Hanuman Ansh: ରିଲିଜ୍‌ର ୪୭ ଦିନ ପରେ ବି ଦମ୍‌ଦାର ଆୟ ଜାରି ରଖିଛି ‘ହନୁମାନ ଅଂଶ’

5 days ago 6
ARTICLE AD BOX

ନୂଆଦିଲ୍ଲୀ: ବକ୍ସ ଅଫିସ୍‌ରେ ‘ହନୁମାନ ଅଂଶ’ର ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ରିଲିଜ୍‌ର ୪୭ ଦିନ ପରେ ମଧ୍ୟ ଫିଲ୍ମଟି ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣୁଛି। ମଙ୍ଗଳବାର ଅର୍ଥାତ୍‌ ୪୭ତମ ଦିନରେ ଫିଲ୍ମଟି ଭାରତରେ ୪.୯୦ କୋଟି ନେଟ୍‌ କଲେକ୍ସନ୍ କରିଛି। ଏହା ସହ ଦେଶରେ ଫିଲ୍ମର ମୋଟ ନେଟ୍‌ ଆୟ ୨୮୦.୯୩ କୋଟିରେ ପହଞ୍ଚିଛି।

ଆରମ୍ଭ ଜବରଦସ୍ତ ନଥିଲା

 ତଥ୍ୟ ଅନୁଯାୟୀ, ୪୭ତମ ଦିନରେ ‘ହନୁମାନ ଅଂଶ’ ୭,୭୦୨ଟି ସୋ’ରୁ ୪.୯୦ କୋଟି ନେଟ୍‌ ଆୟ କରିଛି। ଭାରତରେ ଏହାର ମୋଟ ଗ୍ରସ୍‌ କଲେକ୍ସନ୍ ୩୩୧.୭୦ କୋଟି ହୋଇଥିବା ବେଳେ ବିଦେଶରେ ମୋଟ ଗ୍ରସ୍‌ ଆୟ ୩୪.୭୫ କୋଟି ରହିଛି। ଫଳରେ ବିଶ୍ୱବ୍ୟାପୀ ଗ୍ରସ୍‌ କଲେକ୍ସନ୍ ୩୬୬.୪୫ କୋଟିରେ ପହଞ୍ଚିଛି। ଫିଲ୍ମର ଆରମ୍ଭ କିନ୍ତୁ ଏତେ ଜବରଦସ୍ତ ନଥିଲା। ପ୍ରଥମ ସପ୍ତାହରେ ଏହା ମାତ୍ର ୧.୦୮ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ୪୦ ଲକ୍ଷ କଲେକ୍ସନ୍ ହୋଇଥିଲା। ତେବେ ତୃତୀୟ ସପ୍ତାହରୁ ଫିଲ୍ମର ଆୟରେ ବୃଦ୍ଧି ଦେଖାଯାଇଥିଲା। ୨୪ତମ ଦିନରେ ଏହା  ୧୨.୭୫ କୋଟି ଆୟ କରିଥିଲା।

National Film Award 2026: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର; ‘ଲହରୀ’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ବିଶାଳ ଚତୁର୍ବେଦୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ ଏକ ବାୟୋଗ୍ରାଫିକାଲ୍‌ ଡିଭୋସନାଲ୍‌ ଡ୍ରାମା। ଫିଲ୍ମରେ ଶୋଭିନବ ସତ୍ୟା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଆରମ୍ଭରେ ଧୀମା ଗତିରେ ଆଗକୁ ବଢ଼ିଥିବା ଫିଲ୍ମଟି ପରେ ଦର୍ଶକଙ୍କ ମୁହଁରୁ ମୁହଁକୁ ପ୍ରଚାର ଯୋଗୁଁ ଭଲ ପ୍ରଦର୍ଶନ କରିଥିଲା। ଏବେ ୪୭ ଦିନ ପରେ ମଧ୍ୟ ଏହାର କଲେକ୍ସନ୍ ଜାରି ରହିଥିବାରୁ ଫିଲ୍ମର ଦୀର୍ଘ ବକ୍ସ ଅଫିସ୍‌ ରନ୍ ଚର୍ଚ୍ଚାରେ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.