ARTICLE AD BOX
ରାୟଗଡ଼ା: ଲଗାଣ ବର୍ଷା ଫଳରେ ରେଳ ଧାରଣାରେ ୨ଫୁଟ ପାଣି । ଫଳରେ ରାୟଗଡ଼ାଜିଲ୍ଲା ଟିକିରି ଷ୍ଟେସନରେ ଅଟକିଛି କୋରାପୁଟ-ବିଶାଖାପାଟଣାମ୍ ଟ୍ରେନ୍। ପ୍ରାୟ ୨ ଘଣ୍ଟା ଧରି ଟ୍ରେନ୍ ଅଟକି ଯାଇଥିବା ବେଳେ ଶତାଧିକ ରେଳ ଯାତ୍ରୀ ଟ୍ରେନ୍ ରେ ଫସିହୋଇ ରହିଛନ୍ତି।
Surrender: ବହୁ ଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ ଆତ୍ମସମର୍ପଣ
ବର୍ଷା କମିଲେ ଟ୍ରେନ୍ ପୁଣି ଥରେ ଯାତ୍ରା ଆରମ୍ଭ କରିବ
ଆଜି ସକାଳୁ ଲଗାଣ ବର୍ଷା ହେବା ଫଳରେ ପାହାଡ଼ର ପାଣି ଟ୍ରାକ୍ ଉପରେ ଜମିଯାଇଥିଲା। ଧାରଣା ପାଖରେ ଥିବା ଡ୍ରେନ୍ ର ପାଣି ମଧ୍ଯ ଟ୍ରାକ୍ ଉପରେ ଜମା ହୋଇଗଲା। ଫଳରେ ୧୨ଟାରେ ରାୟଗଡ଼ାରେ ପହଞ୍ଚିବା ଟ୍ରେନ୍ ୧୦ଟାରୁ ଟିକିରି ଷ୍ଟେସନରେ ଅଟକି ରହିଛି। ସେହିପରି ରାଉଳୀ ଷ୍ଟେସନ୍ ର ଟ୍ରାକ୍ ରେ ମଧ୍ଯ ବର୍ଷା ପାଣି ଜମା ହୋଇ ରହିଛି। ତେବେ ବର୍ଷା କମିଲେ ଟ୍ରେନ୍ ପୁଣି ଥରେ ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

57 minutes ago
1


