Helicopter Crash: ୟୋସେମାଇଟ୍ ଜାତୀୟ ଉଦ୍ୟାନରେ ନିଆଁଲିଭା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଉଭୟ ପାଇଲଟ୍‌ଙ୍କ ମୃତ୍ୟୁ

6 days ago 6
ARTICLE AD BOX

ୱାସିଂଟନ: ଆମେରିକାର କାଲିଫର୍ନିଆର ୟୋସେମାଇଟ୍ ନ୍ୟାସନାଲ୍ ପାର୍କରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ପାଣି ପକାଉଥିବା ସମୟରେ ଏକ ହେଲିକପ୍ଟରର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ହେଲିକପ୍ଟରରେ ଥିବା ଦୁଇ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଛି। ସେମାନେ ପ୍ରେସିସନ୍ ନାମକ ଏକ ଚୁକ୍ତିଭିତ୍ତିକ ବିମାନ କମ୍ପାନିରେ କାମ କରୁଥିଲେ। ଏଜେନ୍ସି ମୁଖପାତ୍ର ଏମେରି ଜନସନ୍ କହିଛନ୍ତି ଯେ, ପାଇଲଟ୍‌ଙ୍କ ମଧ୍ୟରୁ ଜଣେ ଗ୍ରେଗ୍ କିଙ୍ଗ ଥିଲେ, ଯିଏ ପ୍ରେସିସନ୍‌ରେ ଯୋଗଦେବା ପୂର୍ବରୁ ଆଲାସ୍କାର ବନ ଏବଂ ଅଗ୍ନି ସୁରକ୍ଷା ବିଭାଗରେ କାର୍ଯ୍ୟ କରୁଥିଲେ। 

ତଦନ୍ତ କରୁଛନ୍ତି ଜାତୀୟ ପରିବହନ ସୁରକ୍ଷା ବୋର୍ଡ

ସେ ରାଜ୍ୟରେ ଅନେକ ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ଥିଲେ। ଅଗ୍ନି ନିର୍ବାପନ ପ୍ରୟାସ ତଦାରଖ କରୁଥିବା ଫେଡେରାଲ୍ କମ୍ପ୍ଲେକ୍ସ ଇନସିଡେଣ୍ଟ୍ ମ୍ୟାନେଜମେଣ୍ଟ୍ ଦଳର ମୁଖପାତ୍ର ବେଞ୍ଜାମିନ୍ କୋସେଲ୍ କହିଛନ୍ତି ଯେ ସୁପର ପୁମା ହେଲିକପ୍ଟରଟି ନିଆଁ ଲିଭାଇବା ପାଇଁ ପାଣିର ବାଲ୍ଟି ବ୍ୟବହାର କରୁଥିବା ସମୟରେ ଏକ ହ୍ରଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫେଡେରାଲ୍ ଏଭିଏସନ୍ ପ୍ରଶାସନ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ତଦନ୍ତ କରୁଛନ୍ତି।

ସରକାରୀ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଆମେରିକାରେ ଜଙ୍ଗଲ ନିଆଁ ଲିଭାଇବାରେ ସାହାଯ୍ୟ କରିବା ସମୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୨ରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଅଗଷ୍ଟ ମାସରେ ଉଟାହରେ ଅଗ୍ନିକାଣ୍ଡ ଲିଭାଇବାରେ ସାହାଯ୍ୟ କରିବା ସମୟରେ ଦୁଇଜଣ ହେଲିକପ୍ଟର ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିଲା ଏବଂ କଲୋରାଡୋରେ ଅନ୍ୟ ଜଣେ ପାଇଲଟ୍‌ଙ୍କ ହେଲିକପ୍ଟର ଏକ ଜଳଭଣ୍ଡାରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନ୍ୟାସନାଲ ଇଣ୍ଟରଏଜେନ୍ସି ଫାୟାର ସେଣ୍ଟର ଅନୁଯାୟୀ ପ୍ରାୟ ୫୮୦ ଲୋକ କାଲିଫର୍ନିଆର ୱାଓନା ନିକଟରେ ସେପ୍ଟେମ୍ବର ୧୫ ଆରମ୍ଭ ହୋଇଥିବା ଜଙ୍ଗଲ ନିଆ ସହ ଲଢୁଛନ୍ତି। ନିଆଁ ପ୍ରାୟ ୪.୭ ବର୍ଗ ମାଇଲରେ ପରିବ୍ୟାପ୍ତ ହୋଇଛି ଏବଂ ପ୍ରାୟ ୧୫% ଆୟତ୍ତ ହୋଇଛି।

Hanuman Statue: ଆମେରିକାରେ ଥିବା ୯୦ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତିକୁ ନେଇ ବିବାଦ: ଆମେ ଜିତିଲେ ଭାଙ୍ଗିଦେବୁ ବୋଲି ଆପତ୍ତିଜନକ ମନ୍ତବ୍ୟ ଦେଲେ ୟୁଟ୍ୟୁବର

Read Entire Article
LEFT SIDEBAR AD

Hidden in mobile, Best for skyscrapers.