ARTICLE AD BOX
ଭୁବନେଶ୍ବର: ଭିସା ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ଏହାର ‘ସଞ୍ଜୀବନୀ’ କାର୍ଯ୍ୟକ୍ରମ ଅଧୀନରେ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମରେ ସ୍ବାସ୍ଥ୍ୟ ଓ ଚିକିତ୍ସା ଶିବିରମାନ ଆୟୋଜନ କରିଆସୁଛି। ନିକଟରେ କମ୍ପାନି ପକ୍ଷରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସ୍ବାସ୍ଥ୍ୟ ଶିବିର କରାଯାଇଛି। ଗତ ୧୧ ତାରିଖରେ ବାଳୁଙ୍ଗାବନ୍ଦୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର କରାଯାଇଥିଲା। କମ୍ପାନିର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।
ଭୂମିକା ଆଇ କେୟାର, ଯାଜପୁର ରୋଡ୍ର ଡାକ୍ତରୀ ଟିମ୍ ଆଖି ପରୀକ୍ଷା କରିଥିବାବେଳେ ଯାଜପୁର ରୋଡ୍ର ଡାକ୍ତରମାନେ ଦାନ୍ତ ଯାଞ୍ଚ କରିଥିଲେ। ଆଗାମୀ ଦିନରେ ଏଭଳି ଶିବିର ଗୟାଦେବୀ ନୋଡାଲ ସ୍କୁଲ, ମାନଗୋବିନ୍ଦପୁର ନୋଡାଲ (ୟୁପି) ସ୍କୁଲ, କୁମ୍ଭୀରଗାଡ଼ିଆ ହାଇସ୍କୁଲ, ଯଖପୁରା ହାଇସ୍କୁଲ ଆଦିରେ ଆୟୋଜିତ ହେବ। ଉକ୍ତ ଅଭିଯାନରେ ବର୍ତ୍ତମାନ ସୁଦ୍ଧା କେନ୍ଦୁଢ଼ିପି, ଦାମୋଦରପୁର ଓ ଅନପାଳ ଗ୍ରାମରେ ସ୍ବାସ୍ଥ୍ୟ ଶିବିର ହୋଇସାରିଛି। ୬ ହଜାର ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି।

1 hour ago
1


