Health Test: ୩୦ ବୟସ ପରେ କାହିଁକି ଜରୁରୀ ସ୍ୱାସ୍ଥ୍ୟ ପରୀକ୍ଷା? ଜାଣନ୍ତୁ କେଉଁ ସବୁ ଟେଷ୍ଟ୍ କରାଇବା ଆବଶ୍ୟକ

4 days ago 4
ARTICLE AD BOX

୩୦ ବୟସରେ ପାଦ ଦେବା ମାତ୍ରେ ଶରୀରରେ ଅନେକ ଆଭ୍ୟନ୍ତରୀଣ ପରିବର୍ତ୍ତନ ଆସିବା ଆରମ୍ଭ ହୋଇଯାଏ। ବୟସ ବଢ଼ିବା ସହିତ ଅନେକ ରୋଗ ଶରୀରରେ ମୁଣ୍ଡ ଟେକିଥାଏ, ଯାହାର ପ୍ରାରମ୍ଭିକ ଅବସ୍ଥାରେ କୌଣସି ସ୍ପଷ୍ଟ ଲକ୍ଷଣ ନଜର ଆସେ ନାହିଁ। ତେଣୁ, ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ୩୦ ବୟସ ପରେ କିଛି ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଜରୁରୀ ଅଟେ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ ୩'ର ଆଡଭାନ୍ସ ବୁକିଂରେ ଧମାକା: ପ୍ରଥମ ଦିନ ଭାଙ୍ଗିପାରେ 'ସ୍ତ୍ରୀ ୨'ର ରେକର୍ଡ!

ଜରୁରୀ ସ୍ୱାସ୍ଥ୍ୟ ପରୀକ୍ଷାଗୁଡ଼ିକ:

  • ବ୍ଲଡ୍ ପ୍ରେସର ଯାଞ୍ଚ: ଉଚ୍ଚ ରକ୍ତଚାପର ପ୍ରାରମ୍ଭରେ କୌଣସି ବଡ଼ ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ନିୟମିତ ଭାବେ ରକ୍ତଚାପ ମାପିବା ଉଚିତ୍। ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବ୍ୟକ୍ତି ନିଜର ବି.ପି ଯାଞ୍ଚ କରାଇବା ଜରୁରୀ।

  • କୋଲେଷ୍ଟ୍ରୋଲ୍ ଟେଷ୍ଟ: ଶରୀରରେ କୋଲେଷ୍ଟ୍ରୋଲ୍ ସ୍ତର ବୃଦ୍ଧି ପାଇଛି କି ନାହିଁ, ତାହା ଏକ ସାଧାରଣ ରକ୍ତ ପରୀକ୍ଷା (ଲିପିଡ୍ ପ୍ରୋଫାଇଲ୍) ଜରିଆରେ ଜାଣିହୁଏ। ସାଧାରଣତଃ ପ୍ରତି ୪ ରୁ ୬ ବର୍ଷରେ ଥରେ ଏହି ଟେଷ୍ଟ କରାଇବା ଦରକାର, କିନ୍ତୁ ପରିବାରରେ ହୃଦ୍‌ରୋଗର ଇତିହାସ ଥିଲେ ଡାକ୍ତରଙ୍କ ପରାମର୍ଶରେ ଅଧିକ ଥର ଯାଞ୍ଚ କରାଇବା ଭଲ।

  • ବ୍ଲଡ୍ ସୁଗାର : ଶରୀରରେ ଗ୍ଲୁକୋଜ୍ ମାତ୍ରା ଏବଂ ଗତ କିଛି ମାସର ସୁଗାର ସ୍ତର ଜାଣିବା ପାଇଁ ଏହି ଟେଷ୍ଟ କରାଯାଏ। ମେଦବହୁଳତା କିମ୍ବା ପରିବାରରେ ମଧୁମେୟ ରୋଗର ଇତିହାସ ଥିଲେ ୩୦ ବର୍ଷ ପରେ ଏହାକୁ ଅଣଦେଖା କରନ୍ତୁ ନାହିଁ।

  • ଓଜନ ଏବଂ କମରର ପରିମାପ: କେବଳ ଓଜନ ମାପିବା ଯଥେଷ୍ଟ ନୁହେଁ; ବରଂ ଏବଂ ପେଟର ଆକାର ମଧ୍ୟ ଧ୍ୟାନ ଦେବା ଜରୁରୀ। ପେଟ ପାଖରେ ଅଧିକ ଚର୍ବି ଜମିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ।

ଆହୁରି ପଢ଼ନ୍ତୁ: ଅଣପଞ୍ଜୀକୃତ କୀଟନାଶକ ବିକ୍ରି ପାଇଁ ଆମାଜନ, ଫ୍ଲିପକାର୍ଟ ଓ ଜିଓମାର୍ଟକୁ ଜରିମାନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.