High alert: କଠୁଆରେ ପାକିସ୍ତାନୀ ଡ୍ରୋନ୍‌ ଚିହ୍ନଟ, ପୁଞ୍ଚରେ ଆତଙ୍କୀ ନିରୋଧ ଅପରେସନ୍‌ ଜୋରଦାର

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କଠୁଆ ଜିଲ୍ଲାରେ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଆଗୁଆ ଗ୍ରାମ ଗୁଡ଼ିକରେ ପାକିସ୍ତାନୀ ଡ୍ରୋନ୍‌ ଚିହ୍ନଟ ହେବାପରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଭାରତର ବିପରୀତ ପାର୍ଶ୍ବରେ ପାକିସ୍ତାନ ଏହାର ସାମରିକ ମୁତୟନ ସୁଦୃଢ଼ କରିଥିବା ଖବର ମିଳିବାପରେ ସୀମା ନିକଟରେ ସୁରକ୍ଷା କଡ଼ାକଡ଼ି ହୋଇଛି।

ଅପରାହ୍ନ ପ୍ରାୟ ୨ଟା ସମୟରେ ଡ୍ରୋନ୍‌ ଭାରତୀୟ ଅଞ୍ଚଳକୁ ପଶି ଆସିଥିଲା ଏବଂ ଏହା କଠୁଆର ହୀରାନଗର ସେକ୍ଟର ସ୍ଥିତ ସୁଖମାଲ, ଦେବିନ୍ଦ୍ର ଏବଂ ତପନରେ ଆଗୁଆ ଗାଁ ଗୁଡ଼ିକରେ ଚିହ୍ନଟ ହୋଇଥିଲା। ତେବେ ସତର୍କ ଥିବା ବିଏସ୍ଏ‌ଫ୍‌ ଯବାନମାନେ ତୁରନ୍ତ ‌ଡ୍ରୋନ୍‌ଟିକୁ ଖସାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅତି ଉଚ୍ଚରେ ଉଡ଼ୁଥିବା ଡ୍ରୋନ୍‌ଟିକୁ ଖସାଯିବା ପୂର୍ବରୁ ଏହା ସୀମା ଆରପଟକୁ ଚାଲିଯାଇଥିଲା। ଏହି ଘଟଣା ପରେ ବିଏସଏଫ୍‌ ଏବଂ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି।

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଲା ବିଏସ୍‌ଏଫ୍‌

ଡ୍ରୋନ୍‌ ଦ୍ବାରା କୌଣସି ଅସ୍ତ୍ର , ବିସ୍ଫୋରକ କିମ୍ବା ଅନ୍ୟ କୌଣସି ସାମଗ୍ରୀ ପକାଯାଇଥିବା ନେଇ ବ୍ୟାପକ ତଲାସୀ କରାଯାଇଥିଲା। ପୃଥକ୍‌ ଭାବେ ସୁରକ୍ଷା ବାହିନୀ ପକ୍ଷରୁ ପୁଞ୍ଚ ଜିଲ୍ଲାରେ ବ୍ୟାପକ ଆତଙ୍କୀ ନିରୋଧ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ୨ ଆତଙ୍କବାଦୀ ଗୋଷ୍ଠୀର ସନ୍ଦେହଜନକ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବାପରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଚାଲିଛି। ଏସ୍‌ଓଜି, ଜମ୍ମୁ କାଶ୍ମୀର ପୁଲିସ, ରାଷ୍ଟ୍ରୀୟ ରାଇଫଲ୍ସର କର୍ମଚାରୀମାନେ ସୁରନକୋଟ ତହସିଲର ଧାରା ସାଙ୍ଗଲା, ଗୁଜ୍ଜର ନାର ଏବଂ ଖେରୋୱାଲି ଢୋକରେ ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି।

କଳାବନ ଏବଂ ମେନ୍ଧର ତହସିଲର କେତେକ ଅଂଚଳରେ ସନ୍ଦେହଜନକ ଗତିବିଧି ଠାବ ହୋଇଥିଲେ ମଧ୍ୟ କୌଣସି ଗିରଫଦାରୀ କରାଯାଇନି। ଅନ୍ୟ ଏକ ସୁରକ୍ଷା ସଂକ୍ରାନ୍ତ ଘଟଣାକ୍ରମରେ ମଙ୍ଗଳବାର ସକାଳେ କଠୁଆର ହୀରାନଗର ସେକ୍ଟରରେ କଟ୍ଟଲ-ବ୍ରହ୍ମଣା ଗ୍ରାମରେ ଜଣଙ୍କ ଘର ଅଗଣାରୁ ଏକ ପୁରୁଣା ମୋର୍ଟାର ସେଲ୍‌ ମିଳିଛି। ଏକ ଖନନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ସନ୍ଦେହଜନକ ଜିନିଷ ‌ଦେଖିବାପରେ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ସହ ଏକ ପୁଲିସ ଟିମ୍‌ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ଅଫୁଟା ଗୋଳାକୁ ବାହାର କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.