ARTICLE AD BOX
୨୭ ଜୁଲାଇ ୨୦୨୬, ସୋମବାର। ତିଥି: ଆଷାଢ଼ ଶୁକ୍ଳ ତ୍ରୟୋଦଶୀ। ନକ୍ଷତ୍ର: ମୂଳା। ଚନ୍ଦ୍ର: ଧନୁ। ନୀଳାଦ୍ରି ବିଜେ, ରସଗୋଲା ଦିବସ, ଶିବ ଚତୁର୍ଦ୍ଦଶୀ ଓ ବେଢ଼ା ପରିକ୍ରମା, କଲାମଙ୍କ ତିରୋଧାନ। ସୂର୍ଯ୍ୟୋଦୟ: ୫ଟା୨୪, ସୂର୍ଯ୍ୟାସ୍ତ: ୬ଟା୨୧। ଘାତଚନ୍ଦ୍ର: ତୁଳା ଓ କୁମ୍ଭ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୨୪ରୁ ୭ଟା୧, ଦିବା ୧୦ଟା୩୫ରୁ ୧ଟା୧୦, ଦିବା ୪ଟା୪୪ରୁ ୫ଟା୩୦, ସନ୍ଧ୍ୟା ୭ଟା୬ରୁ ୯ଟା୧୮, ରାତ୍ରି ୧୧ଟା୫୩ରୁ ୨ଟା୨୭ ପର୍ଯ୍ୟନ୍ତ।
ମେଷ: ଶାନ୍ତିରେ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ। ଘର କାମରେ ଆପଣଙ୍କର ଅର୍ଥ ଲାଗିବ। ନିଜର ବାଣୀ ମଧୁର ରଖନ୍ତୁ। ଜୀବନସାଥୀର ଭାବନାକୁ ବୁଝିବାରେ ସଫଳତା ମିଳିପାରେ।
ବୃଷ: କୋର୍ଟ କଚେରି ମାମଲାରେ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ। କୌଣସି ବନ୍ଧୁର ସହଯୋଗ ପାଇବେ। ପରିବାର ଲୋକ ଆପଣଙ୍କ କଥାରେ ସହମତ ହେବେ।
ମିଥୁନ: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଆପଣଙ୍କ ଉପରେ ପରିବାରର ଦାୟତ୍ବ ଆସିବ। ଆର୍ଥିକ ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କ କାମରେ ଖୁସି ରହିବେ।
କର୍କଟ: ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି। ପରିବାରରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତାରୁ ଆପଣଙ୍କୁ ଫାଇଦା ହେବ।
ସିଂହ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ। ନୂଆ ବ୍ୟବସାୟ କରିବାକୁ ଚାହୁଁଥିବା ଲୋକ ବଜାର ସ୍ଥିତି ନେଇ ବିଚାର କରିବା ଭଲ ହେବ। ଅଫିସରେ ନୂଆ ଦାୟିତ୍ବ ପାଇବେ।
କନ୍ୟା: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ନୂଆ ବ୍ୟବସାୟ ଆରମ୍ଭ କରିବାରେ ବଡ଼ଭାଇର ସହଯୋଗ ପାଇବେ। ବ୍ୟସ୍ତବହୁଳ ଜୀବନରୁ ପିଲାଙ୍କ ପାଇଁ ସମୟ ବାହାର କରନ୍ତୁ।
ତୁଳା: ଜୀବନସାଥୀର ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ। ଘର ଲୋକଙ୍କ ସାହାଯ୍ୟରେ ଆପଣଙ୍କ ଜରୁରୀ କାମ ପୂରା ହେବ। ସାମାଜିକ କାର୍ଯ୍ୟ କରି ଆପଣଙ୍କୁ ଭଲ ଲାଗିବ।
ବିଛା: ସମସ୍ତେ ଆପଣଙ୍କ ମତ ନେବାକୁ ଚାହିଁବେ। ଆର୍ଥିକ ଲାଭ ପାଇବେ। ବନ୍ଧୁ ସନ୍ଧ୍ୟା ପାଇଁ ବଢ଼ିଆ ଯୋଜନା ବନାଇ ଆପଣଙ୍କୁ ଖୁସି କରିଦେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ଧନୁ: ପରିବାର ଲୋକଙ୍କ ଆଗରେ ନିଜର ମତ ରଖିବାର ପୂରା ମଉକା ପାଇବେ। ଆପଣଙ୍କ ଯୋଜନାରେ ଲୋକ ପ୍ରଭାବିତ ହେବେ। ବିଦ୍ୟାର୍ଥୀ ଅଧ୍ୟୟନରେ ପୂରା ଧ୍ୟାନକେନ୍ଦ୍ରିତ କରନ୍ତୁ।
ମକର: ଭାଇ ବା ଭଉଣୀଙ୍କ ସହିତ ଫୋନରେ କଥା ହୋଇ ଆପଣଙ୍କୁ ବହୁତ ଭଲ ଲାଗିବ। ନୂଆ ବ୍ୟଞ୍ଜନ ପ୍ରସ୍ତୁତି ଶିଖିବାକୁ ଚେଷ୍ଟା କରିବେ। ଲୋକମାନଙ୍କ ସହିତ ମିଳାମିଶା ବଢ଼ାନ୍ତୁ।
କୁମ୍ଭ: ପୁରୁଣା ସମସ୍ୟା ନେଇ ବନ୍ଧୁ ସହିତ କଥାବାର୍ତ୍ତା କରିବେ। ବ୍ୟବସାୟ ଭଲରେ ଚାଲିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରିବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।
ମୀନ: ସରକାରୀ କାମର ନୀତି ଓ ନିୟମ ଉପରେ ପୂରା ଧ୍ୟାନ ଦିଅନ୍ତୁ। କୌଣସି ମାମଲାରେ ତରବରିଆ ଦେଖାନ୍ତୁ ନାହିଁ। ଆପଣଙ୍କ ମିଠା କଥା ପାଇଁ ମାନ ସମ୍ମାନ ପାଇବେ।

2 hours ago
2


