ARTICLE AD BOX
ମୁମ୍ବାଇ: ବଲିଉଡର ସୁପରଷ୍ଟାର ଗୋବିନ୍ଦା ଏବଂ ସୁନିତା ଆହୁଜା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୁନିତା ଗୋବିନ୍ଦାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଛନ୍ତି। କିଛିଦିନ ହେବ ଗୋବିନ୍ଦାଙ୍କ ନାମ ତାଙ୍କ ସହ-କଳାକାର କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଯୋଡ଼ା ଯାଉଛି। ଏମିତି କି ଦୁହିଁଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ଏକାଠି ଦେଖିବାକୁ ମିଳୁଛି।
ନିକଟରେ ଗୋବିନ୍ଦା କୋମଲ ରାଣୀଙ୍କ ସହ 'ଲାଲବାଗଚା ରାଜା' ଦର୍ଶନ କରିବାକୁ ମଧ୍ୟ ଯାଇଥିଲେ। ଏହି ପରିପ୍ରେକ୍ଷୀରେ ଗୋବିନ୍ଦା ଏବଂ ତାଙ୍କର କଥିତ ପ୍ରେମ ସମ୍ପର୍କକୁ ନେଇ ଆସିଥିବା ଖବର ଉପରେ ସୁନିତା ନିଜର ପ୍ରତିକ୍ରିୟା ରଖିଛନ୍ତି।
ସୁନିତା ସ୍ବାମୀ ଗୋବିନ୍ଦା ଓ କୋମଲଙ୍କ ସମ୍ପର୍କକୁ ନେଇ କହିଛନ୍ତି, "ଗୋବିନ୍ଦା କିମ୍ବା ତାଙ୍କ ସହ-କଳାକାରଙ୍କ ବିଷୟରେ ମୋର କିଛି କହିବାର ନାହିଁ। ମୁଁ ଦେଖୁଛି ଓ ଅନୁଭବ କରୁଛି ସେ ଖୁସିରେ ଅଛନ୍ତି। ଭଗବାନଙ୍କ ନିକଟରେ ମୋର ଏତିକି କାମନା ତାଙ୍କ ଉପରେ ସର୍ବଦା କୃପା ବଜାୟ ରଖନ୍ତୁ। ତାଙ୍କୁ ନିଜ ଇଚ୍ଛା ଅନୁଯାୟୀ ଜୀବନ ବଞ୍ଚିବାକୁ ଦିଅନ୍ତୁ। ଯେଉଁଠାରେ ଥାଆନ୍ତୁ ଏବଂ ଯାହାଙ୍କ ସହିତ ଥାଆନ୍ତୁ, ସର୍ବଦା ଖୁସି ରୁହନ୍ତୁ।"
ସୁନିତା ଆହୁଜାଙ୍କ ବିରୁଦ୍ଧରେ କୋମଲ ରାଣୀଙ୍କ ଅଭିଯୋଗ
ଗୋବିନ୍ଦାଙ୍କ ସହ ଜଡ଼ିତ ବିଷୟଗୁଡ଼ିକ ଉପରେ ସୁନିତା କ୍ରମାଗତ ଭାବେ ପ୍ରତିକ୍ରିୟା ଦେଇ ଆସୁଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିବା ସହ କୋମଲ ରାଣୀ ମଧ୍ୟ ସୁନିତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। କୋମଲ ରାଣୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, "ଯେଉଁ ମହିଳା ବର୍ଷ ବର୍ଷ ଧରି ନିଜ ସ୍ୱାମୀଙ୍କୁ ମାରିଦେବାକୁ ଚେଷ୍ଟା କରୁଛନ୍ତି, ତାଙ୍କର ଅଭିଶାପ କାହା ଉପରେ କୌଣସି ପ୍ରଭାବ ପକାଏ ନାହିଁ। ଯେଉଁ ଘର ପୂର୍ବରୁ ହିଁ ଭାଙ୍ଗି ସାରିଛି, ତାହାକୁ ଆଉ କେହି ଭାଙ୍ଗି ପାରିବେ ନାହିଁ।’
ଅନଲାଇନ୍ ପ୍ରେମ ଠକେଇ: ଆପଣଙ୍କ ପ୍ରେମୀ ଠକ ନୁହନ୍ତି ତ? ଜାଣନ୍ତୁ ୭ଟି ସଙ୍କେତ

4 days ago
6


