ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ସରକାରସରକାରୀ ଅଧିକାରୀମାନଙ୍କୁ ମିଳୁଥିବା ଲାପଟପ୍, ଟାବଲେଟ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏବେ ଅଧିକାରୀମାନେ ପୂର୍ବାପେକ୍ଷା ଅଧିକ ମୂଲ୍ୟର ଉପକରଣ ବ୍ୟବହାର କରିପାରିବେ। ଏଥିସହ କିଛି ସର୍ତ୍ତ ପୂରଣ କଲେ ଏହି ଉପକରଣଗୁଡ଼ିକୁ ନିଜ ପାଖରେ ରଖିବାର ସୁବିଧା ମଧ୍ୟ ମିଳିବ।
ଆସନ୍ତୁ ଜାଣିବା, ନୂଆ ନିୟମରେ କ’ଣ ପରିବର୍ତ୍ତନ ହୋଇଛି, କେଉଁ ଅଧିକାରୀମାନେ ଏହାର ଲାଭ ପାଇବେ ଏବଂ କେବେ ଏହି ଉପକରଣ ସେମାନଙ୍କର ନିଜସ୍ୱ ହୋଇପାରିବ।
ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ୧୦ ନଭେମ୍ବର ୨୦୨୬ରେ ଏକ ନୂଆ କାର୍ଯ୍ୟାଳୟ ସ୍ମାରକପତ୍ର ଜାରି କରିଛି। ଏହା ଅନୁଯାୟୀ, ସରକାରୀ କାମ ପାଇଁ କିଣାଯାଉଥିବା ଲାପଟପ୍, ଟାବଲେଟ୍, ନୋଟ୍ବୁକ୍ ଏବଂ ଅଲ୍ଟ୍ରାବୁକ୍ ଭଳି ଉପକରଣର ସର୍ବାଧିକ ମୂଲ୍ୟ ସୀମା ୧.୫ ଲକ୍ଷ ଟଙ୍କା ସହ ଟିକସକୁ ବୃଦ୍ଧି କରାଯାଇଛି। ସେହିପରି, ଯେଉଁ ଉପକରଣରେ ୪୦ ପ୍ରତିଶତରୁ ଅଧିକ ମେକ୍ ଇନ୍ ଇଣ୍ଡିଆ ଉପାଦାନ ରହିଥିବ, ସେଗୁଡ଼ିକ ପାଇଁ ମୂଲ୍ୟ ସୀମା ୧.୮୦ ଲକ୍ଷ ଟଙ୍କା ସହ ଟିକସ ରଖାଯାଇଛି। ଏହି ମୂଲ୍ୟରେ ଉପକରଣରେ ସଂସ୍ଥାପିତ ହେଉଥିବା ମାନକ ସଫ୍ଟୱେର୍ର ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ରହିବ।
ପୂର୍ବରୁ କେତେ ଥିଲା ଲାପଟପ୍ କିଣିବାର ସୀମା?
ଏହା ପୂର୍ବରୁ ଜୁଲାଇ ୨୦୨୩ର ନିୟମ ଅନୁଯାୟୀ, ସାଧାରଣ ଇଲେକ୍ଟ୍ରୋନିକ୍ ଉପକରଣ କିଣିବା ପାଇଁ ସର୍ବାଧିକ ମୂଲ୍ୟ ସୀମା ୧ ଲକ୍ଷ ଟଙ୍କା ଥିଲା। ଘରୋଇ ଉତ୍ପାଦନ ସମ୍ପର୍କିତ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁଥିବା ଉପକରଣ ପାଇଁ ୧.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇପାରୁଥିଲା। ଏବେ ଉଭୟ ବର୍ଗରେ କ୍ରୟ ସୀମା ୫୦ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏହାଦ୍ୱାରା ସରକାରୀ ବିଭାଗଗୁଡ଼ିକ ନିଜର ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଉପକରଣ କିଣିପାରିବେ।
କେଉଁ ସରକାରୀ ଅଧିକାରୀମାନେ ପାଇବେ ଏହି ସୁବିଧା?
ନୂଆ ନିୟମ ଅନୁଯାୟୀ, କେନ୍ଦ୍ର ସରକାରରେ ସେକ୍ସନ ଅଫିସର ଏବଂ ତାଙ୍କଠାରୁ ଉଚ୍ଚ ପଦବିରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ସରକାରୀ କାମ ପାଇଁ ଇଲେକ୍ଟ୍ରୋନିକ୍ ଉପକରଣ ଦିଆଯାଇପାରିବ। ସପ୍ତମ ବେତନ ଆୟୋଗ ଅନୁଯାୟୀ, ପେ-ଲେଭଲ୍ ୧୨ ଏବଂ ତା’ଠାରୁ ଉପର ସମସ୍ତ ଅଧିକାରୀ ଏହି ସୁବିଧା ପାଇବାକୁ ଯୋଗ୍ୟ ହେବେ। ଅନ୍ୟପକ୍ଷରେ, ପେ-ଲେଭଲ୍ ୮ରୁ ୧୧ ପର୍ଯ୍ୟନ୍ତ ଥିବା ଅଧିକାରୀଙ୍କ ପାଇଁ ପ୍ରାରମ୍ଭରେ ବିଭାଗର ମୋଟ ମଞ୍ଜୁରୀପ୍ରାପ୍ତ ପଦବିର ୫୦ ପ୍ରତିଶତ ପର୍ଯ୍ୟନ୍ତ ଏହି ସୁବିଧା ସୀମିତ ରହିବ।
ତେବେ ବିଭାଗର ଆବଶ୍ୟକତା ଅନୁଯାୟୀ, ସମ୍ପୃକ୍ତ ମନ୍ତ୍ରଣାଳୟ କିମ୍ବା ବିଭାଗର ସଚିବ ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ନେଇ ଏହି ସୀମାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ନୂଆ ନିୟମରେ ଅଧିକାରୀମାନଙ୍କୁ ଆଉ ଏକ ବଡ଼ ସୁବିଧା ଦିଆଯାଇଛି। ସରକାରୀ କାମ ପାଇଁ ମିଳିଥିବା ଇଲେକ୍ଟ୍ରୋନିକ୍ ଉପକରଣ କିଣାଯିବା ତାରିଖଠାରୁ ୪ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ସମ୍ପତ୍ତି ରହିବ। ଏହି ସମୟ ମଧ୍ୟରେ ଉପକରଣରେ ଥିବା ସରକାରୀ ତଥ୍ୟ ଏବଂ ଜରୁରୀ ସୂଚନାର ସୁରକ୍ଷା ଦାୟିତ୍ୱ ସମ୍ପୃକ୍ତ ଅଧିକାରୀଙ୍କର ରହିବ। ତେବେ ୪ ବର୍ଷ ବ୍ୟବହାର ପୂରଣ ହେବା ପରେ ଅଧିକାରୀମାନେ ସେହି ଉପକରଣକୁ ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ ରଖିପାରିବେ।
ଆନ୍ଧ୍ରରେ ନୂଆଦଳ ଗଠନ କଲେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟସାଇ ରେଡ୍ଡୀ

1 day ago
2


