ARTICLE AD BOX
୧୯୪୫ ଅଗଷ୍ଟ ୬ ମାନବ ଇତିହାସର ସବୁଠାରୁ ବିଧ୍ବଂସକାରୀ ଦିବସ ମଧ୍ୟରୁ ଗୋଟିଏ। ଏହି ଦିନ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଥର ପାଇଁ ପରମାଣୁ ବୋମା ପକାଇଥିଲା। ଏହି ବୋମାର ନାମ ଥିଲା ‘ଲିଟିଲ୍ ବଏ’। ଏହାର ପରିଣାମ ସ୍ବରୂପ ପ୍ରାୟ ୭୦,୦୦୦ ଲୋକଙ୍କର ତତ୍କାଳ ମୃତ୍ୟୁ ଘଟିଥିଲା। ବର୍ଷ ଶେଷ ସୁଦ୍ଧା ବିକିରଣ ପ୍ରଭାବ ଯୋଗୁଁ ସମୁଦାୟ ୧,୪୦,୦୦୦ ଲୋକ ପ୍ରାଣ ହରାଇଥିଲେ।
Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର
ଯେଉଁମାନେ ବଞ୍ଚିଗଲେ ସେମାନେ ଜୀବନଯାକ ନାନା ଶାରୀରିକ ଓ ମାନସିକ କଷଣ ଭୋଗିଥିଲେ। ପରମାଣୁ ବୋମା ଯୋଗୁଁ ଜୀବନ ହାରିଥିବା ହଜାର ହଜାର ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଏହି ବିନାଶକାରୀ ଘଟଣାର ସ୍ମୃତିରକ୍ଷା ତଥା ବିଶ୍ବ ସ୍ତରରେ ଶାନ୍ତି ଓ ପରମାଣୁ ନିରସ୍ତ୍ରୀକରଣର ପ୍ରୋତ୍ସାହନ ଲାଗି ପ୍ରତି ବର୍ଷ ଆଜି ଦିନରେ ହିରୋସିମା ଦିବସ ପାଳନ କରାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ହିରୋସିମା ପିସ୍ ମେମୋରିଆଲ୍ ପାର୍କରେ ୧୯୬୪ ମସିହାରୁ ‘ଶାନ୍ତି ଶିଖା’ ଜଳିଆସୁଛି, ଯାହାର ଉଦ୍ଦେଶ୍ୟ ହେଲା ବିଶ୍ବ ସ୍ତରରେ ପରମାଣୁ ବୋମା ବ୍ୟବହାର ବିରୋଧରେ ପ୍ରତିବାଦ କରିବା। ପୃଥିବୀରୁ ସମସ୍ତ ପରମାଣୁ ଅସ୍ତ୍ର ବିଲୋପ ହେବା ପର୍ଯ୍ୟନ୍ତ ଏହି ଶିଖା ଜଳିବା ଜାରି ରହିବ।

56 minutes ago
2


