ARTICLE AD BOX
ମେଷ: ପୂରା ଦିନ ଶକ୍ତିବାନ ରହିବେ। ବେପାର ସଂପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଯାହାଦ୍ବାରା ଆପଣଙ୍କର ଆୟର ଉତ୍ସ ଖୋଲିବ। ଜୀବନସାଥୀ ସହିତ କୌଣସି ମନପସନ୍ଦ ଜାଗାକୁ ବୁଲି ଯିବେ।
ବୃଷ: ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବା ଯୋଗ ଅଛି। ଆପଣଙ୍କର ବିନମ୍ରତାପୂର୍ଣ୍ଣ ବ୍ୟବହାରରେ ଘରର ବାତାବରଣ ସକାରାତ୍ମକ ରହିବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ। ଧାର୍ମିକ କାର୍ଯ୍ୟରେ ମନ ଖୁବ୍ ଲାଗିବ। ଚାକିରିରେ ଯଥେଷ୍ଟ ସଫଳତା ପାଇବେ। ବେପାରୀଙ୍କୁ ଧନଲାଭ ହେବାର ଯୋଗ ଅଛି।
କର୍କଟ: ପାରିବାରିକ ବାତାବରଣ ସୁଖଦ ରହିବ। ବେପାର ସଂପର୍କିତ ଗୋପନ କଥା କାହାରିକୁ ଜଣାନ୍ତୁନାହିଁ। ଆପଣଙ୍କ ପ୍ରେମପୂର୍ଣ୍ଣ ବ୍ୟବହାରରେ ଦାମ୍ପତ୍ୟ ଜୀବନର ସମସ୍ୟା ସମାପ୍ତ ହେବ।
ସିଂହ: ଆପଣଙ୍କର ସବୁ କାମ ସଫଳତାପୂର୍ବକ ସଂପନ୍ନ ହେବ। ସହକର୍ମୀଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ନିଜର କ୍ରୋଧ ଓ ବିରକ୍ତି ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ କୌଣସି ଶୁଭ କାର୍ଯ୍ୟ ସଂପନ୍ନ ହେବ।
କନ୍ୟା: ଆପଣଙ୍କର ଆସ୍ଥା ଧର୍ମକାର୍ଯ୍ୟରେ ବଢ଼ିବ। ବେପାରୀଙ୍କୁ ଯଥେଷ୍ଟ ଲାଭ ମିଳିବାର ଯୋଗ ଅଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବା ଯୋଗୁଁ ମନୋବଳ ଉଚ୍ଚା ରହିବ।
ଆହୁରି ପଢ଼ନ୍ତୁ- Atiq Ahmed's Youngest Son Dies: ଝାନ୍ସୀରେ କାର୍ ଦୁର୍ଘଟଣାରେ ଅତିକ୍ ଅହମଦର ପୁଅର ମୃତ୍ୟୁ
ତୁଳା: କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଆପଣ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। ଭଲ ଧନ ଅର୍ଜନ କରିବାରେ ସଫଳ ହେବେ।
ବିଛା: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। ତୀର୍ଥ ଯାତ୍ରାରେ ଯାଇପାରନ୍ତି। ଜୀବନସାଥୀ ସହିତ ତାଳମେଳ ବଜାୟ ରଖନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମ ଜୀବନ ଭଲ ରହିବ।
ଧନୁ: ଚାକିରି କ୍ଷେତ୍ରରେ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ହେବ। ଆମଦାନି ପାଇଁ ଭଲ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ।
ମକର: ମାନସିକ ରୂପେ ସୁସ୍ଥ ରହିବେ। ବ୍ୟବସାୟରେ ବିସ୍ତାର ସହିତ ଆୟର ଉତ୍ସ ବିକଶିତ ହେବ। ପରିବାରରେ ଆପୋସୀ ସହଯୋଗର ଭାବନା ରହିବ। ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କୁ ନୂଆ ଖବର ମିଳିବ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ଭଲ ବ୍ୟବହାର ଆପଣଙ୍କ ସଫଳତାରେ ସହାୟକ ହେବ। ଲିଖନ କ୍ଷେତ୍ରରେ ଥିବା ଲୋକ ଶୁଭ ଖବର ପାଇବେ। ଜୀବନସାଥୀର ଭାବନା ଉପରେ ଧ୍ୟାନ ଦିଅନ୍ତୁ।
ମୀନ: କାର୍ଯ୍ୟକ୍ଷେତ୍ରରେ ନିଜ ଅନୁଭବର ଭଲ ସଫଳତା ହାସଲ କରିବେ। ସଙ୍ଗୀତ ଛାତ୍ରଛାତ୍ରୀଙ୍କୁ ନୂଆ ଅବସର ମିଳିବ। ପରିବାର ସହିତ ବାହାରକୁ ବୁଲିଯିବାର ଯୋଜନା କରିବେ।

1 hour ago
4


