Horoscope 2026 August 01: ଜାଣନ୍ତୁ ଆଜିର ରାଶିଫଳ...

2 hours ago 1
ARTICLE AD BOX

ମେଷ: ଆତ୍ମବିଶ୍ବାସ ବଳରେ ଆପଣଙ୍କ କାମ ପୂରା କରିନେବେ। ବ୍ୟବସାୟ କାମ ପାଇଁ ଦୂରସ୍ଥାନକୁ ଯିବେ। ଚାକିରି ବିଷୟରେ ଆପଣ ବହୁତ ବ୍ୟବହାରିକ ରହିବେ। ବୈବାହିକ ଜୀବନ ସୁଖମୟ ହେବ। 

ବୃଷ: ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ। ଚାକିରିଆଙ୍କୁ ଭଲ ପରିଣାମ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମୀଯୁଗଳଙ୍କୁ ଦିନଟି ଖୁସି ଦେବ। 

ମିଥୁନ: ଆପଣଙ୍କର ଅଧୁରା ଥିବା ସବୁ କାମ ପୂରା କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସାମାଜିକ ପରିସର ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ରହିବ। 

କର୍କଟ: କାହାରି ମାମଲାରେ ଦଖଲ ଦେବାରେ ନିବୃତ୍ତ ରହନ୍ତୁ। ବନ୍ଧୁ ଦେଇଥିବା ପରାମର୍ଶ ଗ୍ରହଣ କରିନିଅନ୍ତୁ। ପିଲାମାନଙ୍କ ପାଠପଢ଼ାକୁ ନେଇ ଆପଣ ସତର୍କ ରହିବା ଦରକାର। 

ସିଂହ: କୋର୍ଟ କଚେରି ମାମଲାରେ ନିସ୍ତାର ପାଇବେ। ଇଂଜିନିୟରଙ୍କ ଲାଗି ଦିନଟି କିଛି ପରିବର୍ତ୍ତନ ଆଣିବ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। 

କନ୍ୟା: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସବୁ ଅଶାନ୍ତିର ସମାଧାନ ବାହାରିବ। ଜୀବନସାଥୀ ସହ କିଛି ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ସତେଜ ରହିବେ। 

ଆହୁରି ପଢ଼ନ୍ତୁ- Chinese President Xi Jinping: ସେପ୍ଟେମ୍ବରରେ ଭାରତ ଆସିପାରନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଂ

ତୁଳା: ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ମିଳିବ। ଖୁସି ଖବର ପାଇବେ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ। 

ବିଛା: ଲୋକମାନଙ୍କ ମଧ୍ୟରେ ଆପଣଙ୍କର ମାନସମ୍ମାନ ବଢ଼ିବ। ବିଦେଶୀ କଂପାନି ସହ ଡିଲ୍‌ ହେବାର ଯୋଗ ଅଛି। କୌଣସି ବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯିବେ। ରାଜନୀତିରେ ସଫଳତା ପାଇବେ। 

ଧନୁ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେଆପେ ଶେଷ ହୋଇଯିବ। ଧର୍ମକାର୍ଯ୍ୟରେ ସହଯୋଗ ଦେବାର ଅବସର ପାଇବେ। ପିଲାମାନେ ନିଜର ମନକଥା ବାପା ମାଆଙ୍କୁ କହିବେ। ‌ 

ମକର: ଦାମ୍ପତ୍ୟ ଜୀବନ ମିଷ୍ଟତାରେ ପୂର୍ଣ୍ଣ ରହିବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ। ନୂଆ ବ୍ୟବସାୟ ଆରମ୍ଭ ପୂର୍ବରୁ କାହାରି ପରାମର୍ଶ ନିଅନ୍ତୁ।  

କୁମ୍ଭ: ଆର୍ଥିକ ସ୍ଥିତିୁ ସୁଦୃଢ଼ କରିବା ଲାଗି ଆପଣଙ୍କ ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। 

ମୀନ: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିପାରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.