Sealed: ନିମ୍ନମାନର ଖାଦ୍ଯ, ଅସ୍ବାସ୍ଥ୍ଯକର ପରିବେଶ: ୩ ହୋଟେଲ ସିଲ୍ କଲା ପ୍ରଶାସନ

1 hour ago 1
ARTICLE AD BOX

ଜଗତସିଂହପୁର: ନିମ୍ନମାନର ଖାଦ୍ଯ, ବାସୀ ଖାଦ୍ଯ ଓ ଅସ୍ବାସ୍ଥ୍ଯକର ପରିବେଶରେ ଖାଦ୍ଯ ତିଆରି ଅଭିଯୋଗରେ ଜଗତସିଂହପୁର ସହରର ୩ ହୋଟେଲ ଏବଂ ଜଳଖିଆ ଦୋକାନକୁ ସିଲ୍ କଲା ପ୍ରଶାସନ। ସେଗୁଡିକ ହେଲା ଡାକବଙ୍ଗଳା ଛକରେ ଥିବା ବିଶ୍ବନାଥ କ୍ଯାଣ୍ଟିନ, ନାଳ ଅପରପାର୍ଶ୍ୱରେ ଥିବା ସ୍ବାଦ ଓ ଥାନା ଛକରେ ଥିବା ମହାଦେବ କ୍ଯାଣ୍ଟିନକୁ ସିଲ୍କରାଯାଇଛି। ଏଥି ସହିତ ବିଶ୍ବନାଥ କ୍ଯାଣ୍ଟିନକୁ ୫୦ ହଜାର ଟଙ୍କା, ମହାଦେବ କ୍ଯାଣ୍ଟିନକୁ ୨୬ ହଜାର ଟଙ୍କା ଜରିମାନା କରାଯାଇଛି।

ଜରିମାନା ଅର୍ଥ ପୌର ଦପ୍ତରରେ ଜମା କରିବାକୁ ନିର୍ଦ୍ଦେଶ

ସେହିପରି ସ୍ବାଦ ହୋଟେଲକୁ ମଧ୍ଯ ଜରିମାନା କରା ଯାଇଥିବା ସୂଚନା ମିଳିଛି। ଜରିମାନା ଅର୍ଥ ପୌର ଦପ୍ତରରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ଜେ. ସୋନାଲଙ୍କ ନେତୃତ୍ବରେ ଏସପି ଅଙ୍କିତ ବର୍ମା, ପୌର ଅଧିକାରୀ ଚଢଉରେ ସାମିଲ ଥିଲେ।

Crocodile: ଡଙ୍ଗା ଉପରକୁ ଚଢ଼ୁଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

Read Entire Article
LEFT SIDEBAR AD

Hidden in mobile, Best for skyscrapers.