Green Campus and Generation Climate Programme ବିପିୟୁଟିରେ ସବୁଜ କ୍ୟାମ୍ପସ ଓ ଜେନେରେସନ୍ କ୍ଲାଇମେଟ୍ କାର୍ଯ୍ୟକ୍ରମ

53 minutes ago 1
ARTICLE AD BOX

ରାଉରକେଲା: ମଣିଷ ହେଉଛି ପ୍ରକୃତିର ଏକ ଅଂଶ। ପ୍ରକୃତିକୁ ଉପଭୋଗ ପାଇଁ ନୁହେଁ; ବରଂ ତା’ର ସେବା, ଯତ୍ନ ଓ ସୁରକ୍ଷା ହେଉଛି ମଣିଷର ଧର୍ମ। ଏହି ଧର୍ମକୁ ପାଳନ କରିବା ଆମ ସମସ୍ତଙ୍କର ଗୁରୁଦାୟିତ୍ବ ହେଉ। ବି‌ଶେଷକରି ଯୁବପିଢ଼ି ଏହାର ନେତୃତ୍ବ ନିଅନ୍ତୁ ବୋଲି ‘ସମ୍ବାଦ’ ରାଉରକେଲା ସଂସ୍କରଣ ପକ୍ଷରୁ ଆୟୋଜିତ‌ ‘ସବୁଜ କ୍ୟାମ୍ପସ୍‌ ଓ ଜେନ୍‌-ସି ବା ଜେନେରେସନ୍ କ୍ଲାଇମେଟ୍’ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Climate Panchayat ଲୁହାଙ୍ଗାରରେ ‘ପରିବେଶ ପଞ୍ଚାୟତ’ , ଅଞ୍ଚଳବାସୀଙ୍କ ପରିବେଶ ସୁରକ୍ଷା ସଙ୍କଳ୍ପ

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ନେତାଜୀ ସୁଭାଷ ଅଡିଟୋରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିପିୟୁଟି କୁଳପତି ପ୍ରଫେସର ଅମିୟ କୁମାର ରଥ ଯୋଗ ଦେଇଥିଲେ। ସେ କହିଲେ, ସମସ୍ତଙ୍କ ଅବଦାନରେ ସବୁଜ ପରିବେଶ ବା ପରିବେଶ ଅନୁକୂଳ ଶିକ୍ଷାନୁଷ୍ଠାନ ଗଠନ ସମ୍ଭବ। ଭାରତର ୬୫% ଜନସଂଖ୍ୟା ହେଉଛନ୍ତି ୩୫ ବର୍ଷ ବୟସରୁ କମ୍‌। ଏଣୁ ଏହି ଜନସଂଖ୍ୟାର ଦାୟିତ୍ବ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସବୁଜ କ୍ୟାମ୍ପସ୍‌ ଗଠନ ଦିଗରେ ଗୋଟିଏ ଶିକ୍ଷାନୁଷ୍ଠାନ ଏକାଧିକ ପଦକ୍ଷେପ ନେଇପାରିବ, କିନ୍ତୁ ଯୁବପିଢ଼ିକୁ ତଦନୁଯାୟୀ ଦାୟିତ୍ବସଂପନ୍ନ ହେବାକୁ ପଡ଼ିବ। 

Punascha prithivi-RKL

ମୁଖ୍ୟବକ୍ତା ଶିକ୍ଷାବିତ୍‌ ଡ ସନାତନ ପ୍ରଧାନ କହିଲେ, ପୃଥିବୀ ଓ ଜୀବଜଗତ ମଧ୍ୟରେ ପାରସ୍ପରିକ ସମ୍ପର୍କ ରହିଛି। ଜୀବଜଗତର ସମସ୍ତ ଉପାଦାନ ନିଜ ନିଜ ଧର୍ମ ପାଳନ କରୁଛନ୍ତି। କିନ୍ତୁ ଆମେ, ଅର୍ଥାତ୍‌ ମଣିଷ, ତା’ର ଧର୍ମ ପାଳନ କରୁଛି କି? ଯେହେତୁ ମଣିଷ ପାଖରେ ମନ ବା ଚିନ୍ତାଶକ୍ତି ଅଛି, ଏଣୁ ପ୍ରକୃତିର ସୁରକ୍ଷା ପାଇଁ ସକାରାତ୍ମକଭାବେ ଚିନ୍ତା କରିବା ଆବଶ୍ୟକ। ପୃଥିବୀକୁ ଯଦି ସମ୍ମାନ ନ ଜଣାଇବା, ଶ୍ରଦ୍ଧା ନ କରିବା, ଭଗବାନର ରୂପ ନ ଭାବିବା, ତା’ହେଲେ ମଣିଷ ସମାଜର ବି ଉନ୍ନତି ହେବନାହିଁ। ବାସ୍ତବରେ, ପ୍ରକୃତିର ସେବା ଓ ସୁରକ୍ଷା, ଈଶ୍ବରୀୟ କାମ। 

Environmental Warrior: ପରିବେଶ ଯୋଦ୍ଧା: ପୋଖରୀ ସୁରକ୍ଷାରେ ଜୀବରାଜ

ସମ୍ମାନିତ ଅତିଥି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ ଅଧିକାରୀ ଡ ଅନୂପ କୁମାର ମଲ୍ଲିକ କହିଲେ, ସବୁଜ କ୍ୟାମ୍ପସ ଗଠନ ପାଇଁ ଆମକୁ କେତେକ ମୁଖ୍ୟ ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଏଥିପାଇଁ ଶକ୍ତିର ପାରମ୍ପରିକ ଉତ୍ସ ବଦଳରେ ଅକ୍ଷୟ ଶକ୍ତି, ବିଶେଷକରି ସୌରଶକ୍ତିର ସର୍ବାଧିକ ବ୍ୟବହାର ଜରୁରୀ। ଏହାସହ କ୍ୟାମ୍ପସ୍‌ରେ ଏକ ସଠିକ୍ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ, ଆବର୍ଜନାର ପୁନଃଚକ୍ରଣ ବ୍ୟବସ୍ଥା ସହ ବର୍ଷା ଜଳ ସଂରକ୍ଷଣ ପ୍ରକ୍ରିୟା ଆପଣାଇବାକୁ ହେବ। ଅନୁଷ୍ଠାନରେ ପରିବେଶ ପ୍ରଦୂଷଣ ହ୍ରାସ ପାଇଁ ମାତ୍ରାଧିକ ଯାନବାହାନର ଚଳାଚଳ ହ୍ରାସ ସହ ବୈଦ୍ୟୁତିକ ଯାନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଚିତ। ଏସବୁ ପଦକ୍ଷେପ ମାଧ୍ୟମରେ କ୍ୟାମ୍ପସରୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା, ଆମର ମୂଳ ଲକ୍ଷ୍ୟ ହେଉ। 

Parivesh Panchayat: ଏକାମ୍ର ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’: ‘ପରିବେଶ ସୁରକ୍ଷା ପାଇଁ ଯୁବପିଢ଼ିଙ୍କୁ ଆଗେଇ ଆସନ୍ତୁ’

ଅନ୍ୟତମ ସମ୍ମାନିତ ଅତିଥି ବିପିୟୁଟି ନିର୍ଦେଶକ (ସିୟୁପିଜିଏସ୍‌) ପ୍ରଫେସର ଶିବକୁମାର ମିଶ୍ର କହିଲେ, ସତର୍କ ଘଣ୍ଟି ବାଜିସାରିଲାଣି। ଆମକୁ ଶୁଣାଯାଉନି କିମ୍ବା ଆମେ ଜାଣିଶୁଣି ଅଣଦେଖା କରୁଛୁ। ତେବେ, ପରିବେଶ ସୁରକ୍ଷା କ୍ଷେତ୍ରରେ ଏଭଳି ଚିରାଚରିତ ଅବହେଳା ଆଉ ଗ୍ରହଣୀୟ ହେବନି। ସମସ୍ତେ ଐକ୍ୟବଦ୍ଧ ହୋଇ ସବୁଜ କ୍ୟାମ୍ପସ ଗଠନ ପାଇଁ ନିଷ୍ଠାପର ଉଦ୍ୟମ କରନ୍ତୁ। 

Environment Panchayat: ଜୟଦେବ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ; ସବୁଜ ଓ ପ୍ଲାଷ୍ଟିକମୁକ୍ତ ପଞ୍ଚାୟତକୁ ମିଳିବ ଅଧିକ ପାଣ୍ଠି: ବିଧାୟକ

ଏହିଅବସରରେ ତୃତୀୟ ବର୍ଷ ଛାତ୍ରୀ ଜୟନ୍ତୀ ଶତପଥୀ ଓ ପ୍ରଥମ ବର୍ଷ ଛାତ୍ରୀ ଅନନ୍ୟା ସାହୁ ବକ୍ତବ୍ୟ ଦେଇଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ରାହୁଲ ଦେ ଓ ପାୟଲ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ପ୍ରତିନିଧି ମଳୟ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.