Home and car loan: ଅର୍ଥସୂତ୍ର: ୩୦ ହଜାର ଟଙ୍କା ଦରମାରେ ଗୃହ ଓ କାର୍ ଋଣ

1 hour ago 1
ARTICLE AD BOX

ଆଜିର ସମୟରେ ଘରଟିଏ ଓ କାର୍‌ଟିଏ ଅନେକଙ୍କର ସ୍ୱପ୍ନ। କିନ୍ତୁ ସୀମିତ ଆୟ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସ୍ୱପ୍ନ ପୂରଣ କରିବା ଟିକେ କଷ୍ଟକର ଲାଗିପାରେ। ବିଶେଷକରି ଯଦି ମାସିକ ଦରମା ୩୦,୦୦୦ ଟଙ୍କା ହୁଏ, ତେବେ ଗୃହ ଋଣ ଓ କାର୍‌ ଋଣ ଦୁଇଟିର ଇଏମ୍‌ଆଇ କିପରି ପରିଚାଳନା କରିବେ, ଏହା ଜାଣିବା ଜରୁରି। ଠିକ୍ ବଜେଟ୍‌ ପ୍ଲାନ୍‌ ଓ ଖର୍ଚ୍ଚରେ ନିୟନ୍ତ୍ରଣ ରହିଲେ ୩୦,୦୦୦ ଟଙ୍କା ଦରମାରେ ମଧ୍ୟ ଦୁଇଟି ଋଣ ପରିଚାଳନା କରାଯାଇପାରେ। କିନ୍ତୁ ଋଣ ନେବା ପୂର୍ବରୁ ନିଜ ଆୟ, ଖର୍ଚ୍ଚ ଓ ଭବିଷ୍ୟତର ଆବଶ୍ୟକତାକୁ ଭଲ ଭାବେ ବିଚାର କରିବା ଦରକାର।

Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ

ବ୍ୟାଙ୍କ କିପରି ଋଣ ଦେଇଥାଏ?
ବ୍ୟାଙ୍କ ଋଣ ଦେବା ସମୟରେ ଆପଣଙ୍କ ଦରମା, କ୍ରେଡିଟ୍ ସ୍କୋର୍‌, ପୂର୍ବ ଋଣ ଓ ମାସିକ ଖର୍ଚ୍ଚକୁ ଯାଞ୍ଚ କରେ। ସାଧାରଣତଃ ବ୍ୟାଙ୍କ ଚାହେଁ ଯେ, ଆପଣଙ୍କର ମୋଟ୍‌ ଇଏମ୍‌ଆଇ ମାସିକ ଆୟର ୪୦ରୁ ୫୦ ପ୍ରତିଶତ ମଧ୍ୟରେ ରହୁ। ଯଦି ଆପଣଙ୍କ ମାସିକ ଦରମା ୩୦,୦୦୦ ଟଙ୍କା, ତେବେ ବ୍ୟାଙ୍କ ଅନୁସାରେ ଆପଣଙ୍କ ମୋଟ ଇଏମ୍‌ଆଇ ପ୍ରାୟ ୧୨ରୁ ୧୫ ହଜାର ଟଙ୍କା ମଧ୍ୟରେ ରହିବା ଭଲ। ଏହାଠାରୁ ଅଧିକ ଇଏମ୍‌ଆଇ ହେଲେ ଦୈନନ୍ଦିନ ଖର୍ଚ୍ଚ ପରିଚାଳନା କଷ୍ଟକର ହୋଇପାରେ।

ଗୃହ ଋଣ ଓ କାର୍‌ ଋଣର ହିସାବ
ଧରନ୍ତୁ, ଆପଣ ଏକ ହୋମ୍‌ ଲୋନ୍‌ ନେଇଛନ୍ତି, ଯାହାର ଇଏମ୍‌ଆଇ ମାସକୁ ୯,୦୦୦ ଟଙ୍କା। ଏହାସହିତ କାର୍‌ ଲୋନ୍‌ର ଇଏମ୍‌ଆଇ ମାସକୁ ୪,୦୦୦ ଟଙ୍କା। ତେବେ ଆପଣଙ୍କର ମୋଟ୍‌ ଇଏମ୍‌ଆଇ ହେବ ୧୩,୦୦୦ ଟଙ୍କା। ୩୦,୦୦୦ ଟଙ୍କା ଦରମାରେ ୧୩,୦୦୦ ଟଙ୍କା ଇଏମ୍‌ଆଇ ଦେବା ପରେ ଆପଣଙ୍କ ପାଖରେ ୧୭,୦୦୦ ଟଙ୍କା ରହିବ। ଏହି ଟଙ୍କାରୁ ଘରଖର୍ଚ୍ଚ, ଖାଦ୍ୟ, ବିଦ୍ୟୁତ୍ ବିଲ୍, ପାଣି ବିଲ୍, ଔଷଧ, ଶିକ୍ଷା ଓ ଯାତାୟାତ ଭଳି ଖର୍ଚ୍ଚ ପୂରଣ କରିବାକୁ ପଡ଼ିବ।

ଋଣ ନେବା ପୂର୍ବରୁ ଧ୍ୟାନ ଦିଅନ୍ତୁ

 ମୋଟ୍‌ ଇଏମ୍‌ଆଇ ଆପଣଙ୍କ ଆୟର ୪୦ ପ୍ରତିଶତରୁ ଅଧିକ ନ ହେବା ଭଲ।
 ହଠାତ୍ ଆସୁଥିବା ଖର୍ଚ୍ଚ ପାଇଁ ଏକ ଜରୁରିକାଳୀନ ପାଣ୍ଠି ରଖନ୍ତୁ।
 ଠିକ୍‌ ସମୟରେ ଇଏମ୍‌ଆଇ ପରିଶୋଧ କରି ଭଲ କ୍ରେଡିଟ୍ ସ୍କୋର୍‌ ରଖନ୍ତୁ।
 ଯେତେ ଅଧିକ ଡାଉନ୍ ପେମେଣ୍ଟ୍‌ ଦେବେ, ସେତେ କମ୍ ଋଣ ନେବାକୁ ପଡ଼ିବ ଏବଂ ଇଏମ୍‌ଆଇ ମଧ୍ୟ କମିବ।
 ନିଜ ଆୟ ବଢ଼ିବାର ସମ୍ଭାବନା ଓ ଭବିଷ୍ୟତ ଖର୍ଚ୍ଚକୁ ମଧ୍ୟ ଧ୍ୟାନରେ ରଖନ୍ତୁ।

Blunt Black Perfume: ବ୍ଲଣ୍ଟ୍‌ ବ୍ଲାକ୍‌ ପରଫ୍ୟୁମ୍‌ ଉନ୍ମୋଚିତ

୩୦,୦୦୦ ଟଙ୍କା ଦରମାରେ ଦୁଇଟି ଋଣ ନେବା ଠିକ୍ କି?
ଯଦି ଆପଣଙ୍କର ସ୍ଥାୟୀ ଚାକିରି ଅଛି, କୌଣସି ବଡ଼ ପୁରୁଣା ଋଣ ନାହିଁ ଏବଂ ମାସିକ ଖର୍ଚ୍ଚ ନିୟନ୍ତ୍ରଣରେ ଅଛି, ତେବେ ଯୋଜନା କରି ଗୃହ ଋଣ ଓ କାର୍‌ ଋଣ ଦୁଇଟି ନିଆଯାଇପାରେ। ହେଲେ ଯଦି ପୂର୍ବରୁ ଅନ୍ୟ ଋଣ ରହିଛି କିମ୍ବା ଖର୍ଚ୍ଚ ଅଧିକ, ତେବେ ଦୁଇଟି ଋଣ ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଠିକ୍ ଯୋଜନା, ସଞ୍ଚୟ ଅଭ୍ୟାସ ଓ ଆର୍ଥିକ ଶୃଙ୍ଖଳା ରହିଲେ ସୀମିତ ଆୟରେ ମଧ୍ୟ ନିଜ ଘର ଓ କାର୍‌ର ସ୍ୱପ୍ନ ପୂରଣ କରିହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.