Gold for Indian women's: ଭାରତୀୟ ରିକର୍ଭ ମହିଳା ଦଳକୁ ସ୍ବର୍ଣ୍ଣ; ମିଶ୍ରିତରେ ରୌପ୍ୟ

3 hours ago 2
ARTICLE AD BOX

ନାଗୋୟା: ଭାରତୀୟ ରିକର୍ଭମହିଳା ଦଳ ଚଳିତ ଏସୀୟ କ୍ରୀଡ଼ା ତୀରନ୍ଦାଜିରେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛି। ହେଲେ ମିଶ୍ରିତ ଯୁଗଳରେ କୁମ୍‌କୁମ୍‌ ଅନିଲ ‌ମୋହୋଦ ଓ ଧୀରଜ ବୋମ୍ମାଦେବାରା ଅଳ୍ପକେ ସ୍ବର୍ଣ୍ଣ ପଦକ ହାତଛଡ଼ା କରି ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି। ଶୁକ୍ରବାର ଦଳଗତ ଫାଇନାଲ୍‌ରେ ଭାରତ ୫-୩ରେ ୧୦ ଥରର ଅଲିମ୍ପିକ୍ସ ବିଜେତା ଦକ୍ଷିଣ ‌କୋରିଆକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲା। ଏସୀୟ କ୍ରୀଡ଼ାରେ ଲଗାତାର ୭ ଥର ସ୍ବର୍ଣ୍ଣ ଜିତିଥିବା କୋରିଆକୁ ଅଙ୍କିତା ଭକତ, କୀର୍ତ୍ତି ଶର୍ମା ଓ ୧୭ ବର୍ଷୀୟା କୁମ୍‌କୁମ୍‌ଙ୍କୁ ନେଇ ଗଠିତ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ବଳରେ ମାତ୍‌ ଦେଇ ଇତିହାସ ରଚିଛି। ମ୍ୟାଚ୍‌ର ପ୍ରଥମ ଦୁଇ ଗେମ୍‌ରେ ଉଭୟ ଦଳ ୫୪, ୫୬ କରି ସମାନ ସ୍ତରରେ ରହିଥିଲେ। ହେଲେ ତୃତୀୟ ଗେମ୍‌କୁ ଭାରତ ୫୫-୫୧ରେ ଜିତି ୨ ପଏଣ୍ଟ ଆଗରେ ରହିଥିଲା। ଚତୁର୍ଥ ଗେମ୍‌ ୫୪-୫୪ରେ ଶେଷ ହେବାରୁ ଭାରତ ୫-୩ରେ ବିଜୟୀ ହୋଇ ଦକ୍ଷିଣ କୋରିଆର ଲଗାତାର ଅଷ୍ଟମ ଓ ମୋଟ ଉପରେ ନବମ ଏସୀୟ ସ୍ବର୍ଣ୍ଣ ଆଶାରେ ପାଣି ଭରିବା ସହ ପ୍ରଥମ ଥର ଲାଗି ଏହି କ୍ରୀଡ଼ାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଥିଲା। ପୂର୍ବରୁ ସେମିଫାଇନାଲ୍‌ ଗତ ସଂସ୍କରଣ କାଂସ୍ୟ ବିଜେତା ଭାରତ ୫-୧ରେ ଚୀନ୍‌କୁ ପରାସ୍ତ କରିଥିଲା।

ଚଳିତ ମେ’ ମାସରେ ଭାରତ ସାଙ୍ଘାଇ ବିଶ୍ବକପ୍‌ରେ ସ୍ବର୍ଣ୍ଣ ଜିତି ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ଲାଗି ରାସ୍ତା ପ୍ରସ୍ତୁତ କରିଥିଲା। ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ହରାଇଥିଲା ଭାରତ। ବିଶ୍ବ ବିଜେତା ଦଳରେ ଥିବା ପୂର୍ବତନ ବିଶ୍ବର ଏକ ନମ୍ବର ଦୀପିକା କୁମାରୀ ଚୟନ ପ୍ରକ୍ରିୟାରେ ବିଫଳ ହେବାରୁ ତାଙ୍କ ସ୍ଥାନରେ କୀର୍ତ୍ତି ଏସୀୟ କ୍ରୀଡ଼ା ଦଳରେ ସାମିଲ ହୋଇଥିଲେ।

‌ମିଶ୍ରିତ ଯୁଗଳ ଫାଇନାଲ୍‌ରେ କୁମ୍‌କୁମ୍‌ ଓ ଧୀରଜ ୩-୫ (୩୪-୩୮, ୩୫-୩୭, ୩୭-୩୬, ୩୭-୩୭)ରେ ଚୀନ୍‌ ଯୋଡ଼ିଠୁ ହାରି ରୌପ୍ୟ ପାଇଥିଲେ। ଏସୀୟ କ୍ରୀଡ଼ା ଇତିହାସରେ ଭାରତର ଏହା ପ୍ରଥମ ମିଶ୍ରିତ ଯୁଗଳ ରୌପ୍ୟ ପଦକ। ଦିନସାରା ଚମତ୍କାର ପ୍ରଦର୍ଶନ କରିଥିବା କୁମ୍‌କୁମ୍‌ ମିଶ୍ରିତ ଫାଇନାଲ୍‌ରେ ଟିକେ ଧିମେଇ ଯାଇଥିଲେ। ଥରେ ୧୦ ସ୍କୋର୍‌ ଏବଂ ଆନେକ ଥର ୮ ଓ ୭ ସ୍କୋର୍‌ କରିବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା। ଅନ୍ୟପକ୍ଷରେ ଚୀନ୍‌ର ମେଙ୍ଗ୍‌କ୍ବି ଲି ୫ ଥର ୧୦ଏସ୍‌ ପାଇ ଦଳକୁ ସ୍ବର୍ଣ୍ଣ ଭେଟି ଦେଇଥିଲେ। ଏହି ରୌପ୍ୟ ସହ କୁମ୍‌କୁମ୍‌ ଚଳିତ ପ୍ରତିଯୋଗିତାରେ ନିଜ ପଦକ ସଂଖ୍ୟାକୁ ୨ରେ ପହଞ୍ଚାଇଛନ୍ତି। ସେମିଫାଇନାଲ୍‌ରେ କୁମ୍‌କୁମ୍‌ ଓ ଧୀରଜ ୩୭-୩୫ରେ ଜାପାନ ଯୋଡ଼ିଙ୍କୁ ହରାଇ ପ୍ରଥମ ଥର ଫାଇନାଲ୍‌ରେ ପହଞ୍ଚିଥି‌ଲେ।

‘ପୁନଶ୍ଚ ପୃଥିବୀ’ ଏବେ ଏକ ଘରୋଇ ନାମ: ତନୟା ପଟ୍ଟନାୟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.