Horoscope 2026 August 20: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

‌ମେଷ: ଯେଉଁ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚାହିବେ ତାକୁ ପୂରା କରି ରହିବେ। ପ୍ରିୟବନ୍ଧୁ ସହିତ ସାକ୍ଷାତ‌ ସୁଖଦ ଅନୁଭୂତି ଦେବ। ସାମାଜିକ ଗତିବିଧିରେ ଆପଣଙ୍କର ଯୋଗଦାନ ରହିବ। ମହିଳାଙ୍କ ଲାଗି ଦିନଟି ଭଲ ରହିବ।  

ବୃଷ: କାରବାରରେ କିଛି ସମସ୍ୟା ଆସିପାରେ। କିନ୍ତୁ ସାଥୀ ଓ ସହକର୍ମୀଙ୍କ ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ। ଅବ୍ୟବସ୍ଥିତ ଦିନଚର୍ଯ୍ୟାରେ ସୁଧାର ଆଣିବା ଲାଗି ଚେଷ୍ଟାର ସଫଳତା ପାଇବେ।

ମିଥୁନ: ବେପାରରେ ଯୋଜନାବଦ୍ଧ ରୂପେ କାମ କଲେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଖର୍ଚ୍ଚ ଉପରେ ବ୍ୟବସ୍ଥିତ କଲେ ଆର୍ଥିକ ସ୍ଥିତି ମଜଭୁତ ହେବ। ଚାକିରିରେ ପଦୋନ୍ନତି ଯୋଗ ଅଛି। 

କର୍କଟ: କୌଣସି ପ୍ରକାର ଗତିବିଧିରେ ବ୍ୟସ୍ତରେ ରହିବେ। ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରିବା ଭଲ ହେବନାହିଁ। ଆପଣଙ୍କ ଆଖପାଖର ସ୍ଥିତିକୁ ସକାରାତ୍ମକ ଦୃଷ୍ଟିକୋଣରେ ବୁଝିବେ। ଏଥିପାଇଁ ଆହୁରି ପ୍ରଭାବଶାଳୀ ହେବେ।

ସିଂହ: ଦୃଢ଼ ନିଶ୍ଚୟ ଏବଂ ପରିଶ୍ରମରେ କୌଣସି ବିଶେଷ କାମକୁ ସଂପୂର୍ଣ୍ଣ କରିବାରେ ସଫଳତା ହାସଲ କରିବେ। ନିଜର କ୍ରୋଧ ଉପରେ କାବୁ ରଖନ୍ତୁ। କୌଣସି ରାଜନୀତିକ ବ୍ୟକ୍ତିଙ୍କ ସହାୟତା ପାଇବେ। 

କନ୍ୟା: ଜୀବନରେ ଆପଣଙ୍କୁ ଏବେ ସୁଦ୍ଧା ଯାହା ସଫଳତା ମିଳିଛି ସେଥିପାଇଁ ଆପଣଙ୍କୁ ସ୍ଥିରତା ମିଳିବ। ଆପଣଙ୍କର ଆତ୍ମବିଶ୍ବାସ ଓ ଆତ୍ମବଳ ମଜଭୁତ ହେବ। ବ୍ୟବସାୟରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ।

ଆହୁରି ପଢ଼ନ୍ତୁ- 4 Major Railway Projects ଭଦ୍ରକ-ହରିଦାସପୁର ୪ର୍ଥ ଲାଇନ୍‌ ସହ ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି 

ତୁଳା: ଦିନସାରା ଆପଣଙ୍କର ଶକ୍ତି ବଜାୟ ରହିବ। ଘରର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାରେ ବ୍ୟସ୍ତତାର ରହିବେ। ଜମିବାଡ଼ିର ସମସ୍ୟା ଲାଗି ରହିଥିଲେ ଆପୋସୀ ସହମତିରେ ସମାଧାନ ହୋଇପାରେ। 

ବିଛା: ମନରେ କୌଣସ କଥାକୁ ନେଇ ନକାରାତ୍ମକ ବିଚାର ଉପରେ କାବୁ ରଖିବା ପ୍ରୟାସରେ ସଫଳ ହେବେ। ଆଧ୍ୟାତ୍ମିକ ଗତିବିଧି ଓ ଯୋଗାସନ ଆଦିରେ ସମୟ ବିତାଇବେ। ଅଧିକାରୀଙ୍କ ସହିତ ଭଲ ସଂପର୍କ ବଜାୟ ରଖନ୍ତୁ। 

ଧନୁ: ପୈତୃକ ସଂପତ୍ତି ସମ୍ବନ୍ଧୀୟ ମାମଲାରେ ବାଧା ଲାଗି ରହିଥିଲେ ଆପୋସୀ ତାଳମେଳରେ ସମାଧାନ କରିବାକୁ ଚେଷ୍ଟା କରିବେ। ବନ୍ଧୁ ଆପଣଙ୍କୁ ସହାୟତା କରିବାକୁ ପ୍ରସ୍ତୁତ ରହିବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। 

ମକର: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ସୁଧାରିବାରେ ଆପଣଙ୍କର ବିଶେଷ ଭୂମିକା ରହିବ। କାରବାରରେ ନିଜର ଦାୟିତ୍ବକୁ ନିର୍ବାହ କରିବା ପାଇଁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି। 

କୁମ୍ଭ: ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଭଲ ସମୟ। ଆପଣଙ୍କର ନିର୍ଣ୍ଣୟକୁ ପ୍ରାଥମିକତା ଦେବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଛୋଟମୋଟ ନକାରାତ୍ମକ କଥା ଉପରେ ଧ୍ୟାନ ଦିଅନ୍ତୁନାହିଁ। 

ମୀନ: କିଛିନିକିଛି କାମକୁ ନେଇ ଆପଣଙ୍କର ବ୍ୟସ୍ତତା ଆପଣଙ୍କୁ ହାଲିଆ କରିଦେବ। କାରବାରରେ କିଛି ଆହ୍ବାନ ରହିବ। ଆପଣ ସମ୍ବନ୍ଧକୁ ସହଜ କରି ରଖିବେ। କୌଣସି ସମାରେହାରେ ସାମିଲ ହେବାର ସୁଯୋଗ ପାଇବେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.