ARTICLE AD BOX
ଅଲୱର:ରାଜସ୍ଥାନର ସରିସ୍କା ଅଭୟାରଣ୍ୟ ଅଞ୍ଚଳରେ ଥିବା ପାଣ୍ଡୁପୋଲ ହନୁମାନ ମନ୍ଦିର ପୌରାଣିକ ମାନ୍ୟତା ପାଇଁ ପ୍ରସିଦ୍ଧ। ମହାଭାରତ କାଳରେ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ଅଞ୍ଚଳକୁ ଆସିଥିବା ଏବଂ ଏଠାରେ ହନୁମାନଜୀ ଭୀମଙ୍କ ଅହଂକାର ଭାଙ୍ଗିଥିବା ନେଇ ଲୋକମାନଙ୍କ ମଧ୍ୟରେ ମାନ୍ୟତା ରହିଛି।
ଏହି ସ୍ଥାନର ନାମ ପାଣ୍ଡୁପୋଲ
କିମ୍ବଦନ୍ତୀ ଅନୁଯାୟୀ, ଭୀମ ନିଜ ଶକ୍ତି ଉପରେ ଗର୍ବ କରୁଥିଲେ। ସେହି ସମୟରେ ହନୁମାନ ତାଙ୍କୁ ଶିକ୍ଷା ଦେବା ପାଇଁ ବୃଦ୍ଧ ବାନର ରୂପ ଧାରଣ କରିଥିଲେ। ରାସ୍ତାରେ ତାଙ୍କ ଲାଞ୍ଜ ପଡ଼ିଥିବା ଦେଖି ଭୀମ ତାହାକୁ ହଟାଇବାକୁ କହିଥିଲେ। ହନୁମାନ କହିଥିଲେ ନିଜେ ଉଠେଇଖି ଚାଲିଯାଅ। କିନ୍ତୁ ଭୀମ ନିଜର ସମସ୍ତ ଶକ୍ତି ଲଗାଇ ମଧ୍ୟ ଲାଞ୍ଜକୁ ହଟାଇ ପାରିନଥିଲେ। ପରେ ହନୁମାନ ନିଜର ପରିଚୟ ଦେଇ ଭୀମଙ୍କ ଗର୍ବ ଭାଙ୍ଗିଥିଲେ ବୋଲି ମାନ୍ୟତା ରହିଛି। ପାଣ୍ଡୁପୋଲ ନାମକୁ ନେଇ ମଧ୍ୟ ଏକ ପୌରାଣିକ କଥା ରହିଛି। ଭୀମ ନିଜ ଗଦାରେ ପାହାଡ଼ ଭାଙ୍ଗି ରାସ୍ତା ତିଆରି କରିଥିବାରୁ ଏହି ସ୍ଥାନର ନାମ ପାଣ୍ଡୁପୋଲ ହୋଇଥିବା କୁହାଯାଏ।
Navratri Puja: କେବେ ଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି ପୂଜା ଜାଣନ୍ତୁ
ମନ୍ଦିରରେ ଆଜି ମଧ୍ୟ ହନୁମାନଜୀଙ୍କ ଶୟନ ମୁଦ୍ରାରେ ଥିବା ପ୍ରତିମା ପୂଜା ପାଉଛି। ପାଣ୍ଡୁପୋଲ ହନୁମାନ ମନ୍ଦିରରେ ପ୍ରତିବର୍ଷ ତିନିଦିନିଆ ମେଳା ଆୟୋଜିତ ହୋଇଥାଏ। ଚଳିତ ବର୍ଷ ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇଥିବା ମେଳା ସେପ୍ଟେମ୍ବର ୧୬ରେ ଶେଷ ହୋଇଛି। ମେଳା ଅବସରରେ ମନ୍ଦିରକୁ ସ୍ୱତନ୍ତ୍ର ଭାବେ ସଜାଯିବା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିଲା। ମେଳାକୁ ରାଜସ୍ଥାନ ସମେତ ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସିଥାନ୍ତି। ମନ୍ଦିରରେ ଦିନକୁ ତିନିଥର ଆଳତି ଓ ଭୋଗ ଲାଗିଥାଏ। ପୂଜକଙ୍କ କହିବା ଅନୁଯାୟୀ, ହନୁମାନଙ୍କୁ ଚୁର୍ମା ଓ ରୋଟ ପ୍ରସାଦ ଭାବେ ଅର୍ପଣ କରାଯାଏ।

1 week ago
9


