ARTICLE AD BOX
କୋଲକାତା : କାଲକାଟା ହାଇକୋର୍ଟ ମଙ୍ଗଳବାର ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ତାଙ୍କ ବିରୋଧରେ ଥିବା ୩ଟି ଆପରାଧିକ ମାମଲାରେ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଅଭିଷେକଙ୍କ ବିରୋଧରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏକାଧିକ ଏତଲା ରୁଜୁ ହୋଇଛି। ଏଥି ମଧ୍ୟରୁ କେବଳ ୩ଟି ଏତଲାରେ ଅଭିଷେକଙ୍କୁ ଗିରଫ କରାଯିବନି ଏବଂ ତାଙ୍କୁ ହାଜତରେ ଜେରା କରାଯିବାର କିଛି ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଜଣିକିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଆହୁରି ପଢନ୍ତୁ :Karnnataka: ଜେଲ୍ରେ ଥିବା କର୍ଣ୍ଣାଟକ ଅଧିକାରୀ ହସ୍ପିଟାଲ୍ର ଭିଆଇପି ୱାର୍ଡରେ ମହିଳାଙ୍କ ସହ ଧରାପଡ଼ିଲେ
ଅଭିଷେକ ମଧ୍ୟ ହାଇକୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେନି ବୋଲି କୋର୍ଟ କହିଛନ୍ତି। ତେବେ ପୂର୍ବରୁ ସୁପ୍ରିମକୋର୍ଟ ଅଭିଷେକଙ୍କୁ ୩ ସପ୍ତାହ ପାଇଁ ବିଦେଶ ଗସ୍ତ ଅନୁମତି ଦେଇଥିବାବେଳେ ହାଇକୋର୍ଟଙ୍କ ରାୟ ଏଥିରେ କୌଣସି ବାଧା ସୃଷ୍ଟି କରିବନି ବୋଲି କୋର୍ଟ କହିଛନ୍ତି। ଏହି ୩ଟି ମାମଲାର ତଦନ୍ତ ଉପରେ ପୁଲିସ ଆସନ୍ତା ନଭେମ୍ବର ୨୩ ତାରିଖରେ ଅଗ୍ରଗତି ରିପୋର୍ଟ ଦାଖଲ କରିବ। କୋର୍ଟ ମଧ୍ୟ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ଅଭିଷେକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ମାମଲାରେ ତଦନ୍ତ ପାଇଁ ହାଜର ହେବାକୁ ଅଭିଷେକଙ୍କୁ ୪୮ ଘଣ୍ଟା ପୂର୍ବରୁ ନୋଟିସ୍ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୁଲିସ ଅଭିଷେକଙ୍କବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଷେକ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ତାଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଏତଲା ରୁଜୁ ହୋଇଛି ଯାହା କି ସେ ନିଜେ ଜାଣିନାହାନ୍ତି।

2 hours ago
1


