Government employees: ୨୨ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ: ସରକାରଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତି

1 hour ago 1
ARTICLE AD BOX

ଭୁବନେଶ୍ୱର/କଟକ: ବାତ୍ୟା ‘ଅକ୍‌ଭାନ୍’ ଓଡ଼ିଶା ଉପକୂଳରେ ମାଡ଼ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ପାଇଁ ରାଜ୍ୟରେ ଜରୁରିକାଳୀନ ପ୍ରଶାସନିକ ଆବଶ୍ୟକତା ଏବଂ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କର ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି। ଏହି ୫ଦିନ ମଧ୍ୟରେ କେହି ଛୁଟି ନେଇପାରିବେନି। ଏହି ଅବଧି ମଧ୍ୟରେ ଛୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ତୁରନ୍ତ ନିଜ ନିଜ କାର୍ଯ୍ୟାଳୟରେ ଯୋଗଦେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। 

Dead: ଅଖିଳେଶଙ୍କ ସ୍ୱାଗତ ପାଇଁ ଆସିଥିବା ଜେସିବି ଧକ୍କାରେ ବିଜେପି ନେତାଙ୍କ ପୁଅ ମୃତ

ସେହିପରି ବାତ୍ୟାର ଗମ୍ଭୀରତାକୁ ଦେଖି ଏସ୍‌ଆର୍‌ସି ଆଜି ୬ଟି ଜିଲ୍ଲାଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଛୁଟି ଘୋଷଣା କରିଛନ୍ତି। ଏହାପରେ ଯଦି ପ୍ରତିକୂଳ ପାଗ ରୁହେ ତେବେ ଜିଲ୍ଲାପାଳମାନେ ସ୍ଥିତି ଦେଖି ଛୁଟି ବଢ଼ାଇପାରିବେ। ବାକି ଜିଲ୍ଲାରେ ଜିଲ୍ଲାପାଳମାନେ ସ୍କୁଲ, ଅଙ୍ଗନବାଡ଼ି ଛୁଟି ପାଇଁ ନିଷ୍ପତ୍ତି ନେବାକୁ କୁହାଯାଇଛି। ହେଲେ ବାତ୍ୟାର ପ୍ରଭାବ ଖୋରଧା, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ପଡ଼ିବାର ସମ୍ଭାବନା ଥିବାରୁ ଏହି ତିନି ଜିଲ୍ଲା‌େର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ୧୯ ଓ ୨୦ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ଉପରୋକ୍ତ ସମସ୍ତ ଜିଲ୍ଲାରେ ଶିକ୍ଷକ ଓ କର୍ମଚାରୀମାନେ ସ୍କୁଲ ଆସିବାକୁ କୁହାଯାଇଛି। ଅଙ୍ଗନବାଡ଼ି ଦିଦିମାନଙ୍କୁ ପିଲାଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଇବାକୁ କୁହାଯାଇଛି। ବାତ୍ୟା ପରିଚାଳନାରେ ଯେପରି କୌଣସି ସମନ୍ବୟ ଅଭାବ ନରୁହେ ସେଥିପାଇଁ ୪ଜଣ ଆଇଏଏସ୍‌ ଅଧିକାରୀଙ୍କୁ ୪ଟି ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ପୁରୀ ଜିଲ୍ଲା, ଜିଏସ୍‌ଟି କମିସନର ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ମିସନ୍ ଶକ୍ତି ସଚିବ ମାନସୀ ନିମ୍ଭାଲଙ୍କୁ ଗଜପତି, ଓଏସ୍‌ଆଇସି ଏମ୍‌ଡି ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଏହି ୪ଅଧିକାରୀ ତୁରନ୍ତ ଜିଲ୍ଲା ଗସ୍ତରେ ଯାଇ ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ତଦାରଖ କରିବାକୁ କୁହାଯାଇଛି। ସେହିପରି ଜିଲ୍ଲାସ୍ତରରେ ଥିବା ଅଧିକାରୀମାନେ ଯେପରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି କାମ କରିବେ, କୌଣସି କ୍ଷେତ୍ରରେ ହଠାତ୍ ନିଷ୍ପତ୍ତି ନେବାକୁ ହେଲେ ତୁରନ୍ତ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିପାରିବେ, ସେନେଇ ୧୦ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଆଜି ସଂଧ୍ୟା ୬ଟାରୁ  ୨୧ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟ ଜରୁରିକାଳୀନ ପରିଚାଳନା କେନ୍ଦ୍ର ଦ‌ାୟିତ୍ବ ବଣ୍ଟାଯାଇଛି। ସେମାନେ ହେଲେ ଉନ୍ନୟନ କମିସନର ଡି.କେ ସିଂହ, ଅରବିନ୍ଦ ପାଢ଼ୀ, ହେମନ୍ତ ଶର୍ମା, ଉଷା ପାଢ଼ୀ, ବିଶାଲ ଦେବ, ଚିତ୍ରା ଅରୁମୁଗମ୍, ସଞ୍ଜୟ ସିଂହ, ସଞ୍ଜୀବ କୁମାର ମିଶ୍ର, ସୁରେଶ କୁମାର ବଶିଷ୍ଠ ଓ ଭାସ୍କର ଜ୍ୟୋତି ଶର୍ମା।

ସରକାରଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତି
୬ଜିଲ୍ଲାରେ ୨୧ପର୍ଯ୍ୟନ୍ତ ସ୍କୁଲ ଛୁଟି, ତିନି ଜିଲ୍ଲାରେ ୨୦ ଯାଏଁ
୪ଜିଲ୍ଲାକୁ ଗଲେ ୪ଆଇଏଏସ୍‌ ଅଧିକାରୀ
କଣ୍ଟ୍ରୋଲ ରୁମ୍ ପରିଚାଳନାରେ ମୁତୟନ ହେଲେ ୧୦ ବରିଷ୍ଠ ଆଇଏଏସ୍‌
ଜଳଭଣ୍ଡାର ଓ ନଦୀବନ୍ଧ ଉପରେ ୨୪ଘଣ୍ଟା ନଜର ରଖିବାକୁ ନିର୍ଦ୍ଦେଶ

ଏହାବାଦ୍ ବାତ୍ୟା ଯୋଗୁଁ ରାସ୍ତାରେ ଗଛ ପଡ଼ିଲେ ଏହାକୁ ତୁରନ୍ତ ହଟାଇବାକୁ ବିଭିନ୍ନ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିବାବେଳେ ଓଏଫ୍‌ଡିସି ପକ୍ଷରୁ ୧୧ଟି ଜିଲ୍ଲାରେ ୧୦୦ଟି ଟିମ୍ ମୁତୟନ କରିବାକୁ ଏସ୍‌ଆର୍‌ସି ଅନୁରୋଧ କରିଛନ୍ତି। ଅପରପକ୍ଷରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଯେପରି ବନ୍ୟା ପରିସ୍ଥିତି ନଉପୁଜେ, ଜଳଭଣ୍ଡାରଗୁଡ଼ିକରୁ ଆବଶ୍ୟକତା ଅନୁଯାୟୀ ପାଣି ନିଷ୍କାସନ ପାଇଁ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜରମାନଙ୍କୁ ସତର୍କ ରହିବା ସହ ନିରନ୍ତର ତଦାରଖ କରିବାକୁ  କୁହାଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ପିଇବା ପାଣିର ଯେପରି ସମସ୍ୟା ହେବନି ସେନେଇ ବସୁଧା ହେଲ୍ପଲାଇନ୍ ୧୯୧୬ ନମ୍ବର ଜରିଆରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି।  ଏହାସହ ୫ଜଣ ପୂର୍ବତନ ବିଡିଓଙ୍କୁ ୪ଟି ଜିଲ୍ଲାର ୫ଟି ବ୍ଲକର ଦାୟିତ୍ବ ଦିଆଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ସହରାଞ୍ଚଳର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନକରି ତୁରନ୍ତ ସ୍ଥିତି ଦେଖି ପଦକ୍ଷେପ ନେବାକୁ ପୌରାଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Judgement: କେବଳ ନିର୍ବାଚନ ଲଢ଼ିବାକୁ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ମିଳିବନି: ସୁପ୍ରିମ୍‌କୋର୍ଟ

ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍‌’କୁ ଦୃଷ୍ଟିରେ ରଖି ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବହନ କମିସନର ଅମିତାଭ ଠାକୁର ସମସ୍ତ ଆର୍‌ଟିଓଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସଡ଼କ ସୁରକ୍ଷା ଓ ଜରୁରିକାଳୀନ ପଦକ୍ଷେପ ସୁନିଶ୍ଚିତ କରିବାକୁ ଉପଯୁକ୍ତ ସମନ୍ୱୟ ରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ରାସ୍ତା ଅସୁରକ୍ଷିତ ହେଲେ ତୁରନ୍ତ ଯାତାୟାତ ଉପରେ କଟକଣା ଜାରି କରାଯିବ। ସୁରକ୍ଷିତ ବିକଳ୍ପ ମାର୍ଗ ଚିହ୍ନଟ କରି ଆବଶ୍ୟକସ୍ଥଳେ ଯାନବାହନକୁ ସେହି ମାର୍ଗରେ ଡାଇଭର୍ଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ‘ଅକଭାନ୍‌’କୁ ନଜରରେ ରଖି ବିଶାଖାପାଟଣା ଓ କିରଣ୍ଡୁଲ୍‌ ମଧ୍ୟରେ ଚଳାଚଳ କରୁଥିବା ଦୁଇଟି ଟ୍ରେନ୍‌କୁ ବାତିଲ କରାଯାଇଛି। ବିଶାଖାପାଟଣା-କିରଣ୍ଡୁଲ୍‌ ଏକ୍ସପ୍ରେସ୍(୧୮୫୧୫) ଓ କିରଣ୍ଡୁଲ୍‌-ବିଶାଖାପାଟଣା ଏକ୍ସପ୍ରେସ୍(୧୮୫୧୬) ନଭେମ୍ବର ୧୯ ଓ ୨୦ ତାରିଖରେ ବାତିଲ ରହିବ। ଯାତ୍ରୀମାନେ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.