Gautam Adani: ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଏକ ନମ୍ବର ଧନୀ

5 days ago 6
ARTICLE AD BOX

ନୂଆଦିଲ୍ଲୀ:ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମୁକୁଟ ପୁଣି ଥରେ ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ହାସଲ କରିଛନ୍ତି। ଏମ୍‌୩ଏମ୍‌ ହୁରୁନ ଭାରତୀୟ ଧନୀ ତାଲିକା ୨୦୨୬ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଦେଶର ଏକ ନମ୍ବର ଧନୀ ହୋଇଛନ୍ତି। ଆଦାନୀ ପରିବାରର ମୋଟ ସମ୍ପତ୍ତି ୯.୨୩ ଲକ୍ଷ କୋଟି ଟଙ୍କା ରହିଛି। ଗତ ବର୍ଷ ତାଲିକାରେ ମୁକେଶ ଅମ୍ବାନୀ ଓ ପରିବାର ୯.୫୫ ଲକ୍ଷ କୋଟି ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ଏକ ନମ୍ବରରେ ଥିଲେ। ସେତେବେଳେ ଗୌତମ ଆଦାନୀ ଓ ପରିବାରର ସମ୍ପତ୍ତି ୮.୧୫ ଲକ୍ଷ କୋଟି ଟଙ୍କା ଥିଲା।

ଆଦାନୀଙ୍କ ସମ୍ପତ୍ତି ୧୦ ବିଲିୟନ ଡଲାର

କିନ୍ତୁ ଫର୍ଚୁନ ଇଣ୍ଡିଆର ଭାରତୀୟ ଧନୀ ତାଲିକା ୨୦୨୬ରେ ମୁକେଶ ଅମ୍ବାନୀ ୮,୬୭,୬୨୪ କୋଟି ଟଙ୍କାର ସମ୍ପତ୍ତି ସହ ପ୍ରଥମ ଓ ଗୌତମ ଆଦାନୀ ୮,୫୨,୧୦୪ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବ୍ଲୁମବର୍ଗ ବିଲିଓନେୟାର ସୂଚୀ ୨୦୨୬ରେ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୧୦ ବିଲିୟନ ଡଲାର ଓ ଅମ୍ବାନୀଙ୍କ ପ୍ରାୟ ୮୦.୯ ବିଲିଅନ ଡଲାର ରହିଛି। ହୁରୁନ ଅନୁଯାୟୀ, ୨୦୨୬ ତାଲିକାରେ ୩୯୧ ଜଣ ବିଲିଓନେୟାର ସାମିଲ ହୋଇଛନ୍ତି। ଏଆଇ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ନୂଆ କ୍ଷେତ୍ର ମଧ୍ୟ ନୂଆ ସମ୍ପତ୍ତି ସୃଷ୍ଟିର କେନ୍ଦ୍ର ଭାବେ ଉଭା ହୋଇଛି। ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟ ବନ୍ଦର, ବିମାନବନ୍ଦର, ବିଦ୍ୟୁତ୍‌, ଗ୍ରୀନ୍ ଏନର୍ଜି, ଲଜିଷ୍ଟିକ୍ସ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପିଛି।

Train: ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମରେ ୪ ଜଣଙ୍କୁ ଧକ୍କା ଦେଲା ରାଜ୍ୟରାଣୀ ଏକ୍ସପ୍ରେସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.