ARTICLE AD BOX
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ସରକାରଙ୍କୁ ଅଶୋଧିତ ତେଲ ଓ ଗ୍ୟାସ ସଂଗ୍ରହ ସହିତ ମହଜୁଦ ରଖିବା ଚିନ୍ତା ଘାରିଛି। ଦେଶରେ ରଣନୀତିକ ଇନ୍ଧନ ଭଣ୍ଡାର କ୍ଷମତା ବଢ଼ାଇବା ଯୋଜନା ସରକାର ରଖିଛନ୍ତି। ଏହି ଭଣ୍ଡାର ସ୍ଥାପନ ପାଇଁ ପାଖାପାଖି ୪୨ ବିଲିଅନ ଡଲାର (୩.୭ ଲକ୍ଷ କୋଟି ଟଙ୍କା) ନିବେଶ କରିବାକୁ ପଡ଼ିବ। ଯଦିଓ ଏହି ଯୋଜନାକୁ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ ମଞ୍ଜୁରି ମିଳିନାହିଁ ତଥାପି ଏଥିପାଇଁ ସରକାର ଗ୍ରାହକଙ୍କ ଠାରୁ ଆଦାୟ କରିବା ଯୋଜନା ରଖିଥିବା କୁହାଯାଉଛି। ଏହା ହେଲେ ଏଲ୍ପିଜି ଓ ସିଏନ୍ଜି ଦାମ୍ ବଢ଼ିଯିବ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏଲ୍ପିଜି ଓ ପିଏନ୍ଜି ଗ୍ରାହକଙ୍କ ଠାରୁ ନୂଆ ଶୁଳ୍କ ଆଦାୟ କରାଯାଇ ପାରେ। ଯୋଜନା ଅନୁଯାୟୀ ସରକାର ଘରୋଇ ଏଲ୍ପିଜିରେ କିଲୋଗ୍ରାମ ପିଛା ୧ ଟଙ୍କା ୨୯ ପଇସା ଆଦାୟ କରିବେ।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ଏହା ହେଲେ ୧୪ କିଗ୍ରା ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଦର ପାଖାପାଖି ୧୮ ଟଙ୍କା ବଢ଼ିଯିବ। ପ୍ରାକୃତିକ ଗ୍ୟାସରେ ଷ୍ଟାଣ୍ଡାର୍ଡ ଘନ ମିଟର ପିଛା ୧ ଟଙ୍କା ୪୩ ପଇସା ଶୁଳ୍କ ଲଗାଯାଇପାରେ। ଏହାଦ୍ବାରା ବାର୍ଷିକ ୧.୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇ ପାରିବ ବୋଲି ସରକାର ଆକଳନ କରିଛନ୍ତି। ଏହି ଅର୍ଥକୁ ରଣନୀତିକ ଗ୍ୟାସ ଭଣ୍ଡାର ସ୍ଥାପନରେ ବିନିଯୋଗ କରାଯିବ। ପ୍ରାକୃତିକ ଗ୍ୟାସ ବାବଦରେ ବର୍ଷକୁ ୧ ବିଲିଅନ ଡଲାର ସଂଗ୍ରହ ଅନୁମାନ କରାଯାଉଛି। ତେବେ ଏହି ଅର୍ଥ କିଭଳି ଆଦାୟ କରାଯିବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ।
Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’
ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶରେ ଅତିରିକ୍ତ ୨୮ ନିୟୁତ ମେଟ୍ରିକ ଟନର ଅଶୋଧିତ ତେଲ ଭଣ୍ଡାର, ୯ ନିୟୁତ ଟନର ଏଲ୍ଏନ୍ଜି ଭଣ୍ଡାର ଏବଂ ୪ ନିୟୁତ ଟନର ଏଲ୍ପିଜି ଭଣ୍ଡାର ସ୍ଥାପନର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଦେଶରେ ସମ୍ପ୍ରତି ୫.୩୩ ଟନ କ୍ଷମତା ବିଶିଷ୍ଟ ରଣନୀତିକ ଅଶୋଧିତ ତେଲ ସଂରକ୍ଷଣ ଭଣ୍ଡାର ରହିଛି। ଏଥିସହିତ ଆଉ ୬.୫ ନିୟୁତ ଟନର ଅଶୋଧିତ ତେଲ ଭଣ୍ଡାର ନିର୍ମାଣ ହେଉଛି। କିନ୍ତୁ ଏଲ୍ପିଜି ଓ ଏଲ୍ଏନ୍ଜି ପାଇଁ ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ଭଣ୍ଡାର ନାହିଁ। ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ଦେଶରେ ପ୍ରଥମ ଥର ପାଇଁ ରଣନୀତିକ ଇନ୍ଧନ ଭଣ୍ଡାର ବ୍ୟବସ୍ଥାକୁ ଅଶୋଧିତ ତେଲ ବାଦ୍ ଏଲ୍ଏନ୍ଜିକୁ ସଂପ୍ରସାରିତ କରାଯିବ। ଦେଶ ପାଇଁ ୨ ମାସର ଅଶୋଧିତ ତେଲ ଓ ଏଲ୍ଏନ୍ଜି ଏବଂ ୬ ସପ୍ତାହର ଏଲ୍ପିଜି ମହଜୁଦ ରଖିବାର ବ୍ୟବସ୍ଥା କରାଯିବ।

1 week ago
5

