Horoscope 2026 August 06: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

‌ମେଷ: କାମ ଓ ପାରିବାରିକ ସମ୍ବନ୍ଧ ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖିବେ। କାମ ସଂପୂର୍ଣ୍ଣ କରିବା ପାଇଁ ନୂଆ କୌଶଳ ଉପରେ ବିଚାର କରିବେ। ବିଦ୍ୟାର୍ଥୀ ଖୁବ୍ ମନ ଲଗାଇ ପଢ଼ିବେ। 

ବୃଷ: ବେପାରରେ ନୂଆ ଯୋଜନା ଲାଗୁ କରିବା ପାଇଁ ବ୍ୟସ୍ତ ରହିବେ। ଚାକିରିଜୀବୀ ନିର୍ଦ୍ଧାରିତ ସମୟରେ କାମ ସଂପୂର୍ଣ୍ଣ ନକଲେ ଉପରିସ୍ଥ କର୍ମଚାରୀଙ୍କଠାରୁ କଡ଼ା କଥା ଶୁଣିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 

ମିଥୁନ: ଅଯଥା କଥାଠାରୁ ଦୂରରେ ରହି ନିଜ କାମରେ ମନୋଯୋଗ ଦିଅନ୍ତୁ। କୌଣସି ଧାର୍ମିକ ସ୍ଥାନରେ ବସି ନିଜର ଭଲ ଓ ଖରାପ ଗୁଣ ବିଷୟରେ ବିଚାର କରିବେ। ଦାମ୍ପତ୍ୟ ଖୁସି ବଜାୟ ରହିବ।

କର୍କଟ: ଘରେ ଭକ୍ତିମୟ ପରିବେଶ ରହିବ। ଗୋ ସେବା କରିବା ପାଇଁ ମନସ୍ଥିର କରିବେ। ରାଜନୀତିକ ନେତାଙ୍କ ସହ ସଂପର୍କ ହେବ। ପୂରା ଆତ୍ମବିଶ୍ବାସ ସହିତ ସବୁ କାମର ଗତି ଦେବେ। ବେପାରରେ ଲାଭ ହେବ। 

ସିଂହ: ଅଟୋମୋବାଇଲ ବେପାରରେ ଲାଭ ପାଇବେ। ପ୍ରଶାସନିକ କ୍ଷେତ୍ରରେ ଥିବା ଲୋକଙ୍କ ଦ୍ବାରା ଲାଭ ପାଇବେ। କୌଣସି ନୂଆ କାମ କରିବା ପାଇଁ ଉତ୍ସାହିତ ରହିବେ। 

କନ୍ୟା: ନୂଆ ସଂପର୍କ ଆରମ୍ଭ କରିବା ଲାଗି ମଉକା ପାଇବେ। କୌଣସି ଲୋକଙ୍କୁ ସାହାଯ୍ୟ କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ସନ୍ତାନର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। 

ଆହୁରି ପଢ଼ନ୍ତୁ- Supreme Court: ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଜବାବ ଦାଖଲ କରିବାକୁ ଛଅ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ତୁଳା: କଥା କମ୍ ଶୁଣିବାରେ ଅଧିକ ଧ୍ୟାନ ଦିଅନ୍ତୁ। କିଛି ନୂଆ ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଖର୍ଚ୍ଚ ବଢ଼ିପାରେ। କବିଙ୍କର କାବ୍ୟର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

‌ବିଛା: ଆପଣଙ୍କ ଆଖପାଖର ସକାରାତ୍ମକ ଶକ୍ତି ବଜାୟ ରହିବ। ଲୋକ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ବଡ଼ ବ୍ୟବସାୟ ଗୋଷ୍ଠୀ ସହିତ ଭାଗୀଦାରି କରିବା ପାଇଁ ବିଚାର କରିବେ। 

ଧନୁ: ବ୍ୟବସାୟରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ। ଟଙ୍କାପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରିଜୀବୀ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ‌ 

ମକର: ଯାହା ବି କାମ କରିବେ ପୂରା ମନପ୍ରାଣ ଢାଳି କରିବେ। ଏଥିରେ ନୂଆ ଅନୁଭବ ପାଇବେ। ମାନସିକ ଅଶାନ୍ତି ନିବାରଣ ହେବ। ସାମାଜିକ ପରିସର ଓ ସମ୍ମାନରେ ବୃଦ୍ଧି ହେବ। ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ‌ 

କୁମ୍ଭ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଆପଣଙ୍କ କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ପାଇବେ। ପରିବାର ଲୋକଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ ସଫଳତା ପାଇବା ଯୋଗ ଅଛି। 

ମୀନ: ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ। ବନ୍ଧୁ ଆପଣଙ୍କୁ ବ୍ୟବସାୟ ବଢ଼ାଇବା ପାଇଁ ପରାମର୍ଶ ଦେବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.