Heavy rain: ଉତ୍ତରପ୍ରଦେଶ: ପ୍ରବଳ ବର୍ଷା ଓ ବନ୍ୟାରେ ୫୬ ମୃତ ୧୦୦୦ରୁ ଅଧିକ ଘର ଭାଙ୍ଗିଲା।

6 hours ago 1
ARTICLE AD BOX

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ତିନି ଦିନ ମଧ୍ୟରେ ରାଜ୍ୟରେ ଅତି କମ୍‌ରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସରକାରୀ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ପ୍ରାୟ ୨୪ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଜୁନ୍‌ରୁ ଆଜି ସୁଦ୍ଧା ମୌସୁମୀ ବର୍ଷା ଏବଂ ବଜ୍ରପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି।

ଆହୁରି ପଢନ୍ତୁ : Crocodile sighting: ମହେନ୍ଦ୍ରତନୟାରେ କୁମ୍ଭୀର ଦୃଶ୍ୟମାନ! ଅନ୍ୟ ନଦୀରୁ ଆସିଥିବା ନେଇ ଚର୍ଚ୍ଚା

ରାଜ୍ୟର ଅଧିକାଂଶ ଅଞ୍ଚଳରେ ହୋଇଥିବା ଅତି ପ୍ରବଳ ଓ ଲଗାଣ ବର୍ଷା ଯୋଗୁଁ ଏତେ ସଂଖ୍ୟକ ମୃତ୍ୟୁ ଘଟିଥିବା ନେଇ ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ବର୍ଷା ବିପର୍ଯ୍ୟୟରେ ୧୦୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଶୁକ୍ରବାରରୁ ରବିବାର ମଧ୍ୟରେ ରାଜ୍ୟରେ ୬୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସରକାରୀ ସୂଚନା ମୁତାବକ ଲଖିମପୁର ଖେରି, ଅଯୋଧ୍ୟା, ଆମେଥି, ବହରାଇଚ୍, ବାନ୍ଦା, ବାରାବଙ୍କି, ବସ୍ତି, ଫତେହପୁର, ହମିରପୁର, ହାର୍ଦୋଇ ଓ କାନପୁରରେ ବ୍ୟାପକ କ୍ଷତି ହୋଇଛି। ଏହି ପ୍ରଳୟଙ୍କରୀ ବର୍ଷା ଯୋଗୁଁ ଖରିଫ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି। ଏହାସହିତ ଚାଷଜମି ଗୁଡ଼ିକରେ ଜଳ ଜମି ରହିଥିବାରୁ ଆଗାମୀ ରବି ଋତୁ ପାଇଁ ବିହନ ବୁଣା ପ୍ରକ୍ରିୟାରେ ବଡ଼ ଧରଣର ବିଳମ୍ବ ହେବ ବୋଲି ସରକାରୀ ଅଧିକାରୀମାନେ ଚିନ୍ତା ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ : Rescued Orangutan Babies ନନ୍ଦନକାନନରେ ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟରେ ଆସୁଛି ସୁଧାର, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଜମିରୁ ପାଣି ଶୁଖିବା ପାଇଁ ଅଧିକ ସମୟ ଲାଗିବାକୁ ଥିବାରୁ ଏହା ଚାଷ କାର୍ଯ୍ୟକୁ ବେଶ୍ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି।
ଉତ୍ତର ପ୍ରଦେଶର ପ୍ରବଳ ବର୍ଷା ଯୋଗୁଁ ଉନ୍ନାଓ ସ୍ଥିତ ବଶିରତଗଞ୍ଜ ଟୋଲ୍ ପ୍ଲାଜା ନିକଟରେ ଗଙ୍ଗା ଏକ୍ସପ୍ରେସୱେ ପ୍ରକଳ୍ପ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ଏହାଫଳରେ ଏହି ମାର୍ଗରେ ଯାତାୟାତ ବାଧାପ୍ରାପ୍ତହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.