ARTICLE AD BOX
ବୁଦାପେଷ୍ଟ:ଭାରତର ୨୦ ବର୍ଷରୁ କମ୍ ବିଶ୍ବବିଜୟିନୀ କୁସ୍ତିବିତ୍ କାଜଲ ଏଠାରେ ଚାଲିଥିବା ବୁଦାପେଷ୍ଟ କୁସ୍ତି ରୢାଙ୍କିଂ ସିରିଜ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ରବିବାର ମହିଳା ୭୬ କିଲୋଗ୍ରାମ ଫାଇନାଲ୍ରେ ଏହି ଭାରତୀୟ ଯୁବତୀ ଆମେରିକାର ଡାଇମଣ୍ଡ ଗୁଇଲଫୋର୍ଡଙ୍କୁ ପରାସ୍ତ କରିଥିଲେ।
ଏହି କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ ଏକଦା ସ୍ଥିତି ୩-୩ରେ ରହିଥିଲା। ହେଲେ କାଜାଲ ଚମତ୍କାର ପ୍ରଦର୍ଶନ ସହ ଭାରତ ପାଇଁ ଏହି ତୃତୀୟ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ୫୩ କିଲୋଗ୍ରାମ୍ ଫାଇନାଲ୍ରେ ସ୍ବିଡେନ୍ ପ୍ରତିଦ୍ବନ୍ଦ୍ବୀ ଇମା ଜୋନ୍ନା ଡେନିସ୍ଙ୍କ ବିପକ୍ଷ ମ୍ୟାଚ୍ ବେଳେ ଆହତ ଯୋଗୁଁ ବାଧ୍ୟରେ ଓହରିଯିବାରୁ ଭାରତୀୟ ତାରକା ଅନ୍ତିମ ପଙ୍ଘଲ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏହି ଓଜନ ବର୍ଗର କାଂସ୍ୟ ମୁକାବିଲାରେ ନିଶୁ ୨-୨ (ଭିପିଓ୧)ରେ ରୋମାନିଆର ଆନ୍ଦ୍ରିୟା ବିଟ୍ରାଇସ୍ ଆନାଙ୍କୁ ହରାଇ ଦେଇ ପୋଡିୟମ୍ ଫିନିସ୍ କରିଥିଲେ।
PV Sindhu: ଜାପାନ ଓପନ୍ ଜିତିଲେ ସିନ୍ଧୁ: ୨ ବର୍ଷର ଟ୍ରଫି ମରୁଡ଼ିର ଅବସାନ
୫୭ କିଲୋଗ୍ରାମ୍ ବର୍ଗରେ ନେହା ଶର୍ମା ୦-୪ରେ ଚୀନ୍ର କେକ୍ସିନ୍ ହଙ୍ଗଙ୍କଠୁ ପରାଜିତ ହୋଇ ରୌପ୍ୟ ପାଇଥିଲେ। ଭାରତଏହି ପ୍ରତିଯୋଗିତା ଏପର୍ଯ୍ୟନ୍ତ ୩ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୫ କାଂସ୍ୟ ପଦକ ସହ ୧୨ ପଦକ ଜିତିଛି।

2 months ago
24


