Horoscope 2026 August 18: ଜାଣନ୍ତୁ ଆଜିର ରାଶିଫଳ...

1 hour ago 2
ARTICLE AD BOX

ମେଷ: ଦୋକାନଦାରଙ୍କ ଲାଗି ଦିନଟି ଭଲ ରହିବ। ପୁରୁଣା ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଭାବିବେ।

ବୃଷ: ଗଣ୍ଡଗୋଳଠାରୁ ନିଜେ ଦୂରେଇ ରହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।‌ ପ୍ରେମୀଯୁଗଳ ‌ଜଣେ ଅନ୍ୟଜଣଙ୍କ ସହିତ ସମୟ ଅତିବାହିତ କରିବେ।

ମିଥୁନ: କରି ଆସୁଥିବା କାମରେ ଲାଭ ପାଇବେ। ଲୋକମାନଙ୍କ ଆଗରେ ଆପଣଙ୍କର ଛବି ଭଲ ବଜାୟ ରହିବ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। କଠିନ ପରସ୍ଥିତିରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ନୂଆ ଯାନ କିଣିବା ଲାଗି ଦିନଟି ଶୁଭ। ପ୍ରେମ ଜୀବନ ଭଲ ରହିବ।

ସିଂହ: ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ବେପାର ବଢ଼ାଇବା ପାଇଁ ଜୀବନସାଥୀର ସାହାଯ୍ୟ ପାଇବେ। ନୂଆ ଘର କିଣିବା ଲାଗି ଦିନଟି ଭଲ। ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ବନ୍ଧର ମଧୁରତା ବଢ଼ିବ। 

କନ୍ୟା: ଅତ୍ୟଧିକ ଜିଦ୍ କରନ୍ତୁ ନାହିଁ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବନାଇ ରଖନ୍ତୁ। ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ଧନଲାଭ ଯୋଗ ଅଛି। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।

ଆହୁରି ପଢ଼ନ୍ତୁ- Rainy season: ଆପଣାନ୍ତୁ ଏହି ଟିପ୍ସ: ବର୍ଷା ଦିନେ ଆଚାରରେ ଲାଗିବ ନାହିଁ ଫିମ୍ପି

ତୁଳା: ସରକାରୀ କାମରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ନବବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଲାଗି ରହିବ। ବିଦେଶ କଂପାନିରୁ ଚାକିରିରୁ ପ୍ରସ୍ତାବ ଆସିପାରେ। ଦମ୍ପତ୍ତି କୌଣସି ସାମାଜିକ ସମାରୋହକୁ ଯାଇପାରନ୍ତି। ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।

ଧନୁ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ପାରିବାରିକ ସଂପର୍କରେ ଭଲ ତା‌ଳମେଳ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ଶାରୀରିକ ରୂପେ ସୁସ୍ଥ ରହିବେ। 

ମକର: ନୂଆ ମୁକାମ ହାସଲ ହେବ। କୌଣସି ଚାଲେଞ୍ଜକୁ ସହଜରେ ସମାଧାନ କରିଦେବେ। କଳାକାରଙ୍କ ଲାଗି ଭଲ ଦିନଟିଏ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଆୟ ବ୍ୟୟ ସମନ୍ବୟ ରହିବ। ‌ 

କୁମ୍ଭ: ଆପଣ ଭାଗ୍ୟର ପୂରା ସହଯୋଗ ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମୀନ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ଲେଖକଙ୍କ ଲାଗି ଦିନଟି ଭଲ। ମହିଳାମାନଙ୍କ ଲାଗି ଦିନଟି ଆରାମ ଦାୟକ ରହିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.