ARTICLE AD BOX
ନୂଆଦିଲ୍ଲୀ: ଖାଇବା ଅନୁପଯୁକ୍ତ ଖାଦ୍ୟ ଦେଖିଲେ ତୁରନ୍ତ ସେ ବିଷୟରେ ଜଣାଇବାକୁ ଭାରତୀୟ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ନାଗରିକମାନଙ୍କୁ ଆହ୍ବାନ ଦେଇଛି। ରବିବାର ଏହା କହିଛି ଯେ ଖରାପ ଖାଦ୍ୟ ବିଷୟରେ ଯଦି ଜାଣୁଛନ୍ତି ତେବେ ତୁରନ୍ତ ଆମକୁ ଜଣାନ୍ତୁ। ଅସୁରକ୍ଷିତ ଖାଦ୍ୟ ସମସ୍ତଙ୍କୁ ପ୍ରଭାବିତ କରେ। ଫୁଡ୍ ସେଫ୍ଟି କନେକ୍ଟ୍ ଆପ୍ ଜରିଆରେ ଆପଣମାନେ ସୂଚନା ଦେଇପାରିବେ ବୋଲି ଏଫ୍ଏସ୍ଏସ୍ଏଆଇ କହିଛି।
କିଛି ଦିନ ଭିତରେ ଏଫ୍ଏସ୍ଏସ୍ଏଆଇ ଅପମିଶ୍ରିତ ଖାଦ୍ୟ ଯାଞ୍ଚକୁ କଡ଼ାକଡ଼ି କରିଛି। ଖରାପ ଖାଦ୍ୟର ମାର୍କେଟିଂ, ବିକ୍ରି ଓ ବ୍ୟବହାରକୁ ରୋକିବାକୁ ଏହା ଉଦ୍ୟମ କରୁଛି। ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଲକ୍ଷ୍ନୌର ଏକ ମସଲା କାରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଯାଞ୍ଚ ପରେ କାରଖାନା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଥିଲା।
ଖରାପ ଅଣ୍ଡା, ଏକ୍ସପାୟାର ହୋଇଯାଇଥିବା ପ୍ରୋଟିନ, ନଷ୍ଟ ହୋଇଯାଇଥିବା ଖାଦ୍ୟ ସାମଗ୍ରୀ ଓ ପ୍ୟାକେଟ୍ ଭିତରେ ନଷ୍ଟ ହୋଇଯାଇଥିବା ଜିନିଷ ଡେଲିଭରି କରିଥିବା ସ୍ବିଗି ଇନଷ୍ଟାମାର୍ଟକୁ ମଧ୍ୟ ନଅଟି ନୋଟିସ୍ ଜାରି କରାଯାଇଛି। ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବାକୁ କମ୍ପାନିକୁ କୁହାଯାଇଛି। ତାହା ଦେବାରେ ବିଫଳ ହେଲେ କମ୍ପାନି ବିରୋଧରେ ଏଫ୍ଏସ୍ଏସ୍ ନିୟମ ୨୦୦୬ ଅଧୀନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।

1 month ago
16


