Horoscope 2026 July 25: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

ମେଷ: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ଭଲଭାବେ ନିର୍ବାହ କରିପାରିବେ। ପଇସା ଦିଆ ନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। 

ବୃଷ: କାମ କରିବା ସମୟରେ ଧ୍ୟାନ ଏକତ୍ର କରନ୍ତୁ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ। ନବଦମ୍ପତିଙ୍କ ଲାଗି ଭଲ ଦିନଟିଏ।  

ମିଥୁନ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।‌

କର୍କଟ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଆପଣଙ୍କୁ ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। 

ସିଂହ: ବିନା କାରଣରେ କାହାରି ସହିତ ଅଭଦ୍ରତା କରନ୍ତୁ ନାହିଁ। ଯେଉଁମାନେ ରାଜନୀତି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ। ‌‌

କନ୍ୟା: ଆପଣଙ୍କ ଭିତରେ ସଫଳତା ଓ ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।  

ଆହୁରି ପଢ଼ନ୍ତୁ- Cabinet: କେମିକାଲ ପାର୍କ ପ୍ରତିଷ୍ଠା ଲାଗି ‘‘ଭାରତ ଔଦ୍ୟୋଗିକ ବିକାଶ ଯୋଜନା (ଭବ୍ୟ) ରସାୟନ’’କୁ କ୍ୟାବିନେଟ୍‌ ମଞ୍ଜୁରି

ତୁଳା: ପାରିବାରିକ ଜୀବନ ଆହ୍ଲାଦିତ ହେବ। ବେପାରୀବର୍ଗଙ୍କୁ ଧନଲାଭ ହେବ। କୌଣସିପ୍ରକାର ବିବାଦଠାରୁ ଦୂରରେ ରହନ୍ତୁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ। 

ବିଛା: ସରକାରୀ କାମରେ ଆପଣ ସଫଳତା ପାଇବେ। ବାପାମାଆଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧି ହେବ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ଆୟ ବ୍ୟୟରେ ସମାନତା ରହିବ। 

ଧନୁ: ଦିନଟି ଆପଣଙ୍କୁ ଉନ୍ନତି ଦେବ। ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ବ୍ୟବସାୟୀ କୌଣସି ବଡ଼ ନିର୍ଣ୍ଣୟ ନେବେ। ବାପାମାଆ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚିନ୍ତା କରିବେ। 

ମକର: ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବ୍ୟବସାୟରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ କାମ କରନ୍ତୁ। ପ୍ରେମୀଯୁଗଳଙ୍କର ସମ୍ବନ୍ଧ ମଜଭୁତ ହେବ।

କୁମ୍ଭ: ଆପଣଙ୍କୁ ବେପାରରେ ଉନ୍ନତି ଦିଶିବ। ଅଫିସରେ କର୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଗୃହିଣୀମାନଙ୍କ ଲାଗି ଦିନଟି ଭଲ ରହିବ। 

ମୀନ: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ବେପାରରେ ଆପଣଙ୍କୁ ଖୁବ୍ ଉନ୍ନତି ମିଳିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପ୍ରେମ ଜୀବନ ଭଲ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.