Garima Day: ପ୍ରତିବର୍ଷ ଅଗଷ୍ଟରେ ଗରିମା ଦିବସ: ମୃତ ସଫେଇ କର୍ମୀଙ୍କ ପରିବାରକୁ ମିଳିଲା ୧୦ଲକ୍ଷ ବୀମା ରାଶି

1 hour ago 2
ARTICLE AD BOX

ଭୁବନେଶ୍ୱର: ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ନିତାନ୍ତ ଆବଶ୍ୟକ। ଏହାଠାରୁ ଅଧିକ ଆବଶ୍ୟକ ଓ ଅପରିହାର୍ଯ୍ୟ ହେଉଛି, ଯେଉଁମାନେ ଏହି ସ୍ୱଚ୍ଛତାକୁ ସୁନିଶ୍ଚିତ କରୁଛନ୍ତି, ସେମାନଙ୍କ ସୁରକ୍ଷା। ଯେଉଁ ହାତ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ‘ଗରିମା ଦିବସ-୨୦୨୬’ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଜାତୀୟ କର୍ମଶାଳା ‘ମିସନ୍‌ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ‘ଗରିମା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଦିବସ ସଫେଇ କର୍ମୀଙ୍କ ସାମାଜିକ ସୁରକ୍ଷା ଓ ସମାଜରେ ମର୍ଯ୍ୟାଦା ବୃଦ୍ଧି ପାଇଁ ସମର୍ପିତ ହେବ ବୋଲି କହିଛନ୍ତି। କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୪ ଅଗଷ୍ଟ ୧୫ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସ୍ୱଚ୍ଛତା ଅଭିଯାନ ଆଜି ଜନଆନ୍ଦୋଳନରେ ପରିଣତ ହୋଇଛି। ଦେଶର ଅର୍ଥନୀତି, ପ୍ରତିରକ୍ଷା ଓ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି।

ସ୍ୱଚ୍ଛତା ଦେଉଥିବା ହାତର ଗରିମା ରକ୍ଷା ଆମର ଦାୟିତ୍ବ: ମୁଖ୍ୟମନ୍ତ୍ରୀ

ମୃତ ସଫେଇ କର୍ମୀଙ୍କ ପରିବାରକୁ ମିଳିଲା ୧୦ଲକ୍ଷ ବୀମା ରାଶି
ଯୋଗଦେଲେ ୮ ରାଜ୍ୟର ବିଶେଷଜ୍ଞ, ଅଧିକାରୀ, ସଫେଇ କର୍ମୀ

ପ୍ରଧାନମନ୍ତ୍ରୀ ନିଜେ ହାତରେ ଝାଡୁ ଧରି ସଫେଇ କର୍ମୀଙ୍କ ସାମାଜିକ ଉତ୍‌ଥାନର ପ୍ରତୀକ ସାଜିବା ସହ ଦେଶବାସୀଙ୍କୁ ସନ୍ଦେଶ ଦେଲେ ‘ସ୍ୱଚ୍ଛତା କୌଣସି ଛୋଟ କାମ ନୁହେଁ, ଏହା ରାଷ୍ଟ୍ର ନିର୍ମାଣର କାମ’। ଆଜି ଡ୍ରୋନ୍ ଜରିଆରେ ଆମେ ସୀମା ସୁରକ୍ଷା କରୁଛୁ। ରୋବୋଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ଓ ନୂଆ ଟେକ୍ନୋଲୋଜି ଉଦ୍ଭାବନ କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି। ଭାରତ ସରକାରଙ୍କ ନମସ୍ତେ ଯୋଜନା ଜରିଆରେ ସଫେଇ କ୍ଷେତ୍ରରେ ଯନ୍ତ୍ରାଂଶ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ଆଜି ସମୟ ଆସିଛି, ସଫେଇକର୍ମୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ବିପଜ୍ଜନକ ସଫେଇ କାର୍ଯ୍ୟରେ ଯନ୍ତ୍ରାଂଶ ବ୍ୟବହାର କରିବା। ସଫେଇ କର୍ମୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଏ ଦିଗରେ ସୁଦକ୍ଷ କରିବାକୁ ପଡ଼ିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଫେଇ କର୍ମୀ ସ୍ୱର୍ଗତ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ଲକ୍ଷ୍ୟ ହେଉଛି ମୃତ୍ୟୁ ପରେ ସହାୟତା ନୁହେଁ, ମୃତ୍ୟୁ ପୂର୍ବରୁ ସୁରକ୍ଷା।

Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା

ଦୁର୍ଘଟଣା ପରେ କ୍ଷତିପୂରଣ ନୁହେଁ, ଦୁର୍ଘଟଣା ପୂର୍ବରୁ ପ୍ରତିରୋଧ। ଆମେ ଚାହୁଛୁ, ବିପଦପୂର୍ଣ୍ଣ ଭାବେ କାର୍ଯ୍ୟରତ ଆମର କର୍ମଯୋଗୀଙ୍କ ଜୀବନ ସୁରକ୍ଷିତ ରହୁ। ଏହା ହିଁ ମିସନ୍‌ ଜିରୋର ଆଭିମୁଖ୍ୟ। ଏହି ଅବସରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନସଂପନ୍ନ ଯନ୍ତ୍ରାଂଶ ବ୍ୟବହାର ଓ ସୁରକ୍ଷା ଉପକରଣ ଉପରେ ଆୟୋଜିତ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ସଫେଇ କର୍ମୀଙ୍କୁ ବାସଗୃହ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଏଥିରେ କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗ ସଚିବ ସୁଧାଂଶୁ ପନ୍ତ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟରର ନିର୍ଦ୍ଦେଶିକା ମନ୍ୱିତା ବରାଡ଼ି, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.