Gold: ୪ ଦିନରେ ସୁନା ୮୩୫୦ ଟଙ୍କା ମହଙ୍ଗା

1 hour ago 2
ARTICLE AD BOX

ଭୁବନେଶ୍ବର: ସୁନା ଦର ଗତ କିଛିଦିନ ହେଲା ହୁ ହୁ ହୋଇ ବଢ଼ୁଛି। ୪ ଦିନରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୩୫୦ ଟଙ୍କା ମହଙ୍ଗା ହୋଇ ୧୫୨୩୫୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୭୬୫୦ ଟଙ୍କା ବୃଦ୍ଧି ଘଟି ୧,୩୯,୬୫୦ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ରୁପା ଦର ଆଜି କିଲୋଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ଘଟି ୨,୪୯,୯୦୦ ଟଙ୍କାରେ ରହିଛି। ଗତ ୫ ତାରିଖରେ ରୁପା ଦର କିଲୋଗ୍ରାମ ପିଛା ୫ ହଜାର ଟଙ୍କା ଏବଂ ୬ ତାରିଖରେ ୧୦ ହଜାର ଟଙ୍କା ବୃଦ୍ଧି ଘଟିଥିଲା।

ଆହୁରି ପଢନ୍ତୁ: Bijay: ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଶକ୍ତ ଧକ୍କା: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ ଯୋଗଦେଲେ ମାତ୍ର ୨୦ ସାଂସଦ

ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରାୟ ୭ ପ୍ରତିଶତ ବୃଦ୍ଧି ଘଟିଛି। ବିଗତ ୮ ମାସରେ ଅନ୍ୟ କୌଣସି ସପ୍ତାହରେ ସୁନା ଦରରେ ଏତେ ବୃଦ୍ଧି ଦେଖାଦେଇ ନଥିଲା। ଶୁକ୍ରବାର ସ୍ପଟ ଗୋଲ୍‌ଡ ମୂଲ୍ୟ ୨.୩ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୪୩୩୬.୦୨ ଡଲାରରେ ରହିଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ମାସରେ ସୁନା ଦର ଆଉନ୍ସ ପିଛା ରେକର୍ଡ ୫୫୦୦ ଡଲାରରେ ପହଞ୍ଚି ଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.