ARTICLE AD BOX
ପାଠ୍ୟପୁସ୍ତକ ତ୍ରୁଟି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, କିଶୋର କୁମାର କର ପ୍ରମୁଖ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି।
/sambad/media/media_files/2026/07/01/odisha-text-book-row-2026-07-01-19-42-05.png)
କଟକ: ପାଠ୍ୟପୁସ୍ତକ ତ୍ରୁଟି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, କିଶୋର କୁମାର କର ପ୍ରମୁଖ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କ ଅଧିନରେ ସହକାରୀ ନିର୍ଦ୍ଦେଶକ ଓ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ମଧ୍ୟରୁ କେତେକ ଏହି ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି। ଅନୁପମ ଘୋଷ ଓ ଅସୀମ କୁମାର ଘୋଷଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି। ଗତ ସପ୍ତାହରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ ରହିଥିବା ଅଭିଯୋଗରେ ସରକାରୀ ଅଧିକାରୀ ଓ କେତେକ ଘରୋଇ ପୁସ୍ତକ ପ୍ରକାଶନୀ ସଂସ୍ଥା ପ୍ରସଂଗରେ ଉଲ୍ଲେଖ କରାଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

7 hours ago
1


