Helicopter crash: ହେଲିକପ୍ଟର ଦୁର୍ଘଟଣାରେ ବିଶିଷ୍ଟ ବ୍ୟବସାୟୀ, ତାଙ୍କ ପତ୍ନୀଙ୍କ ସମେତ ୬ଜଣଙ୍କର ମୃତ୍ୟୁ

1 day ago 2
ARTICLE AD BOX

ହରାରେ: ଜିମ୍ବାୱେରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ କେହି ବଞ୍ଚି ନାହାଁନ୍ତି। ମୃତକଙ୍କ ମଧ୍ୟରେ ଜିମ୍ବାୱେର ପ୍ରସିଦ୍ଧ ବ୍ୟବସାୟୀ ୱିକନେଲ୍ ଚିଭାୟୋ ଏବଂ ତାଙ୍କ ପତ୍ନୀ ମଧ୍ୟ ଅଛନ୍ତି।

ପୁଲିସ କହିଛି, ଏହି ଦୁର୍ଘଟଣା ରାଜଧାନୀ ହାରାରେରର ଦକ୍ଷିଣ-ପୂର୍ବରେ ଥିବା ମାରୋଣ୍ଡେରା ଜିଲ୍ଲାରେ ଘଟିଛି। ସରକାରୀ ମୁଖପାତ୍ର ନିକ୍ ମାଙ୍ଗୱାନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଘୋଷଣା କରିଛନ୍ତି ଯେ ହେଲିକପ୍ଟରଟି ଜଣେ ଉଚ୍ଚ-ପ୍ରୋଫାଇଲ୍ ବ୍ୟବସାୟୀଙ୍କ ସମେତ ଚାରି ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟଙ୍କୁ ନେଇଯାଉଥିଲା। ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଫଳରେ ମୃତଦେହଗୁଡ଼ିକ ପୋଡ଼ି ଯାଇଥିଲା। ବର୍ତ୍ତମାନ ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Helicopter Crash: ଟେକ୍ସାସରେ ଆମେରିକୀୟ ସେନାର ଆପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ୱିକନେଲ୍ ଚିଭାୟୋ କିଏ?
ରାଜ୍ୟ ପ୍ରସାରକ ZBC ନ୍ୟୁଜ୍ ଏବଂ ପରିବାର ମୁଖପାତ୍ରଙ୍କ ଅନୁଯାୟୀ, ମୃତକ ୪୩ ବର୍ଷୀୟ ୱିକନେଲ୍ ଚିଭାୟୋ ଜଣେ ପ୍ରମୁଖ ବ୍ୟବସାୟୀ ଥିଲେ। ତାଙ୍କୁ ଜିମ୍ବାୱେ ରାଷ୍ଟ୍ରପତି ଏମରସନ୍ ମନାଙ୍ଗାଗୱାଙ୍କ ଅତି ନିକଟତର ବୋଲି ବିବେଚନା କରାଯାଉଥିଲା। ଚିଭାୟୋ ପ୍ରାୟତଃ ରାଷ୍ଟ୍ରପତି ମନାଙ୍ଗାଗୱା ଏବଂ ଦକ୍ଷିଣ ଆଫ୍ରିକାର ସିରିଲ୍ ରାମାଫୋସା ଏବଂ କେନିଆର ୱିଲିୟମ୍ ରୁଟୋଙ୍କ ସମେତ ଅନେକ ଆଞ୍ଚଳିକ ରାଷ୍ଟ୍ରମୁଖ୍ୟଙ୍କ ସହ ଫଟୋ ଏବଂ ବୈଠକ ସୋସିଆଲ ମିଡିଆରେ ସେୟାର କରୁଥିଲେ। ସେ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ସେଲିବ୍ରିଟି, ରାଜନେତା, ଚର୍ଚ୍ଚ ପାଦ୍ରୀ ଏବଂ ସୋସିଆଲ ମିଡିଆ ଅନୁଗାମୀମାନଙ୍କୁ ମହଙ୍ଗା ଯାନ ଏବଂ ବିଳାସପୂର୍ଣ୍ଣ ଉପହାର ପାଇଁ ଜଣାଶୁଣା ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.