Hirakud: ଚାଷଜମିରେ ମାଡ଼ିଗଲା ହୀରାକୁଦର ପଛୁଆ ପାଣି: ଧାନ, ପରିବା ଫସଲ ନଷ୍ଟ ଆଶଙ୍କା

3 days ago 4
ARTICLE AD BOX

ଅମ୍ବାଭୋନା/ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ବିଭିନ୍ନ ଗାଁରେ ହୀରାକୁଦ ଡ୍ୟାମ୍‌ର ପଛୁଆ ପାଣି ମାଡ଼ିଗଲାଣି।  ଚାଷଜମି ବୁଡ଼ି ଯାଇଥିବାରୁ ଫସଲ ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଭୈନାତୋରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଖିଲି, କପାସିରା ଗ୍ରାମ ପଞ୍ଚାୟତର ଅନ୍ତରାଡ଼ି, ଡୁଙ୍ଗୁରି ଗ୍ରାମ ପଞ୍ଚାୟତର ବଡ଼ମାଳ ଓ ବୁଙ୍ଗାପାଲି ଗ୍ରାମ ପଞ୍ଚାୟତର ଲାଉନସରା, ଜରିମୂଲି, ତାମଦେଇ ଓ ଗୋବିନ୍ଦପୁର ଗ୍ରାମର ଶହଶହ ଏକର ଧାନ ଏବଂ ବିଭିନ୍ନ ପ୍ରକାର ପନିପରିବା ଚାଷ ହୋଇଥିବା ଜମିରେ ହୀରାକୁଦ ପଛୁଆ ପାଣି ଓ ବନ୍ୟାପାଣି ମାଡ଼ିଯାଇଛି।

World Skills Shanghai-2026: ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

ବାରପାହାଡ଼ କୃଷକ ସଙ୍ଗଠନ ସଭାପତି ଇଶାନ ଚନ୍ଦ୍ର ଭୋଇ ଓ ଲାଲ ବାହାଦୁର ଶାସ୍ତ୍ରୀ କୃଷକ ସଙ୍ଗଠନ ସଭାପତି ଠାକୁରରାମ ପଟେଲ ଚାଷୀମାନଙ୍କ ନିକଟରେ ଏହି ଦୁର୍ଦ୍ଦିନ ସମୟରେ ଠିଆ ହୋଇଛନ୍ତି। କୃଷି ବିଭାଗ ଓ ରାଜସ୍ବ ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ଚାଷୀଙ୍କ ଋଣ ଛାଡ଼ କରାଯାଉ ଏବଂ ବନ୍ୟା କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଦୁଇ ମାସର ଅତିରିକ୍ତ ମାଗଣା ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ବିଭାଗ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। 

ଧାନ, ପରିବା ଫସଲ ନଷ୍ଟ ଆଶଙ୍କା
୪ ଶହ ଲୋକ ରିଲିଫ୍‌ କ୍ୟାମ୍ପକୁ ସ୍ଥାନାନ୍ତର

ଛତିଶଗଡ଼ ଉପରମୁଣ୍ଡରୁ ଏବେ ମଧ୍ୟ ବନ୍ୟାପାଣି ମହାନଦୀରେ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢ଼ିବାରୁ ଏହି ଗାଁଗୁଡ଼ିକରେ ପାଣି ପଶିଛି। ବନ୍ୟାପାଣି ପ୍ରବେଶ କରିଥିବା ଗାଁରେ ବିଭିନ୍ନ ସଂକ୍ରାମକ ରୋଗ ଓ ବିଷଧର ସାପର ଭୟ ରହିଥିବାରୁ ଲୋକଙ୍କୁ ସଚେତନ କରାଯାଉଛି। ବ୍ଲକ୍‌ର ଚିଖିଲି, ଅନ୍ତରାଡ଼ି, ଘୁଗୁରାପଲି ଓ ବେନିଆପାଲି ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚିଖିଲି ଗାଁ ଅଧିକ ପ୍ରଭାବିତ ହୋଇଛି।

ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା

ଏପରିକି ଲୋକେ ଡଙ୍ଗାରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଛି। ଗାଁର ଗର୍ଭବତୀ, ପ୍ରସୂତି, ଶିଶୁ, ବୁଢ଼ାବୁଢ଼ୀ, ଅସହାୟଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରିବାକୁ ଲୋକେ ଦାବି କରିଛନ୍ତି। ସେହିପରି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ପ୍ରାୟ ୪ଶହରୁ ଅଧିକ ଲୋକଙ୍କ ପାଇଁ ବନ୍ୟା ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ଅନ୍ତରାଡ଼ି, ଘୁଗୁରାପାଲି, ଗଣ୍ଠିଆପାଲିରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଛି। ଜଳସ୍ତର ହ୍ରାସ ନପାଇବା ପର୍ଯ୍ୟନ୍ତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.