German: ବେୟର୍ନ ମୁନିକ୍‌ ଜିତିଲା ଜର୍ମାନ ସୁପରକପ୍‌

58 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଗତ ଋତୁରେ ଯୁଗଳ ଘରୋଇ ପ୍ରତିଯୋଗିତା ଜିତିଥିବା ବେୟର୍ନ ମୁନିକ୍‌ ଚଳିତ ବର୍ଷ ଜର୍ମାନ ସୁପର କପ୍‌ରେ ବିଜେତା ହୋଇଛି। ଶନିବାର ଫାଇନାଲ୍‌ରେ ଅୟୋଜକ ବୋରୁସିଆ ଡର୍ଟମୁଣ୍ଡକୁ ୨-୧ରେ ହରାଇ ଏହି ଟ୍ରଫି ଜିତିଥିଲା। ମ୍ୟାଚ୍‌ର ୨୮ତମ ମିନିଟ୍‌ରେ ପଦାର୍ପଣକାରୀ ନାଥାନିଲ ବ୍ରାଉନ୍‌ଙ୍କ ଗୋଲ୍‌ରେ ବେୟର୍ନ ମୁନିକ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।

ବିଜେତା ହୋଇଛନ୍ତି ବେୟର୍ନ ମୁନିକ୍‌

ଏହାପରେ ପ୍ରଥମ ଇନ୍‌ଜୁରି ସମୟରେ ଫ୍ରାନ୍ସ ଅନ୍ତର୍ଜାତୀୟ ଖେଳାଳି ମାଇକେଲ ଓଲିସ (୪୫+୧ ମିନିଟ୍‌)ଙ୍କ ଗୋଲ୍‌ରେ ଦଳ ୨-୦ରେ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲା। ତେବେ ଦ୍ବିତୀୟାର୍ଦ୍ଧରେ ଫାବିଓ ସିଲ୍‌ଭା (୭୫ ମିନିଟ୍‌)ଙ୍କ ଗୋଲ୍‌ରେ ଦର୍ଟମୁଣ୍ଡ ମ୍ୟାଚ୍‌କୁ ୧-୨ ସ୍ଥିତିକୁ ଆଣିବା ସହ ପ୍ରତ୍ୟାବର୍ତ୍ତନ ଆଶା ସଞ୍ଚାର କରିଥିଲା। ୯୦ତମ ମିନିଟ୍‌ରେ ରାମି ବେନ୍‌ସେବାଇନି ରେଡ୍‌କାର୍ଡ ପାଇ ପଡ଼ିଆ ଛାଡ଼ିବାରୁ ୧୦ ଜଣିଆ ଦର୍ଟମୁଣ୍ଡ ଆଉ ଫେରି ନପାରି ପରାଜୟ ବରଣ କରିଥିଲା।

Parliament: ଅଧିବେଶନ ଶେଷ ହେବା ସତ୍ତ୍ୱେ ପ୍ରୋରୋଗେସନ୍ ନହେବା ନେଇ କଂଗ୍ରେସର ପ୍ରଶ୍ନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.