ARTICLE AD BOX
ଗ୍ରେଟର୍ ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡା ଅନ୍ତର୍ଗତ ରବୁପୁରା ଥାନା ଅଞ୍ଚଳର ନଗଲା ଶ୍ରୀପଦମ ଗାଁରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ମୃତକଙ୍କ ମଧ୍ୟରେ ମହେଶ (୩୭), ତାଙ୍କ ପତ୍ନୀ ଲଳିତା (୩୫) ଓ ସେମାନଙ୍କର ତିନି ସନ୍ତାନ ଲଡ୍ଡୁ (୧୧), ମିଷ୍ଟି (୭) ଓ ସାକ୍ଷାତ (୩) ଅଛନ୍ତି। ଶନିବାର ସକାଳେ ନିଜ ଘରୁ ସମସ୍ତଙ୍କ ମୃତଦେହ ମିଳିଥିଲା।
ପ୍ରଥମେ ଚା’ ଓ ନୁଡଲ୍ସ ଖାଇବାରୁ ବିଷକ୍ରିୟା ହୋଇଥିବା ସନ୍ଦେହ କରାଯାଉଥିଲା। ମାତ୍ର ରବିବାର ମହେଶଙ୍କ ମୋବାଇଲ୍ରୁ ମିଳିଥିବା ଏକ ଭଏସ୍ ନୋଟ୍ ଓ ଦୀର୍ଘଦିନର ସମ୍ପତ୍ତି ବିବାଦ ଘଟଣାକୁ ନୂଆ ଦିଗ ଦେଇଛି। ପୁଲିସର କହିବା ଅନୁଯାୟୀ, ମହେଶ ମୃତ୍ୟୁ ପୂର୍ବରୁ ରେକର୍ଡ କରିଥିବା ଅଡିଓରେ ନିଜର ଦୁଇ ଭଉଣୀ ସୁନୀତା ଓ ସପ୍ନା ଏବଂ ଭିଣୋଇ ଶେଖରଙ୍କୁ ପରିବାରର ଦୁରବସ୍ଥା ପାଇଁ ଦାୟୀ କରିଥିବା ଶୁଣିବାକୁ ମିଳିଛି।
ଦୁଇ ଭଉଣୀ ଓ ଭିଣୋଇ ଗିରଫ
ତେବେ ଏହି ଅଭିଯୋଗର ସତ୍ୟତା ଏବଂ ମୃତ୍ୟୁ ସହ ସେମାନଙ୍କର କୌଣସି ସମ୍ପର୍କ ଅଛି କି ନାହିଁ, ତାହା ତଦନ୍ତାଧୀନ ରହିଛି। ପୁଲିସ ସୂଚନା ଅନୁଯାୟୀ, ପରିବାର ରହୁଥିବା ଘରର ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଗତବର୍ଷ ଘରଟି ମହେଶଙ୍କ ନାମରେ ନ ରହି ତାଙ୍କ ଭଉଣୀ ସୁନୀତାଙ୍କ ନାମକୁ ହସ୍ତାନ୍ତର ହୋଇଥିବା ପୁଲିସ କହିଛି। ଏହାକୁ ନେଇ ମହେଶ ମାନସିକ ଚାପରେ ଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ମହେଶଙ୍କ ଅନ୍ୟ ଜଣେ ଭିଣୋଇଙ୍କ ଅଭିଯୋଗ ଆଧାରରେ ପୁଲିସ ସୁନୀତା, ତାଙ୍କ ସ୍ୱାମୀ ଶେଖର ଓ ସପ୍ନାଙ୍କୁ ଗିରଫ କରିଛି।
Memorable Evening: କୋଲକାତା ଦୁର୍ଗା ପୂଜା ମଣ୍ଡପ ଦୁର୍ଘଟଣାର ପ୍ରକୃତ କାରଣ କ'ଣ ଥିଲା?
ସେମାନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରରୋଚନା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ସମୟରେ ବିଷକ୍ରିୟାର ସଙ୍କେତ ମିଳିବା ପରେ ମୃତକଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗର ନମୁନା ସଂରକ୍ଷଣ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ପୁଲିସର ପ୍ରାଥମିକ ସନ୍ଦେହ ଅନୁଯାୟୀ, ମହେଶ ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇଥାଇପାରନ୍ତି। ତେବେ ଏହାର ସତ୍ୟତା ଓ ବିଷାକ୍ତ ପଦାର୍ଥର ଉତ୍ସ ଜାଣିବାକୁ ତଦନ୍ତ ଚାଲିଛି। ଫରେନ୍ସିକ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

58 minutes ago
1


