Historic Rajabakhri: ଜୀବନ୍ୟାସ ପାଇବ ଐତିହାସିକ ରାଜାବଖରି: ସର୍ଭେ କରୁଛି ଆଇଆଇଟି ଚେନ୍ନାଇ

59 minutes ago 2
ARTICLE AD BOX

ସମ୍ବଲପୁର(ତେଜସ୍କର ମହାପାତ୍ର): ଜୀବନ୍ୟାସ ପାଇବ ସମ୍ବଲପୁର ସହରର ଐତିହାସିକ ରାଜାବଖରି ବା ଦଶ ମହାବିଦ୍ୟା ମହଲ। ସପ୍ତଦଶ ଶତାବ୍ଦୀର ଏହି ରାଜପ୍ରାସାଦ ସମ୍ବଲପୁର ଇତିହାସ ସାଙ୍ଗକୁ ସ୍ବାଧୀନତା ଆନ୍ଦୋଳନର ମୂକସାକ୍ଷୀ ହୋଇରହିଛି। କିନ୍ତୁ ଏହି ଐତିହ୍ୟ ବର୍ତ୍ତମାନ ଭଗ୍ନସ୍ତୂପର ରୂପ ନେବାକୁ ବସିଲାଣି। ଏହାର ପୁନରୁଦ୍ଧାର ସହିତ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପୁଣିଥରେ ଅଣ୍ଟା ଭିଡ଼ିଛି। ଆଇଆଇଟି ଚେନ୍ନାଇର ବୈଷୟିକ ଟିମ୍‌କୁ ସର୍ଭେ ଦାୟିତ୍ବ ମିଳିଛି। ଏପ୍ରିଲ ଓ ମେ’ ମାସରେ ଏହି ଟିମ୍ ୩ ଦିନ ଧରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବୈଷୟିକ ଟିମ୍‌ର ରିପୋର୍ଟ ଆସିବା ପରେ ଏହାର ପୁନରୁଦ୍ଧାର ନେଇ ରାଜ୍ୟ ସରକାର କୌଣସି ଯୋଜନା କରିପାରନ୍ତି ବୋଲି ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ରବୀନ୍ଦ୍ର ଦଳାଇ କହିଛନ୍ତି। 

Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର

ସପ୍ତଦଶ ଶତାବ୍ଦୀ ପ୍ରାରମ୍ଭରେ ସମ୍ବଲପୁର ଚୌହାନ ବଂଶର ରାଜା ଛତ୍ର ସାଏଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଏହି ରାଜପ୍ରାସାଦ ସେତେବେଳେ ପ୍ରାୟ ୧ ଏକର ଜମିରେ ପରିବ୍ୟାପ୍ତ ରହିଥିଲା। ରାଜାବଖରିରୁ ନିକଟରେ ଥିବା ରାନୀବଖରି ଓ ବୁଢ଼ାରଜା ପାହାଡ଼ ଯାଏଁ ଗୁପ୍ତ ସୁଡ଼ଙ୍ଗ ରହିଥିଲା। ଦୁଇମହଲା ବିଶିଷ୍ଟ ଏହି ରାଜପ୍ରା‌ସାଦରେ ୪୦ଟି କୋଠରି ସାଙ୍ଗକୁ ସିଡ଼ିି, ଶୌଚାଳୟ ଭଳି ଉନ୍ନତ ବ୍ୟବସ୍ଥା ବି ରହିଥିଲା। ରାଜପ୍ରାସାଦରେ ରାଣୀ, ରାଜକୁମାରୀଙ୍କ ପାଇଁ ରହିଥିବା ସ୍ଥାନ ଚିତ୍ରମହଲ ଭାବେ ପରିଚିତ ଥିଲା। ୧୮୫୭ ମସିହାରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ବେଶ୍ କିଛିଦିନ ଧରି ଏହି ରାଜାବଖରିରେ ରହିଥିଲେ। ସ୍ବାଧୀନତା ସଂଗ୍ରାମୀମାନେ ଏଠାରେ ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରିଥିଲେ। କିନ୍ତୁ ଏହା ପରଠାରୁ ଉକ୍ତ ରାଜପ୍ରାସାଦ ଅଲୋଡ଼ା ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ୨୦୧୪ ମସିହାରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏହି ଐତିହ୍ୟସ୍ଥଳୀର ପୁନରୁଦ୍ଧାର ଉଦ୍ଦେଶ୍ୟରେ ପ୍ରୟାସ ଆରମ୍ଭ କରିଥିଲା। ରାଜପ୍ରାସାଦର ପ୍ରଥମ ମହଲାଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ତଳ ମହଲା ବିପଦସଂକୁଳ ଅବସ୍ଥାରେ ରହିଛି। ୨୦୧୫ ମସିହାରେ ଦିଲ୍ଲୀରୁ ବିଶେଷଜ୍ଞ ଦଳ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।

Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ

ଏହାପରେ ୨.୫ କୋଟି ଟଙ୍କାରେ ପୁନରୁଦ୍ଧାର ପାଇଁ ଇନ୍‌ଟାକ୍ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଥିଲା। ୨୦୧୭ ମସିହାରେ ଇନ୍‌ଟାକ୍ ସମ୍ବଲପୁର ସମେତ ବିଭିନ୍ନ ଅନୁଷ୍ଠାନ ଏହାର ପୁନରୁଦ୍ଧାର ଲକ୍ଷ୍ୟ ନେଇ ସଫେଇ କରିଥିଲେ। ବେଶ୍ କେଇଦିନ ପରେ ତାହା ବି ବନ୍ଦ ହୋଇ ଯାଇଥିଲା। ୨୦୨୧ ମସିହାରେ ପୁଣିଥରେ ସଫେଇ କରାଯିବା ପରେ ପ୍ରାୟ ୧୦ କୋଟି ଟଙ୍କାରେ ଏହାର ପୁନରୁଦ୍ଧାର ପାଇଁ ସଂଶୋଧିତ ଡିପିଆର୍ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲା ଇନ୍‌ଟାକ୍। ମାତ୍ର ତାହା ବି ଆଗେଇ ପାରିଲାନି। ଏବେ ରାଜାବଖରିର ଅନେକ ଅଞ୍ଚଳ ଜବରଦଖଲରେ ରହିଛି। ରାଜପ୍ରାସାଦର କାନ୍ଥରୁ ନେଇ ଛାତ ପର୍ଯ୍ୟନ୍ତ ସବୁ ଅସୁରକ୍ଷିତ ଅବସ୍ଥାରେ ରହିଛି। ଅନାବନା ଗଛଲତା ମାଡ଼ିଯିବାରୁ ଏବେ ରାଜାବଖରି ସ୍ପଷ୍ଟ ଭାବେ ଦୃଶ୍ୟମାନ ମଧ୍ୟ ହେଉନି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.