Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ...

1 hour ago 2
ARTICLE AD BOX

‌ମେଷ: ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଆପଣଙ୍କର କାର୍ଯ୍ୟ ଭଲଭାବେ ସଂପୂର୍ଣ୍ଣ ହେବ। ସନ୍ଧ୍ୟାରେ ପରିବାର ସହିତ ବିତାଇବେ। ଆପଣଙ୍କ ବେପାର ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ। 

ବୃଷ: ବୈବାହିକ ସମ୍ବନ୍ଧରେ ସୁଧାରର ସମ୍ଭାବନା ବଢ଼ିବ। କିଛି ଖର୍ଚ୍ଚ ଚାହୁନଥିଲେ ବି କରିବାକୁ ପଡ଼ିବ। ଏକରୁ ଅଧିକ ମାଧ୍ୟମରେ ଧନପ୍ରାପ୍ତି ହେବ। ନିଜର ପରିଶ୍ରମ ବଳରେ ପ୍ରସିଦ୍ଧି ବଢ଼ାଇବେ। 

ମିଥୁନ: ଜୀବନରେ ସକାରାତ୍ମକ ଭାବନ ସହିତ ଆଗକୁ ବଢ଼ିବେ। ନିଜ କାମରେ ଆପଣଙ୍କର ବିଶ୍ବାସ ବଢ଼ିବ। ପାରିବାରିକ ଜୀବନରେ ଖୁସି ରହିବ। ଆର୍ଥିକ ଲାଭ ହେବାର ଯୋଗ ଅଛି। 

କର୍କଟ: ଆପଣ କୌଣସି ଯୋଜନା ଉପରେ କାମ କରିବେ। ଆପଣଙ୍କ ବେପାର ବଢ଼ିବାର ଫଳପ୍ରଦ ସିଦ୍ଧି ହେବ। ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।

ସିଂହ: ନିଜ ପରିଶ୍ରମ ଓ ସାମର୍ଥ୍ୟରେ କାର୍ଯ୍ୟକ୍ଷେତ୍ରରେ ବହୁତ କିଛି ପ୍ରାପ୍ତ କରିନେବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ଜଣେ ଅନ୍ୟଜଣଙ୍କ ପ୍ରତି ମଧୁର ଭାବନା ବିକାଶ ହେବ।

କନ୍ୟା: ନୂଆ ସଉଦା କରିବା ପୂର୍ବରୁ ଭଲଭାବେ ଭାବି ନିଅନ୍ତୁ। ଅଚାନକ ଧନପ୍ରାପ୍ତିର ସମ୍ଭାବନା। ବେପାରରେ ନୂଆ ପ୍ରଗତି କରିବେ। ସରକାରୀ ଚାକିରିଆଙ୍କୁ ସରକାରୀ ବାସ ଭବନ ମିଳିପାରେ। 

ଆହୁରି ପଢ଼ନ୍ତୁ- Operation trishul: ବିଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଲା ଭାରତ

ତୁଳା: କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସହିତ ଭଲ ସଫଳତା ମିଳିବାର ସମ୍ଭାବନା। କୌଣସି ଭଲ ଖବର ପାଇବେ। ପାରିବାରିକ ଜୀବନରେ ଆପୋସୀ ପ୍ରେମ ରହିବ। କାମର ଚାପ ଲାଗି ରହିବ। 

ବିଛା: ବ୍ୟବସାୟରେ ଉତ୍ତମ ସଫଳତା ପାଇବେ। କୌଣସି ନୂଆ କଥା ଆପଣଙ୍କ ମସ୍ତିଷ୍କରେ ଘୂରି ବୁଲିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। 

ଧନୁ: ଭଲ ଖବର ପାଇବା ଯୋଗ ଅଛି। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆପଣଙ୍କର ବେତନ ବଢ଼ିପାରେ। କାହାରି ପାରିବାରିକ ସମାରୋହରେ ସାମିଲ ହେବେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। 

ମକର: ବୈବାହିକ ଜୀବନରେ ଖୁସି ଆସିବ। ଅଫସିରେ ଦିନଟି ବହୁତ ଭଲ ରହିବ। ନିଜ ଘରର ସୌନ୍ଦର୍ଯ୍ୟକରଣ କାମ କରାଇବେ। କର୍ମକ୍ଷେତ୍ରରେ ଭଲ ଅବସର ପାଇବେ। ଧନଲାଭ ଯୋଗ ଅଛି। 

କୁମ୍ଭ: ଦିନଟି ଆପଣଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିଦେବ। ଭାବିଚିନ୍ତି ସମସ୍ୟାର ସମାଧାନ ବାହାର କରିବେ। ଆପଣଙ୍କୁ ଚାକିରିରେ ଉତ୍ତମ ପରିଣାମ ମିଳିବ। କିଛି ନୂଆ ବେପାରର ସହମତି ହୋଇପାରେ। ‌ ‌ 

ମୀନ: ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରି ଖୁସି ଅନୁଭବ କରିବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରପନ୍ତି। ଚାକିରିରେ ଅନୁକୂଳ ପରିଣାମ ପାଇବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.