ARTICLE AD BOX
କଟକ: ଜଳାଶୟ ସୁରକ୍ଷା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମାର୍କେଟ କଂପ୍ଲେକ୍ସ ନିର୍ମାଣ ପାଇଁ ଜଳାଶୟ ପୋତାଯିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପଞ୍ଚାୟତିରାଜ ବିଭାଗ ସଚିବ, ବାଲେଶ୍ବର ଜିଲ୍ଲାପାଳ, ବାଲିଆପାଳ ତହସିଲଦାର, ମଧୁପୁରା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ନୋଟିସ ଜାରି କରିଛନ୍ତି। ଏଭଳି କାର୍ଯ୍ୟ ପରିବେଶ ପ୍ରଣାଳୀରେ ଅସନ୍ତୁଳନ ସୃଷ୍ଟି କରେ। ସାରା ଦେଶରେ ଜଳାଶୟ ପୋତିବା ରୋକିବାକୁ ଆଇନଗତ ବ୍ୟବସ୍ଥା ରହିଛି। ତେଣୁ ଏହା କେବଳ ଏକ ବୈଧାନିକ ଦାୟିତ୍ବ ନୁହେଁ, ଏହା ସାମ୍ବିଧାନିକ ଆଦେଶ ମଧ୍ୟ।
ଆହୁରି ପଢନ୍ତୁ: Punjab Farmers : ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀ, FTA ରଦ୍ଦ କରିବା ଦାବିରେ ବିରାଟ ଶୋଭାଯାତ୍ରା
ସରକାର ଜଳାଶୟ ଗୁଡ଼ିକରେ କୌଣସି ପରିବର୍ତ୍ତନ କିମ୍ବା ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମଳୟ କୁମାର ମହାନ୍ତି ଓ ଅନ୍ୟ ଚାରି ଜଣଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଜୁଲାଇ ୧୭ରେ ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ମାମଲାରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଆଜି ୱେବସାଇଟରେ ଉପଲବ୍ଧ ହୋଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ବାଲିଆପାଳ ତହସିଲ ଅନ୍ତର୍ଗତ ବଡ଼ସିମିଳିଆ ମୌଜାରେ ମଧୁପୁରା ପଞ୍ଚାୟତରେ ରହିଛି ଏକ ବିରାଟ ପୋଖରୀ। ଏହି ପୋଖରୀକୁ ପୋତିଯାଇ ବ୍ୟବାସାୟିକ କାର୍ଯ୍ୟରେ ବ୍ୟବହାର ପାଇଁ ଯୋଜନା କରାଯାଉଛି। ଏପରି କାର୍ଯ୍ୟକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ସୁରେନ୍ଦ୍ର ରାଉତ, ପ୍ରୀତନନ୍ଦା ପଟ୍ଟନାୟକ, ସବିତା କୁମାରୀ ବରାଳ, ସ୍ବରାଜ, ସମୀକ୍ଷା ସ୍ଥିତପ୍ରଜ୍ଞା ସହାୟତା କରୁଥିଲେ।

7 hours ago
1


