ARTICLE AD BOX
ଛତ୍ରପୁର (ବସନ୍ତ କୁମାର ମହାରଣା): ବାତ୍ୟା ଅର୍ଣ୍ଣବ ଓ ବାତ୍ୟା ଅକବନ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ଏହି କ୍ଷୟକ୍ଷତିର ପ୍ରାଥମିକ ପର୍ଯ୍ୟାୟ ଆକଳନ ପ୍ରାୟତଃ ଶେଷ ହୋଇଛି। ସରକାର ଘୋଷଣା କରିଥିବା କ୍ଷତିପୂରଣ ସହାୟତାକୁ ଚଳିତ ମାସ ଶେଷ ସୁଦ୍ଧା ଶେଷ କରିବାକୁ ପଡ଼ିବ, ନଚେତ୍ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି (ବୁଧବାର) ଗଞ୍ଜାମ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶନ ଓ ସରକାରୀ ସହାୟତା ବଣ୍ଟନର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ କହିଛନ୍ତି।
Ganjam to Get Full Compensation ଗଞ୍ଜାମର କ୍ଷତିଗ୍ରସ୍ତଙ୍କୁ ମିଳିବ ସମ୍ପୂର୍ଣ୍ଣ କ୍ଷତିପୂରଣ, ବଢ଼ିବ ସହାୟତା ରାଶି: ମୁଖ୍ୟମନ୍ତ୍ରୀ
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଓସୱାନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ୍ରେ ଚିଠା ତାଲିକା ପ୍ରକାଶ ପାଇଥିବାରୁ ଅବଶିଷ୍ଟ କ୍ଷୟକ୍ଷତି ରିପୋର୍ଟ ଆସନ୍ତାକାଲି(ଗୁରୁବାର) ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ସମସ୍ତ ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
କୌଣସି ହିତାଧିକାରୀ ଏକାଧିକ ଥର ସରକାରୀ ବନ୍ୟା ସହାୟତା ପାଇଁ ଆବେଦନ ନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ । ଚିଠା ତାଲିକା ଉପରେ ଦାବି ଓ ଆପତ୍ତିର ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ।
ବ୍ରହ୍ମପୁର ମହାନଗର ନିଗମକୁ ବାଦ୍ ଦେଇ ଅନ୍ୟ ସମସ୍ତ ବ୍ଲକ୍ ଆସନ୍ତାକାଲି ସୁଦ୍ଧା କ୍ଷୟକ୍ଷତି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ । ବ୍ୟାଙ୍କ ସହ ସମନ୍ୱୟ ରଖି ସହାୟତା ବଣ୍ଟନକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରି ଚଳିତ ମାସ ଶେଷ ସୁଦ୍ଧା ଶତପ୍ରତିଶତ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବଣ୍ଟନ ପ୍ରକ୍ରିୟାର ସମସ୍ତ କାମ ନହେଲେ ଦାୟିତ୍ୱରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ସଠିକ୍ ଓ ତ୍ୱରିତ କାର୍ଯ୍ୟ କରିଥିବା ବ୍ଲକ୍ଗୁଡ଼ିକୁ ସେ ପ୍ରଶଂସା କରିଥିଲେ।
Ganjam BJD : ବାତ୍ୟା ଓ ବନ୍ୟା କ୍ଷତିପୂରଣ ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ଦେଲା ଗଞ୍ଜାମ ବିଜେଡି
ବନ୍ୟାଜଳ ହ୍ରାସ ପାଇଥିବାରୁ ଯେଉଁ ଅଞ୍ଚଳରେ ସହାୟତାର ଆବଶ୍ୟକତା କମିଛି, ସେଠାରୁ ଚାଉଳ ଓ ଆର୍ଥିକ ସହାୟତାକୁ ସରକାରୀ ନୀତିନିୟମ ଅନୁପାଳନ ପୂର୍ବକ ଅଧିକ ଆବଶ୍ୟକତା ଥିବା ଅଞ୍ଚଳକୁ ପଠାଇବାକୁ ପରାମର୍ଶ ଦିଆଯାଇଥିଲା। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସହାୟତା ଓ ସହଯୋଗ ନିମନ୍ତେ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଓ ସମନ୍ୱୟ ରଖିବାକୁ ପରାମର୍ଶ ।
Chief Minister: ଖୁବ୍ ଶୀଘ୍ର ରିପୋର୍ଟ ଆଧାରରେ ଗଞ୍ଜାମବାସୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
ଗଞ୍ଜାମ ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ରିଲିଫ୍ ଓ ଆର୍ଥିକ ସହାୟତା ବଣ୍ଟନର ଅଗ୍ରଗତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଜିଲ୍ଲାର କାର୍ଯ୍ୟକୁ ପ୍ରଶଂସା କରିଥିବା ଜଣାଇ ଜିଲ୍ଲାପାଳ କହିଥିଲେ ଯେ, କିଛି ଅଂଚଳରେ ବନ୍ୟାର ଦୀର୍ଘ ସମୟ ପରେ ମଧ୍ୟ ଗଞ୍ଜାମ ଭଳି ଅଗ୍ରଗତି ହୋଇପାରିନାହିଁ। ଦୁଇଦିନ ପୂର୍ବେ ଗଞ୍ଜାମ ଗସ୍ତ ସମୟରେ ମନ୍ତ୍ରୀ ଏହି ଅଗ୍ରଗତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଜିଲ୍ଲାର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହି ସଫଳତାକୁ ବଜାୟ ରଖି ଅଧିକ ପରିଶ୍ରମ ଓ ସମନ୍ୱୟର ସହ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ସେ ଆହ୍ୱାନ ଦେଇଥିଲେ।

19 minutes ago
1


