Gunapur: ବଂଶଧାରା ବଞ୍ଚାଅ  ଆନ୍ଦୋଳନ ତେଜୁଛି;  ଗୁଣପୁରରୁ ଆରମ୍ଭ ହେବ ଗଣଆନ୍ଦୋଳନ

1 hour ago 1
ARTICLE AD BOX

ରାୟଗଡା: ବଂଶଧାରା କେବଳ ଏକ ନଦୀ ନୁହେଁ ଏହା ଆମର ଜୀବନଧାରା, ଆମ ମାଟିର ପରିଚୟ, ଆମ ସଂସ୍କୃତି ଓ ଆମ ଅସ୍ତିତ୍ୱର ଅବିଚ୍ଛିନ୍ନ ଅଂଶ ଏଣୁ  ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ନେରେଡି ବହୁମୁଖୀ ପ୍ରକଳ୍ପ ଯୋଗୁଁ ଗୁଣୁପୁର–କାଶୀନଗର ଅଞ୍ଚଳର ମାଟି, ଜୀବନ, ଜୀବିକା ଓ ଅସ୍ମିତା ପ୍ରତି ଯେଉଁ ଆଶଙ୍କା ସୃଷ୍ଟି ହୋଇଛି, ତାହା ବିରୋଧରେ ପ୍ରତିବାଦ କରିବା ପାଇଁ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ଡାକରା ଦେଇଛି । ଗୁଣପୁରର ସମସ୍ତ ରାଜନୈତିକ ଦଳ, ସାମାଜିକ ଓ ସାଂସ୍କୃତିକ ସଂଗଠନ, କୃଷକ, ଶ୍ରମିକ, ଯୁବକ, ଛାତ୍ର, ମହିଳା, ବୁଦ୍ଧିଜୀବୀ, ବ୍ୟବସାୟୀ, ଆଇନଜୀବୀ ଏବଂ ସମସ୍ତ ସଚେତନ ନାଗରିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛି ମହାମଞ୍ଚ ।  

ରାୟଗଡା ଓ ଗଜପତି  ମାଟିର ଏକ ଇଞ୍ଚ ମଧ୍ୟ ଅନ୍ୟାୟ ଭାବେ ଜଳମଗ୍ନ ହେବାକୁ ଦେବା ନାହିଁ ବୋଲି ଆାଗମି ସେପ୍ଟେମ୍ବର ୧୪ତାରିଖ ଦିନ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନେରେଡି ପ୍ରକଳ୍ପ ବିରୋଧରେ ବିକ୍ଷୋଭ, ଗଣପ୍ରତିବାଦ ଓ ଅନଶନ ପାଇଁ  କରାଯିବ ଏବଂ  ୧୫ ସେପ୍ଟେମ୍ବର ତାରିଖ ଦିନ  ପାରଳାଖେମୁଣ୍ଡି ଠାରେ ଅନଶନ କରିବାକୁ ଡାକରା ଦେଇଛି ମହାମଞ୍ଚ । ଏହି ଆନ୍ଦୋଳନ  ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ଆଇନସମ୍ମତ ଉପାୟରେ ଆମର ଅଧିକାରର ସୁରକ୍ଷା ପାଇଁ ଲଢ଼ିବା ପାଇଁ ମଞ୍ଚ ସୂଚନା ଦେଇଛି । ନ୍ୟାୟ ନମିଳିଲେ ମାସ ମାସ ଧରି ଗଣତାନ୍ତ୍ରିକ ଭାବେ ଲଢ଼ିବା। ପାଇଁ ଆହ୍ବାନ ଦେଇଛି ମଞ୍ଚ । ଏଠାରେ ସୂଚନଯୋଗ୍ୟଯେ ବଂଶଧାରାର ସୁରକ୍ଷା ପାଇଁ ଦଶନ୍ଧି ପୂର୍ବେ ମହାନ ଜନନେତା କମ୍ରେଡ୍ ନାଗଭୂଷଣ ପଟ୍ଟନାୟକ ସଂଗ୍ରାମ କରିଥିଲେ ।

ମଞ୍ଚ ଦାବି କରି ସୂଚନା ଦେଇଛି ବଂଶଧାରାର ଜଳକୁ କେବଳ ତଳମୁଣ୍ଡକୁ ବହିଯିବାକୁ ଦେଇ ନୁହେଁ, ଉପରମୁଣ୍ଡରେ ଯଥାଯୋଗ୍ୟ ଡ୍ୟାମ/ରିଜର୍ଭର ନିର୍ମାଣ କରି ଜଳ ସଂରକ୍ଷଣ ଓ ନିୟନ୍ତ୍ରିତ ବ୍ୟବହାର କରାଯାଉ ଯାହା ଦ୍ବାରା ଓଡ଼ିଶାର ନ୍ୟାୟସଙ୍ଗତ ଜଳ ଅଧିକାରର ସୁବ୍ୟବହାର ହୋଇପାରିବ ଏବଂ  ଗୁଡାରିରୁ ନାଇରା, ପଦ୍ମପୁର, ଗୁଣୁପୁର ଓ କାଶୀନଗର ପର୍ଯ୍ୟନ୍ତ କୃଷିର ବିକାଶ ହୋଇପାରିବ ।

ମଞ୍ଚ ୭ଦଫା ଦାବି, ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର ରାୟ ଓ ପ୍ରଚଳିତ ଆଇନ ଅନୁଯାୟୀ ଓଡ଼ିଶାର ନ୍ୟାୟସଙ୍ଗତ ଜଳ ଅଧିକାର ସୁନିଶ୍ଚିତ, ଗୁଡାରି ଅଞ୍ଚଳରେ ଡ୍ୟାମ/ରିଜର୍ଭର ନିର୍ମାଣ , ଓଡ଼ିଶାର ଜଳ ଅଧିକାରର ସୁବ୍ୟବହାର, କୃଷି ବିକାଶ ଓ ବନ୍ୟା ନିୟନ୍ତ୍ରଣ ଲକ୍ଷ୍ୟରେ ଗୁଡାରି ଅଞ୍ଚଳରେ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ସରକାର ସ୍ପଷ୍ଟ ଓ ଲିଖିତ ସମୟବଦ୍ଧ କାର୍ଯ୍ୟକ୍ରମ ଘୋଷଣା, ୧୦୬ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ଥଗିତ ରଖିବା, ଓଡ଼ିଶାର ଜଳ ଅଧିକାର, ପ୍ରଭାବିତ ଲୋକଙ୍କ ଅଧିକାର ଓ ସମସ୍ତ ଆଇନଗତ ପ୍ରସଙ୍ଗରେ ସ୍ପଷ୍ଟ ଲିଖିତ ଆଶ୍ୱାସନ ନ ମିଳିବା ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଓ ସମ୍ପର୍କିତ ପରବର୍ତ୍ତୀ ପ୍ରକ୍ରିୟା ସ୍ଥଗିତ ରଖିବା, ନେରେଡି ପ୍ରକଳ୍ପର ସମସ୍ତ ତଥ୍ୟ ସାର୍ବଜନୀନ କରିବା,ପ୍ରକଳ୍ପର ଡିଜାଇନ୍, ଜଳଧାରଣ କ୍ଷମତା, ଜଳ ବଣ୍ଟନ, ଜମି ଅଧିଗ୍ରହଣ, ପରିବେଶୀୟ ପ୍ରଭାବ ଓ ଓଡ଼ିଶା ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କିତ ସମସ୍ତ ତଥ୍ୟ ସ୍ୱଚ୍ଛ ଭାବରେ ସାର୍ବଜନୀନ କରିବା,ଓଡ଼ିଶା–ଆନ୍ଧ୍ର ଯୁଗ୍ମ ଯାଞ୍ଚ କମିଟି ଗଠନ ,ପ୍ରକଳ୍ପର ପ୍ରାଯୁକ୍ତିକ, ଭୌଗୋଳିକ, ଜଳବିଜ୍ଞାନ ଓ ପରିବେଶୀୟ ପ୍ରଭାବର ନିରପେକ୍ଷ ଯାଞ୍ଚ ପାଇଁ ଏକ ଯୁଗ୍ମ ଯାଞ୍ଚ କମିଟି ଗଠନ କରାଯାଇ  ଏହାର ରିପୋର୍ଟ ସାର୍ବଜନୀନ କରିବା, ପ୍ରଭାବିତ ପରିବାରଙ୍କ ସମସ୍ତ ଅଧିକାର ସୁରକ୍ଷିତ ରଖିବା ଓ ବଂଶଧାରା ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବାରୁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ଓଡ଼ିଶାର ଜଳ ଅଧିକାର ଓ ଆଇନଗତ ସ୍ୱାର୍ଥ ସୁରକ୍ଷିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଞ୍ଚ ଦାବି କରିଛି । ଡିଭିଏମ ର ସଭପତି ଗୌର ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ମହାମଞ୍ଚ ସଦାବେଳେ ଆଞ୍ଚଳିକ ବୈଶମ୍ୟକୁ ବିରୋଧ କରିବା ସହ ବିକାଶର ବୈକେନ୍ଦ୍ରିକରଣ ପାଇଁ ଆନ୍ଦୋଳନ ଜାରି ରଖିଛି ।ଏଣୁ ଆଗାମି ଦିନ ବଂଶଧାରା ନଦୀ ସୁରକ୍ଷା ପାଇଁ ପି ଆଇ ଏଲ ଫାଇଲ କରାଯିବ ବୋଲି ଡିଭିଏମ ସଭାପତି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.