Health Department: ସ୍ବାସ୍ଥ୍ୟ ବିଭାଗର ଭ୍ରମାତ୍ମକ ପୋଷ୍ଟକୁ ଭର୍ତ୍ସନା: ‘ଠିଆ ହୋଇ ପାଣି ପିଇଲେ ଗୋଡ଼ ଓ ଗଣ୍ଠି ବିନ୍ଧା ହୁଏ’

1 week ago 5
ARTICLE AD BOX

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ‘ଏକ୍ସ’ ହ୍ୟାଣ୍ଡେଲରୁ ପୋଷ୍ଟ ହୋଇଥିବା ଏକ ସ୍ବାସ୍ଥ୍ୟ ସୂଚନା ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ପୋଷ୍ଟରେ ଥିବା ଏହି ସ୍ବାସ୍ଥ୍ୟ ସୂଚନାକୁ ନେଇ ଡାକ୍ତରଙ୍କ ସମେତ ସାଧାରଣ ଜନତା ଭର୍ତ୍ସନା କରିଛନ୍ତି। ବିଭାଗର ‘ଏକ୍ସ’ ହ୍ୟାଣ୍ଡେଲକୁ ୬ଲକ୍ଷରୁ ଅଧିକ ଲୋକ ଫଲୋ ବା ଅନୁକରଣ କରୁଥିଲେ ହେଁ ଏହି ଭ୍ରମାତ୍ମକ ପୋଷ୍ଟକୁ ଆଜି ମଧ୍ୟ ହଟାଯାଇ ନାହିଁ। ତେଣୁ ବିଭାଗର ଏହି ସାମାଜିକ ଗଣମାଧ୍ୟମର ହ୍ୟାଣ୍ଡେଲକୁ କିଏ ପରିଚାଳନା କରୁଛି ଏବଂ ଏଭଳି ଭ୍ରମାତ୍ମକ ତଥ୍ୟ ପୋଷ୍ଟ କରିବା ପାଇଁ କିଏ ଅନୁମତି ଦେଲା ତାହାର ଖୋଳତାଡ଼ କରିବା ପାଇଁ ଡାକ୍ତର ମହଲରେ ଦାବି ହୋଇଛି।

Karam festival: କୁଡୁମି ସମାଜର କରମ ପରବ ଉପଲକ୍ଷେ ଝୁମର ଆସର

‘ଠିଆ ହୋଇ ପାଣି ପିଇଲେ ଗୋଡ଼ ଓ ଗଣ୍ଠି ବିନ୍ଧା ହୁଏ’
ଏଭଳି କୌଣସି ବୈଜ୍ଞାନିକ କାରଣ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ବିଭାଗର ଏହି ‘ଏକ୍ସ’ ହ୍ୟାଣ୍ଡେଲରେ ବିଭିନ୍ନ ସଚେତନତା ସମେତ ଦୈନନ୍ଦିନ କାର୍ଯ୍ୟ ସଂପର୍କରେ ସୂଚନା ଦିଆଯାଇଥାଏ। ଦୁଇଦିନ ତଳେ ଏଥିରୁ ଏକ ପୋଷ୍ଟ ହୋଇଥିଲା। ଏଥିରେ ଲୋକମାନେ କ’ଣ କରିବା ଉଚିତ ଓ ଉଚିତ ନୁହେଁ, ୫ଟି ବିନ୍ଦୁ ଉପରେ ସଚେତନ କରାଯାଇଛି। ପ୍ରଥମରେ ଖାଲି ପେଟରେ ଚା’ ପିଇଲେ ଗ୍ୟାସ୍‌ ହୁଏ, ତେଣୁ ସକାଳେ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଦ୍ବିତୀୟରେ ‘ଠିଆ ହୋଇ ପାଣି ପିଇବା ଦ୍ବାରା ଗୋଡ଼ ଓ ଗଣ୍ଠି ବିନ୍ଧା ହୁଏ’, ସବୁବେଳେ ବସି ପାଣି ପିଅନ୍ତୁ। ତୃତୀୟରେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର ଦ୍ବାରା ‘ନିଦ ହୁଏନି ଓ ଥକ୍କା ଲାଗେ’, ଚତୁର୍ଥରେ ଡେରି ରାତିରେ ଭାରୀ ଖାଦ୍ୟ ‘ଓଜନ ଓ ମୋଟାପଣ ବଢ଼ାଇଥାଏ’ ଓ ପଞ୍ଚମରେ ସବୁବେଳେ ବସି ନ ରହି ପ୍ରତି ୧ଘଣ୍ଟାରେ ୫ମିନିଟ୍‌ ଚାଲିବାକୁ ପରାମର୍ଶ ଦିଆଯାଇଛି।  

Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

ଅନ୍ୟ ସବୁ ପରାମର୍ଶକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଠିକ୍‌ ବୋଲି ଦର୍ଶାଇଥିବା ବେଳେ ‘ଠିଆ ହୋଇ ପାଣି ପିଇବା ଦ୍ବାରା ଗୋଡ଼ ଓ ଗଣ୍ଠି ବିନ୍ଧା ହୁଏ’ ପରାମର୍ଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ରାମଚନ୍ଦ୍ର ରାଉତ କହିଛନ୍ତି, ମୋ ଜାଣିବା‌େର ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ପାଣି ପାଇଲେ ତାହା ସିଧାସଳଖ ପାକସ୍ଥଳୀକୁ ଯାଇଥାଏ। ତେଣୁ ଠିଆ ହୋଇ କିମ୍ବା ବସିବା ସହିତ ଏହାର କୌଣସି ସଂପର୍କ ନାହିଁ। ଏମିତିକି ଠିଆ ହୋଇ ପାଣି ପିଇଲେ ହାଇଡ୍ରୋସିଲ୍‌ ବଢ଼ିଯିବା ନେଇ ମଧ୍ୟ ଲୋକଙ୍କ ଭିତରେ ଭୁଲ୍‌ ଧାରଣା ରହିଛି। ହେଲେ ଖେଳକୁଦ କରିବା ସମୟରେ ବହୁତ ପାଣି ନ ପିଇ ଅଳ୍ପ ଅଳ୍ପ ପାଣି ପିଇବା ଆବଶ୍ୟକ। ସେହିପରି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ଜଣେ ପ୍ରଫେସର ମଧ୍ୟ ସମାନ କଥା କହିଛନ୍ତି। ତାଙ୍କ ମତରେ କୌଣସି ବ୍ୟକ୍ତି କିମ୍ବା ରୋଗୀ ଶୋଇକି ପାଣି ପିଇବା ଉଚିତ ନୁହେଁ। ଏହାଦ୍ବାରା ପାଣି ଛାତିକୁ ଚାଲିଯିବାର ଆଶଙ୍କା ରହିଛି। ହେଲେ ଠିଆ କିମ୍ବା ବସି ପାଣି ପିଇବା ସହ କୌଣସି ସଂପର୍କ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.