Google Chrome: ଗୁଗଲ୍ କ୍ରୋମ୍‌ ପ୍ରତି ହ୍ୟାକିଂ ବିପଦ ସତର୍କ କଲେ ସରକାର-ଅପ୍‌ଡେଟ୍‌ କରାଇବାକୁ ପରାମର୍ଶ

1 hour ago 3
ARTICLE AD BOX

ଗୁଗଲ କ୍ରୋମ୍‌ ପ୍ରତି ବଡ଼ ଧରଣର ହ୍ୟାକିଂ ବିପଦ ଥିବା ସରକାରଙ୍କ ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍‌ସ ଟିମ୍‌ (ସିଇଆର୍‌ଟି-ଇନ୍‌) ପକ୍ଷରୁ ବ୍ୟବହାରକାରୀମାନଙ୍କୁ ସତର୍କ କରାଯାଇଛି।

 (google) Photograph: (google)

ନୂଆଦିଲ୍ଲୀ: ଗୁଗଲ କ୍ରୋମ୍‌ ପ୍ରତି ବଡ଼ ଧରଣର ହ୍ୟାକିଂ ବିପଦ ଥିବା ସରକାରଙ୍କ ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍‌ସ ଟିମ୍‌ (ସିଇଆର୍‌ଟି-ଇନ୍‌) ପକ୍ଷରୁ ବ୍ୟବହାରକାରୀମାନଙ୍କୁ ସତର୍କ କରାଯାଇଛି। ବିଶେଷ କରି ଡେସ୍କଟପ୍‌ରେ କ୍ରୋମ୍‌ ବ୍ୟବହାର କରୁଥିବା ଲୋକମାନଙ୍କ ପ୍ରତି ହ୍ୟାକିଂର ଅଧିକ ବିପଦ ରହିଛି। ସେଥିରେ ଥିବା ଦୁର୍ବଳତାକୁ ଉପଯୋଗ କରି ହ୍ୟାକରମାନେ ଯେକୌଣସି ସ୍ଥାନରେ ରହି ଆକ୍ରମଣ କରିପାରିବେ। ଏହି ସତର୍କତା ଗୁଗଲର ୱିଣ୍ଡୋ, ମ୍ୟାକ୍‌ଓଏସ୍‌ ଓ ଲିନକ୍ସ ବ୍ୟବହାରକାରୀମାନଙ୍କ ଉପରେ ମଧ୍ୟ ଲାଗୁ ହେଉଛି। ସୁରକ୍ଷା ଅଭାବକୁ ଦୂର କରିବା ଲାଗି ତୁରନ୍ତ କ୍ରୋମ୍‌କୁ ଅପ୍‌ଡେଟ୍‌ କରିବାକୁ ସିଇଆର୍‌ଟି-ଇନ୍‌ ପକ୍ଷରୁ କୁହାଯାଇଛି।ଗୁଗଲ କ୍ରୋମ୍‌ର ଭି୮, ଟ୍ୟାବ୍‌ଷ୍ଟ୍ରିପ୍‌, ଏଚ୍‌ଟିଏମ୍‌ଏଲ୍‌, ଏକ୍ସଟେନ୍‌ସନ୍‌ ଓ ବ୍ଲିଙ୍କ୍‌ରେ ସମସ୍ୟା ରହିଛି। ଏକ ୱେବ୍‌ ଅନୁରୋଧକୁ ଖୋଲିବା ପାଇଁ ଥୋପ ପକାଇ ହ୍ୟାକରମାନେ ଯେକୌଣସି ସମୟରେ ବ୍ୟବସ୍ଥାରେ ଥିବା ଦୁର୍ବଳତାର ଅପବ୍ୟବହାର କରିପାରିବେ। ସେ ସିଷ୍ଟମକୁ ନିୟନ୍ତ୍ରଣକୁ ନେଇ ସେଥିରେ ବ୍ୟାପକ ପରିବର୍ତ୍ତନ କରିବା ସହ ଅନେକ କିଛି କ୍ଷତି ମଧ୍ୟ କରିପାରିବେ। ଥରେ ସିଷ୍ଟମ୍‌କୁ ନିଜ ନିୟନ୍ତ୍ରଣକୁ ନେଲେ ସେ ସମ୍ବେଦନଶୀଳ ପାସ୍‌ୱାର୍ଡ, ବ୍ୟାଙ୍କ ବିବରଣୀ ଆଦିକୁ ହାସଲ କରିପାରିବେ ଯାହାକୁ ପରବର୍ତ୍ତୀ ସମୟରେ ବ୍ୟବହାର କରି ବ୍ୟାପକ ଆର୍ଥିକ କ୍ଷତି ପହଞ୍ଚାଇପାରିବେ। କ୍ରୋମ୍‌ ବ୍ୟବହାର କରୁଥିବା ସାଧାରଣ ବ୍ୟକ୍ତି ଓ ସଂସ୍ଥା ଉଭୟ ଏହାଦ୍ବାରା ପ୍ରଭାବିତ ହେବା ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଭାରତୀୟ ଦେଶଭକ୍ତି ଗୀତରେ ଉଡ଼ିଲା ପାକିସ୍ତାନୀ ପତାକା!

ଅଧିକ ଦେଖନ୍ତୁ:

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.