Heavy Rain: ଲଗାଣ ବର୍ଷା ଯୋଗୁଁ ଅସ୍ତରଙ୍ଗ ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ

1 hour ago 2
ARTICLE AD BOX

ଅସ୍ତରଙ୍ଗ: ତୁହାକୁ ତୁହା ବର୍ଷା, ପାଣିରେ ବୁଡ଼ିଲା ପୁରୀ ଅସ୍ତରଙ୍ଗର ତଳିଆ ଅଞ୍ଚଳ। ଲଗାଣ ବର୍ଷା ଯୋଗୁଁ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ଏବେ ପାଣି ଜମି ରହିଛି । ବିଶେଷ କରି ନୂଆଗଡ଼ ପଞ୍ଚାୟତର ୮ ନମ୍ବର ୱାର୍ଡର ଏକ ପ୍ରମୁଖ ରାସ୍ତାଉପରେ ବର୍ଷା ପାଣି ଚାଲୁଥିବା ଦେଖିବାକୁ ମିଳିଛି। ପ୍ରାୟ ୨୦୦ ଫୁଟ୍‌ ଅଞ୍ଚଳରେ ପାଣି ଜମି ରହିଥିବାରୁ ରାସ୍ତାରେ ଯାତାୟତ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଦୁଇ ଚକିଆ ଯାନ ଓ ଛୋଟ ଗାଡ଼ି ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି। ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି।

ରାସ୍ତା ଉପରେ ପାଣି ଜମି ରହୁଛି

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଲଗାଣ ବର୍ଷା ହେଲେ ଏହି ଅଞ୍ଚଳରେ ପାଣି ଜମିବା ସମସ୍ୟା ସୃଷ୍ଟି ହୁଏ। ଠିକ୍‌ ଭାବେ ଜଳ ନିଷ୍କାସନ ହୋଇନପାରିବାରୁ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ଦୈନନ୍ଦିନ ଯାତାୟତ ସହ ସ୍ଥାନୀୟ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେଉଛି। ତେବେ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ସହ ରାସ୍ତାରୁ ଜମିଥିବା ପାଣି ତୁରନ୍ତ ହଟାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Crocodile: ଡଙ୍ଗା ଉପରକୁ ଚଢ଼ୁଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

Read Entire Article
LEFT SIDEBAR AD

Hidden in mobile, Best for skyscrapers.