Heart Attack: ହୃଦ୍‌ଘାତରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରଲୋକ

1 month ago 12
ARTICLE AD BOX

ଚଣ୍ଡିଖୋଲ: ଯାଜପୁରଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର କାର୍ଜି(୪୬)ଙ୍କର ଆଜି ସକାଳେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣାରେ ବଡ଼ଚଣାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ଡାକ୍ତର କାର୍ଜି ଆଜି ସକାଳେ ତାଙ୍କ କଟକର ସିଡିଏସ୍ଥିତ ବାସଭବନରେ ଥିବାବେଳେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏହି ଖବର ପ୍ରଚାରିତ ହେବାମାତ୍ରେ ବଡ଼ଚଣା ଡାକ୍ତରଖାନାର ଡାକ୍ତର ଇନ୍ଦିରା ପ୍ରିୟଦର୍ଶିନୀ ମାହାଲା, ଡାକ୍ତର ସୁରଞ୍ଜନ ମହାପାତ୍ର, ଡାକ୍ତର ସୁରଜ କୁମାର ଦଣ୍ଡପାଟ, ଡାକ୍ତର ଆମ୍ବୁଜ ବେହେରା, ଡାକ୍ତର ନରୋତ୍ତମ ରଥ ଓ ଡାକ୍ତର ଅମିତାଂଶୁ ସ୍ୱାଇଁ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଗଭୀର ଶୋକ ପ୍ରକାଶ କରିଥିଲେ। ଡାକ୍ତର ସ୍ବର୍ଗତ କାର୍ଜିଙ୍କ ବିୟୋଗରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ତାଙ୍କ କଟକ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। 

Anger: କ୍ରୋଧ ହୋଇପାରେ ହୃଦ୍‌ଘାତର କାରଣ

ସ୍ବର୍ଗତ କାର୍ଜି ଜଣେ ଉତ୍ତମ ଚିକିତ୍ସକ ଥିଲେ। ତାଙ୍କ ଅକାଳ ବିୟୋଗରେ ବଡ଼ଚଣାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ତହସିଲଦାର ମାନସ କୁମାର ତ୍ରିପାଠୀ, ବିଡ଼ିଓ ରବିନ୍ଦ୍ର କୁମାର ପ୍ରଧାନ, ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଭଵତୋଷ ବସ୍ତିଆ, ଅଧ୍ୟାପକ ପଦ୍ମନାଭ ପଣ୍ଡା,ସମିତି ସଭ୍ୟ ମଧୁସୂଦନ ବଳ, ବିମଳ ପ୍ରସନ୍ନ ପ୍ରଧାନ ନୃସିଂହ ନାରାୟଣ ଓତା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.