Horoscope 2026 July 21: ଜାଣନ୍ତୁ ଆଜିର ରାଶିଫଳ...

12 hours ago 2
ARTICLE AD BOX

ମେଷ: ଆପଣଙ୍କ ଭିତରେ ସକାରାତ୍ମକତା କାଏମ୍ ରହିବ। କୌଣସି ମାମଲାରେ ଯୁକ୍ତିତର୍କ କରନ୍ତୁନାହିଁ। ଲୋକମାନଙ୍କ ସହିତ ମିଶି କଥା କହିବାରେ ଖୁସି ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରିବେ।‌ 

ବୃଷ: ଆପଣଙ୍କ ସକାରାତ୍ମକ ଭାବନା ଆପଣଙ୍କ ହିତରେ ହେବ। ଆପଣଙ୍କର କିଛି ନୂଆ ବନ୍ଧୁ ହେବେ। କ୍ୟାରିୟର ପାଇଁ ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ ହେବ। ସବୁ କାମରେ ସଫଳତା ପାଇବେ। ‌ 

ମିଥୁନ: ଜରୁରୀ କାମରେ ବ୍ୟସ୍ତ ରହିବେ। ଘରୋଇ କାମରେ ଜୀବନସାଥୀର ପୂରା ସହଯୋଗ ପାଇବେ। ପିତାମାତାଙ୍କର ଆଶୀର୍ବାଦ ନିଅନ୍ତୁ ସବୁ ସମସ୍ୟାର ସମାଧାନ ମିଳିବ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ।‌ 

କର୍କଟ: ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଆପଣଙ୍କର ସୃଜନଶୀଳ ପ୍ରତିଭା ସାମନାକୁ ଆସିବ। ସାମାଜିକ କ୍ଷେତ୍ରରେ ମାନପ୍ରତିଷ୍ଠା ବଢ଼ିବ। ଶିକ୍ଷାକ୍ଷେତ୍ରରେ ଉନ୍ନତି ମିଳିପାରେ। 

ସିଂହ: ଆୟ ବଢ଼ାଇବା ଲାଗି ନୂଆ ଯୋଜନା ତିଆରି କରିବେ। ବିଗିଡ଼ି ଥିବା ସମ୍ବନ୍ଧକୁ ସୁଧାରିବାରେ ସଫଳ ହେବେ। ମ୍ୟାନଜର ପଦବୀରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଉଚ୍ଚଅଧିକାରୀଙ୍କ ସହିତ ସାକ୍ଷାତ ହେବ। 

କନ୍ୟା: କୌଣସି ଚୁକ୍ତିବଦ୍ଧ କାର୍ଯ୍ୟ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ସଂଚୟ ପାଇଁ ଭାବିବେ। ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ଆସିବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ- HP Police Constable Recruitment: ଶୀଘ୍ର କରନ୍ତୁ ଆବେଦନ: କନଷ୍ଟେବଳ ନିଯୁକ୍ତିର ଶେଷ ତାରିଖ ଅଗଷ୍ଟ ୧୦

ତୁଳା: ଅଫିସ ମାମଲାରେ ଆପଣଙ୍କର ଆତ୍ମବିଶ୍ବାସ ଦୋହଲି ପାରେ। କୌଣସି ବଡ଼ କାମ ପୂରା କରିବା ପାଇଁ ଦାୟିତ୍ବ ପାଇବେ। ଆପଣ ଭାବିଥିବା କାମରେ ଲାଭ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। 

ବିଛା: ଚାକିରିଜୀବୀଙ୍କର ଭଲ ଆୟ ହେବ। କୌଣସି ମାମଲାରେ ଆପଣ ସକ୍ରିୟ ରହିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହରେ ସାମିଲ ହେବେ। ଆପଣ କୌଣସି ଉଦ୍ୟାନକୁ ବୁଲିବାକୁ ଯାଇପାରନ୍ତି। 

ଧନୁ: ଆପଣଙ୍କର ସ୍ଥିତି ଓ ଯୋଗ୍ୟତା ହିସାବରେ କାମ କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ଆପଣ ନିଜ ଜୀବନଶୈଳୀ ପରିବର୍ତ୍ତନ କରିବେ। ରାଜନୀତିରେ ସଫଳତା ପାଇବେ। 

ମକର: ନକାରାତ୍ମକ ବିଚାରଠୁ ଦୂରରେ ରହିବାକୁ ଚେଷ୍ଟା କରିବେ। ବ୍ୟବସାୟରେ କଠିନ ପରିଶ୍ରମର ଲାଭ ହେବ। ପରିବାରରେ ଧାର୍ମିକ ଆୟୋଜନର ଯୋଗ ଅଛି। ସମାଜରେ ମାନସମ୍ମାନ ବୃଦ୍ଧି ହେବ। 

କୁମ୍ଭ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ଆପଣଙ୍କ ଜରୁରୀ କାମ ସଂପୂର୍ଣ୍ଣ ହୋଇପାରେ। ଆପଣ ନିଜର ଯୋଜନା ପ୍ରତି ଗୋପନୀୟତା ବଜାୟ ରଖନ୍ତୁ। ଛାତ୍ର ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ। 

ମୀନ: କାର୍ଯ୍ୟକ୍ଷେତ୍ରରେ ଲୋକମାନଙ୍କର ପୂରା ସହଯୋଗ ପାଇବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବାହାରେ ତୈଳଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.