Heavy Rain in Mahanadi Basin ମହାନଦୀ ଅବବାହିକାରେ ପ୍ରବଳ ବର୍ଷା: ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଖୋଲା

6 hours ago 1
ARTICLE AD BOX

ଭୁବନେଶ୍ୱର: ଗଭୀର ଅବପାତ ୨୩ ସେପ୍ଟେମ୍ବର ରାତିରୁ ୨୪ ସେପ୍ଟେମ୍ବର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଗତି କରିଛି। ଫଳରେ ଉପର ମହାନଦୀ ଅବବାହିକାରେ ୨୫ ଓ ୨୬ ସେପ୍ଟେମ୍ବରରେ ପ୍ରବଳ ବର୍ଷା ରେକର୍ଡ ହୋଇଥିଲା। ୨୫ ସେପ୍ଟେମ୍ବରରେ ଅବବାହିକା ଅଞ୍ଚଳରେ ହାରାହାରି ୩୯.୧୪ ମି.ମି. ଏବଂ ୨୬ ସେପ୍ଟେମ୍ବରରେ ହାରାହାରି ୭୧.୬୬ ମି.ମି. ବର୍ଷା ହୋଇଥିଲା। ଏହି ସମୟରେ ରବିଶଙ୍କର ସାଗର (ଗାଙ୍ଗ୍ରେଲ ଡ୍ୟାମ୍) ଅବବାହିକାରେ ମଧ୍ୟ ପ୍ରବଳ ବର୍ଷା ହେବାରୁ ଜଳଭଣ୍ଡାରକୁ ଅଧିକ ଜଳପ୍ରବାହ ହୋଇଥିଲା। ଫଳସ୍ୱରୂପ, ପ୍ରାୟ ୨.୫୦ ଲକ୍ଷ କ୍ୟୁସେକ୍ ଜଳ ନିମ୍ନ ଅବବାହିକାକୁ ଛାଡ଼ାଯାଇଥିଲା।

Mahanadi: ମହାନଦୀ ଅବବାହିକାରୁ ଗ୍ୟାସ୍ ମିଳିବା ପ୍ରସଙ୍ଗ: ଓଡ଼ିଶାକୁ ବାଛିବାରେ ମୁଖ୍ୟ ଭୂମିକା ନେଇଥିଲେ ଧର୍ମେନ୍ଦ୍ର

ମହାନଦୀ ନଦୀ ପ୍ରଣାଳୀର ବିଭିନ୍ନ ଅବବାହିକାରେ ବ୍ୟାପକ ବର୍ଷା ଯୋଗୁଁ ସିଓନାଥ, ଜୋଙ୍କ ଓ ମହାନଦୀର ଅନ୍ୟାନ୍ୟ ଉପନଦୀରେ ଜଳପ୍ରବାହ ବୃଦ୍ଧି ପାଇଥିଲା। ଫଳରେ ବିଭିନ୍ନ ନଦୀରେ ଜଳସ୍ତର ଓ ଜଳପ୍ରବାହରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ବର୍ଦ୍ଧିତ ଜଳପ୍ରବାହକୁ ନିୟନ୍ତ୍ରଣ କରିବା ସହ ଆବଶ୍ୟକ ବନ୍ୟା ନିୟନ୍ତ୍ରଣ ସ୍ଥାନ (ଫ୍ଲଡ୍ କୁଶନ୍) ସୃଷ୍ଟି କରି ଅଧିକ ଜଳପ୍ରବାହକୁ ଧାରଣ କରିବା ଉଦ୍ଦେଶ୍ୟରେ ୨୬ ସେପ୍ଟେମ୍ବରରେ ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଖୋଲାଯାଇଥିଲା।

ପରବର୍ତ୍ତୀ ସମୟରେ ସେଓରିନାରାୟଣ ଓ ସାରାଡିହି ଗେଜ୍ ସାଇଟ୍‌ରେ ଜଳପ୍ରବାହ ଆହୁରି ବୃଦ୍ଧି ପାଇଥିଲା। ସାରାଡିହି ଗେଜ୍ ସାଇଟ୍‌ରେ ଜଳପ୍ରବାହ ୭ ଲକ୍ଷ କ୍ୟୁସେକ୍‌ରୁ ଅଧିକ ହେବା ପରେ ଅତିରିକ୍ତ ୮ଟି ଗେଟ୍ ଖୋଲାଯାଇଥିଲା। ଏହା ଫଳରେ ହୀରାକୁଦ ଡ୍ୟାମ୍‌ର ମୋଟ ୨୮ଟି ଗେଟ୍ ମାଧ୍ୟମରେ ବର୍ଦ୍ଧିତ ଜଳପ୍ରବାହକୁ ନିୟନ୍ତ୍ରିତ ଭାବେ ନିଷ୍କାସନ କରାଯାଇ ଜଳଭଣ୍ଡାରର ଜଳସ୍ତରକୁ ସୁରକ୍ଷିତ ଭାବେ ପରିଚାଳନା କରାଯାଉଛି। ଉଭୟ ହିରାକୁଦ ବନ୍ଧ ର ସୁରକ୍ଷା ତଥା ତଳ ତ୍ରିକୋଣ ଭୂମୀ ରେ ବନ୍ୟା ପ୍ରକୋପ କୁ ହ୍ରାସ କରିବାକୁ ବିଚାର କରି ହୀରାକୁଦ ବନ୍ଧର ଗେଟ ପରିଚାଳନା କରାଯାଉଛି।

Mahanadi's water: ମହାନଦୀ ଜଳ ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ସରକାର: ମହାନଦୀ ବଞ୍ଚାଅ ଆନ୍ଦୋଳନ

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୩୫ ଫୁଟ୍ ରହିଛି। ମୋଟ ୨୮ଟି ଗେଟ୍ ମାଧ୍ୟମରେ ୪,୫୬,୭୯୨ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ବଢ଼ୁଥିବା ଜଳପ୍ରବାହ ଓ ଜଳଭଣ୍ଡାରର ସ୍ଥିତି ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇ ଆବଶ୍ୟକତାନୁସାରେ ଜଳ ନିୟନ୍ତ୍ରଣ ଓ ନିଷ୍କାସନ ପଦକ୍ଷେପ ଗ୍ରହଣ କରାଯାଉଛି।

ONGC: ମହାନଦୀ ଅବବାହିକାରୁ ମିଳିଲା ଗ୍ୟାସ୍‌: ସ୍ପଷ୍ଟ କଲା ଓଏନ୍‌ଜିସି

ବର୍ଦ୍ଧିତ ଜଳପ୍ରବାହର ସୁଚାରୁ ପରିଚାଳନା ଓ ବନ୍ୟାଜନିତ ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ନିରୀକ୍ଷଣ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ନଦୀ ଓ ଜଳଭଣ୍ଡାରର ଜଳସ୍ତର, ଜଳପ୍ରବାହ ଏବଂ ଗେଜ୍ ସାଇଟ୍‌ଗୁଡ଼ିକର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। କ୍ଷେତ୍ରସ୍ତରୀୟ ଯନ୍ତ୍ରୀ ଓ କର୍ମଚାରୀମାନେ ସଜାଗ ରହି ଆବଶ୍ୟକତାନୁସାରେ ଡ୍ୟାମ୍ ଓ ବ୍ୟାରେଜ୍‌ର ଗେଟ୍ ପରିଚାଳନା କରୁଛନ୍ତି। ଜଳପ୍ରବାହର ପରିବର୍ତ୍ତିତ ସ୍ଥିତିକୁ ନିରନ୍ତର ଅନୁଧ୍ୟାନ କରି ଜନସୁରକ୍ଷା ଓ ବନ୍ୟା ନିୟନ୍ତ୍ରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.