Georgia: ଜର୍ଜିଆରେ ପାରିବାରିକ ବିବାଦ ପରେ ଭାରତୀୟ ବଂଶୋଦ୍ଭବ ଟେକ୍‌ ଲିଡରଙ୍କୁ ହତ୍ୟା କଲେ ସ୍ବାମୀ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଜର୍ଜିଆର ଲରେଲ୍ କ୍ରିକ୍ ଟ୍ରେଲ୍‌ରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ୨୩ ବର୍ଷୀୟ ଯୁବକଙ୍କୁ ତାଙ୍କ ବାପା ଗୁଳି କରିବା ପରେ ସେ ସାହାଯ୍ୟ ପାଇଁ ଗୋଟିଏ ପଡ଼ୋଶୀ ଘରରୁ ଅନ୍ୟ ପଡ଼ୋଶୀ ଘରକୁ ଦୌଡ଼ିଥିବାର ଦେଖିବାକୁ ମିଳିଥିଲା। ଏପଟେ ଘର ଭିତରେ ତାଙ୍କ ମା’ଙ୍କ ମୃତଦେହ ପଡ଼ି ରହିଥିଲା। ସ୍ବାମୀଙ୍କ ଦ୍ବାରା ହତ୍ୟାର ଶିକାର ମହିଳା ଜଣକ ଥିଲେ ଜଣେ ଭାରତୀୟ ବଂଶୋଦ୍ଭବ ଟେକ୍ ଲିଡର ୫୭ ବର୍ଷୀୟ ଶୀତଲ୍ ୱ୍ରେଜେସିଆନ୍।

ଆହୁରି ପଢନ୍ତୁ: Maharastra: ମୃତଦେହ ସହିତ ଛାତ ଉପରେ ଘଣ୍ଟାଘଣ୍ଟା ବିତାଇଲେ ପାଲଘର ବନ୍ୟା ପ୍ରଭାବିତ ପରିବାର

କବ୍‌ କାଉଣ୍ଟି ପୁଲିସ ଡିପାର୍ଟମେଣ୍ଟ ଅନୁଯାୟୀ, ଶୀତଲଙ୍କ ସ୍ବାମୀ ୫୬- ବର୍ଷୀୟ କିର୍କ ବି ୱ୍ରେଜେସିଆନ୍‌ଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଥିଲା। ଘରୋଇ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ସାଧାରଣ ଲୋକଙ୍କ ପ୍ରତି କୌଣସି ବିପଦ ନଥିବା ପୁଲିସ କହିଥିଲା। ହତ୍ୟା, ଆକ୍ରମଣ ଓ ବନ୍ଧୁକ ରଖିବା ଅଭିଯୋଗରେ ୱ୍ରେଜେସିଆନଙ୍କୁ ଗିରଫ କରାଯାଇଛି। ପଡ଼ୋଶୀ କହିଛନ୍ତି, ପୁଅ ଜାସନ ରାତି ୮ଟା ବେଳେ ଘରକୁ ଆସିବାବେଳେ ବାପାମା’ ପାଟିତୁଣ୍ଡ କରୁଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ବଡ଼ ଆକାର ଧାରଣା କରିଥିବାବେଳେ ତାଙ୍କ ବାପା ଜାସନଙ୍କୁ ପଛରୁ ଗୁଳି କରିଥିବାବେଳେ ସେ ସହାୟତା ପାଇଁ ପଡ଼ୋଶୀଙ୍କ ସାହାଯ୍ୟ ମାଗିଥିଲେ।

ଆହୁରି ପଢନ୍ତୁ: Chhattisgarh: ଛତିଶଗଡ଼ରେ ହାତୀ ଆକ୍ରମଣରେ ୨ ମୃତ

ଜର୍ଜିଆ ଟେକର ପୂର୍ବତନ ଛାତ୍ରୀ ଶୀତଲ ୱ୍ରେଜେସିଏନ୍ ଗୁଗୁଲରେ ଜଣେ ଇଞ୍ଜିନିୟରିଂ ଲିଡର ଥିଲେ ଓ ତାଙ୍କର ୨୦ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଥିଲା। ଜର୍ଜିଆ ଟେକ୍‌ ୱେବସାଇଟ୍‌ ଅନୁଯାୟୀ ଶୀତଲ ଇଂଲଣ୍ଡ, ଭାରତ ଓ ଘାନାରେ ବଡ଼ ହୋଇଥିିଲେ। ସେ ଜର୍ଜିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିବା ପାଇଁ ଆମେରିକା ଚାଲିଯାଇଥିଲେ। ଶୀତଲ ଦୁଇଟି ସଫ୍ଟୱେର୍ ପେଟେଣ୍ଟର ଉଦ୍ଭାବକ ଥିଲେ, ଜର୍ଜିଆ ଟେକ୍ କଲେଜ୍ ଅଫ୍ କମ୍ପ୍ୟୁଟିଂର ପରାମର୍ଶଦାତା ବୋର୍ଡରେ କାର୍ଯ୍ୟ କରିଥିଲେ ଓ ଜର୍ଜିଆ ଟେକ୍ ଆଲୁମିନି ଆସୋସିଏସନ୍ ପାଇଁ ଟ୍ରଷ୍ଟି ବୋର୍ଡର ସଦସ୍ୟ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.