୁନ: ଆପଣଙ୍କ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। କୌଣସି ବିଷୟରେ ଭାବୁକ ହେବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ।  

କର୍କଟ: ଆପଣ ନିଜର ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ। ସାମାଜିକ କାର୍ଯ୍ୟ କରିବା ଲାଗି ଇଚ୍ଛା ହେବ। ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। 

ସିଂହ: ବ୍ୟବସାୟ କାମରେ ସହଯୋଗୀର ସାହାଯ୍ୟ ପାଇବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ‌ 

କନ୍ୟା: ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ। ପାରିବାରିକ ବିବାଦ ଠାରୁ ଦୂରରେ ରହନ୍ତୁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟର୍‌ରେ ନୂଆ ମୋଡ଼ ଆସିପାରେ। ‌

ଆହୁରି ପଢ଼ନ୍ତୁ- Odisha CM Public Grievance Hearing ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୧୫ହଜାର ଅଭିଯୋଗରୁ ୧୪ହଜାର ସମାଧନ 

ତୁଳା: ଲକ୍ଷ୍ୟ ପୂରା କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। କର୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ଦୂରସ୍ଥାନକୁ ପଠାଇ ପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। 

ବିଛା: ଅଫିସରେ ଆପଣଙ୍କ ମତ ରଖିବାରେ ସୁଯୋଗ ପାଇବେ। ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହୋଇପାରେ। କୌଣସି ବିଶେଷ କାମରେ ଲାଭ ମିଳିବା ଯୋଗ ଅଛି। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। 

ଧନୁ: ପରିବାର ଲୋକଙ୍କର ଉତ୍ସାହ ବଜାୟ ରହିବ। ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ। ଚାକିରିରେ ଉନ୍ନତି ଯୋଗ ଅଛି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ। 

ମକର: କାରବାରରେ ଲାଭ ମିଳିବ। ଅଧିକାରୀ ସହ ବିଶେଷ କାର୍ଯ୍ୟକୁ ନେଇ କଥାବର୍ତ୍ତା କରିପାରନ୍ତି। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଘର ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ କରିବେ। 

କୁମ୍ଭ: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ‌ 

ମୀନ: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ। କାରବାରରେ ପୁଞ୍ଜିି ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.