Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ

1 hour ago 2
ARTICLE AD BOX

ଆପଣଙ୍କର କୌଣସି କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା କାରଣରୁ ସମସ୍ୟା ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚ ପଦବିକୁ ମନୋନୀତ ହୋଇପାରନ୍ତି। ବେପାରରେ ବଢ଼ିଆ ଧନଲାଭ ହେବ। ‌କାର୍ଯ୍ୟକ୍ଷେତ୍ରରେ ଦିଆଯାଇଥିବା କାମକୁ ନିର୍ଦ୍ଧାରିତ ସମୟରେ ପୂରା କରନ୍ତୁ।

 (sambad.in) Horoscope today. Photograph: (sambad.in)

‌ମେଷ: ଆପଣଙ୍କର କୌଣସି କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା କାରଣରୁ ସମସ୍ୟା ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚ ପଦବିକୁ ମନୋନୀତ ହୋଇପାରନ୍ତି। ବେପାରରେ ବଢ଼ିଆ ଧନଲାଭ ହେବ। ‌
ବୃଷ: କାର୍ଯ୍ୟକ୍ଷେତ୍ରରେ ଦିଆଯାଇଥିବା କାମକୁ ନିର୍ଦ୍ଧାରିତ ସମୟରେ ପୂରା କରନ୍ତୁ। ବ୍ୟବସାୟରେ ନୂଆ ନୂଆ ଯୋଜନା ଲାଗୁ କରିବେ। ମହିଳାଙ୍କୁ ଘର କାମରେ ବିଶ୍ରାମ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌
ମିଥୁନ: ଚାକିରିଜୀବୀ ଉନ୍ନତି ଅବସର ପାଇବେ। ବାପା ଆପଣଙ୍କ ବ୍ୟବସାୟ ବଢ଼ାଇବା ପାଇଁ ଧନ ଖର୍ଚ୍ଚ କରିବେ। ଜୀବନସାଥୀ ସହିତ ମିଶି ପରିବାର ପାଇଁ ଭଲ କାମ କରିବେ। ବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ହେବ। ‌
କର୍କଟ: ନୂଆ କାମ କରିବା ଲଗି ସମୟ ଭଲ ରହିବ। କାନୁନ ମାମଲରେ ଜିତିବାର ଯୋଗ ଅଛି। ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଧ୍ୟାନ ଲଗାଇ ରୁହନ୍ତୁ।‌
ସିଂହ: ଅଫିସରେ ଦେଇଥିବା କାମକୁ ପୂରା ସଚ୍ଚୋଟତା ଓ ନିଷ୍ଠାର ସହିତ କରନ୍ତୁ ଆପଣଙ୍କର ଦରମା ବୃଦ୍ଧି ହୋଇପାରେ। ଅସହାୟଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ସନ୍ତାନ ଠାରୁ ସୁଖଦ ଖବର ପାଇବେ। 
କନ୍ୟା: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ। ଅଫିସରେ ମହତ୍ବପୂର୍ଣ୍ଣ ମାମଲାର କିଛି ବିଶେଷ ଲୋକଙ୍କ ସହିତ କଥାବର୍ତ୍ତା କରିବାର ମଉକା ପାଇବେ। ଛାତ୍ରଛାତ୍ରୀ କିଛି ନୂଆ କରିବାର ଚେଷ୍ଟା କରିବେ। 
ତୁଳା: ବିରୋଧୀ ଆପଣଙ୍କ କାମର ପ୍ରଶଂସା କରିବେ। ଚାକିରିରଜୀବୀ ସହକର୍ମୀଙ୍କ ସାହାଯ୍ୟ ପାଇବେ। ବାପା ମାଆଙ୍କ ଆଶୀର୍ବାଦରୁ କରୁଥିବା କାମର ସଫଳ ହେବେ। ବେପାର କାମରେ ଦୂରସ୍ଥାନକୁ ଯିବେ। 
ବିଛା: ବକେୟା ଅର୍ଥ ପାଇବେ। କୌଣସି ସମାରୋହରେ ସାମିଲ ହେବେ। ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶିତ ହୋଇପାରେ। 
ଧନୁ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ରାଜନୀତିକ ଲୋକଙ୍କର ସମାଜରେ ଦବଦବା ରହିବ। ଖେଳାଳୀ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ। 
ମକର: ଆପଣ ନିଜକୁ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଓ ସବଳ ଅନୁଭବ କରିବେ। ବନ୍ଧୁ ସହାୟତାରେ ଆୟର ଅବସର ପାଇବେ। କରଜ ପରିଶୋଧ କରିବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। 
କୁମ୍ଭ: ଆଳସ୍ୟକୁ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ। ଜୀବନସାଥୀ ସହିତ କୌଣସି ପ୍ରସଙ୍ଗକୁ ନେଇ ଆଲୋଚନା କରି ପାରନ୍ତି। ପୁରୁଣା ଜମିବାଡ଼ିର ସମସ୍ୟା ସୃଷ୍ଟି ହୋଇପାରେ। 
ମୀନ: ଚାକିରିଜୀବୀଙ୍କୁ ଅଚାନକ ଅର୍ଥର ଆବଶ୍ୟକତା ପଡ଼ିପାରେ। ବନ୍ଧୁବର୍ଗଙ୍କ ଠାରୁ ସହାୟତା ମିଳିପାରେ। ସକାରାତ୍ମକ ଭାବନାକୁ ସାର୍ଥକ କାମରେ ଲଗାନ୍ତୁ। ରଚନାତ୍ମକ ପ୍ରତିଭା ସମସ୍ତଙ୍କ ସାମନାକୁ ଖୋଲିକରି ଆସିବ। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.